ଥଣ୍ଡା, କାଶ ଓ ଗଳା, ନାକ ଏବଂ ଛାତିରେ ଜମିଥିବା କଫ ଥରକେ ଭଲ କରିଦେବ ଏହି ଘରୋଇ ଉପଚାର

ବର୍ତ୍ତମାନ ମହାମାରୀ ଭୟଙ୍କର ରୂପ ନେଇ ସାରିଥିବା ବେଳେ, ଏପରି ସମୟରେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଓ ଆମ ଫୁସଫୁସ୍ ମଜବୁତ୍ ରହିବା ଅତ୍ୟନ୍ତ ଜରୁରୀ ଅଟେ । ଯଦି ଆପଣଙ୍କୁ ଓ ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଥଣ୍ଡା କାଶ ହେଉଛି ବା ଛାତିରେ କଫ ଜମି ରହୁଛି ତେବେ ଏହି ଉପଚାର ଆପଣଙ୍କ ପାଇଁ ଖୁବ୍ ଫଳପ୍ରଦ ହେବ । ତେବେ ଆସନ୍ତୁ ଦେଖିବା କିପରି କରିବେ ଉପଚାର । ଏଥିପାଇଁ ପାଇଁ ଛୋଟ ଚାମୁଚରେ ଅଧା ଚାମୁଚ ସୁଣ୍ଠି ନିଅନ୍ତୁ ।

ଆପଣ ଜାଣିଥିବେ ଅଦାକୁ ଶୁଖାଇ ସୁଣ୍ଠି ପ୍ରସ୍ତୁତ କରାଯାଏ । ସୁଣ୍ଠି ଆଣ୍ଟି- ବ୍ୟାକ୍ଟେରିଆଲ୍ ଓ ଆଣ୍ଟି- ଫ୍ଲେମେଟୋରି ଅଟେ । ସୁଣ୍ଠି ଆମ ଶରୀରରୁ କଫ ବାହାର କରିବାରେ ଓ କଫ ଜମିବାରୁ ରୋକିବାରେ ଖୁବ୍ ଲାଭଦାୟକ ହୋଇଥାଏ । ଥଣ୍ଡା କାଶ ପାଇଁ ମଧ୍ୟ ଏହା ଖୁବ୍ ଉପଯୋଗୀ ଅଟେ । ଆପଣ ବଜାରରୁ ଗୋଟା ସୁଣ୍ଠି କିଣି ଆଣି, ଘରେ ହିଁ ଏହାର ପାଉଡର ବନାନ୍ତୁ । ଥଣ୍ଡା, କଫ ବ୍ୟତୀତ ସୁଣ୍ଠି ବାତନାଶକ ମଧ୍ୟ ଅଟେ ।

ଅଧା ଚାମୁଚ ସୁଣ୍ଠିରେ ଏକ ଚତୁର୍ଥାଂଶ ଚାମୁଚ ହଳଦୀ ଗୁଣ୍ଡ ନିଅନ୍ତୁ । ହଳଦୀ ମଧ୍ୟ ଆଣ୍ଟି- ବ୍ୟାକ୍ଟେରିଆଲ୍ ଅଟେ ଓ ଶରୀରରେ ଆହୁରି ଅନେକ ସଂକ୍ରମଣରୁ ଆମ ଶରୀରକୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ହଳଦୀ ମଧ୍ୟ କଫ ଓ ବାତନାଶକ ଅଟେ । ହଳଦୀ ମଧ୍ୟ ଆପଣ ବଜାରରୁ ଗୋଟା ଆଣି ଘରେ ଏଥିରୁ ପାଉଡର ପ୍ରସ୍ତୁତ କରନ୍ତୁ । ଏହା ସହ ଏକ ଚତୁର୍ଥାଂଶ ଚାମୁଚ ଗୋଲମରିଚ ଗୁଣ୍ଡ ନିଅନ୍ତୁ ।

ଏହାକୁ ମଧ୍ୟ ଗୋଟା ଗୋଲମରିଚକୁ କୁଟି ଗୁଣ୍ଡ କରି ବ୍ୟବହାର କରନ୍ତୁ । ଗୋଲମରିଚ ମଧ୍ୟ ଥଣ୍ଡା କାଶ କଫ ମଧ୍ୟ ଖୁବ୍ ଉପଯୋଗୀ ହୋଇଥାଏ । ଏହି ୩ଟି ପାଉଡର ଭାଗ ମାପ ଅନୁଯାୟୀ ନେଲା ପରେ ଏହାକୁ ଭଲରେ ମିଶାଇ ଦିଅନ୍ତୁ । ଆପଣ ଚାହିଁଲେ ଅଧିକ ପରିମାଣରେ ମଧ୍ୟ ବନାଇ ଏହାକୁ ରଖି ପାରିବେ । ତେବେ ଶେଷରେ ଏହି ମିଶ୍ରଣରେ ଏକ ଚାମୁଚ ମହୁ ମିଶାଇଲେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ମିଶ୍ରଣ ।

ମହୁ ମଧ୍ୟ କଫ ନାଶକ ଅଟେ ଓ ଶରୀର ପାଇଁ ଖୁବ୍ ଉପଯୋଗୀ । ମହୁ ଔଷୋଧୀୟ ଗୁଣର ଭଣ୍ଡାର ଅଟେ । ଯଦି ଆପଣଙ୍କୁ ମହୁ ପସନ୍ଦ ନୁହେଁ ବା ଆପଣଙ୍କ ପାଖେ ନାହିଁ ତେବେ ମହୁ ବଦଳରେ ଆପଣ ଗୋଟେ ଟୁକୁଡ଼ା ଗୁଡ଼ ମଧ୍ୟ ବ୍ୟବହାର କରି ପାରିବେ । ଏହି ମିଶ୍ରଣ ଯଦି କୌଣସି ବଡ଼ ଲୋକ ଖାଉଛନ୍ତି ତେବେ ତାଙ୍କୁ ପୁରା ଗୋଟେ ଚାମୁଚ ଖାଇବାକୁ ଦିଅନ୍ତୁ । ୫ ରୁ ୧୦ ବର୍ଷ ପିଲାଙ୍କୁ ଦେଉଥିଲେ ଚାମୁଚର ଏକ ଚତୁର୍ଥାଂଶ ଖାଇବାକୁ ଦିଅନ୍ତୁ ।

ଏହା ଦିନକୁ ଦୁଇରୁ ତିନି ଥର ସେବନ କରିହେବ । ଯେ ପର୍ଯ୍ୟନ୍ତ କାଶ ଥଣ୍ଡା ଭଲ ନ ହୋଇଛି ଆପଣ ସେ ପର୍ଯ୍ୟନ୍ତ ସେବନ କରି ପାରିବେ । ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନ ଥିବାରୁ ଚିନ୍ତାମୁକ୍ତ ହୋଇ ସେବନ କରନ୍ତୁ । ଏହା ସେବନ କରିବାର ୧୦ମିନିଟ୍ ପର୍ଯ୍ୟନ୍ତ କିଛି ମଧ୍ୟ ଖାଆନ୍ତୁ ନାହିଁ କି ପିଅନ୍ତୁ ନାହିଁ । ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ । ତେବେ ଯାଇ ଏହି ଉପଚାରଟି ଭଲ କାର୍ଯ୍ୟ କରିବ ।

Leave a Reply

Your email address will not be published. Required fields are marked *