ଠାକୁର ଘରେ ଦିଆସିଲି ରଖୁଥିବା ମହିଳାମାନେ ଜାଣି ରଖନ୍ତୁ ଏହି କଥା, ଏହାକୁ ଠାରେ ନିଶ୍ଚୟ ଦେଖନ୍ତୁ- Vaastu Shastra

ନମସ୍କାର ବନ୍ଧୁଗଣ, ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅନେକ ନୀତି ନିୟମ ରହିଛି । କେଉଁ ଜାଗାରେ କେଉଁ ଜିନିଷ ରହିବା ଇତ୍ୟାଦି । ଘରର ସବୁଠାରୁ ପ୍ରମୁଖ ବା ଗୁରୁତ୍ଵପୂର୍ଣ ସ୍ଥାନ ହେଉଛି ଠାକୁର ଘର । ତେଣୁ ସମସ୍ତେ ଚାହିଁ ଥାନ୍ତି ଠାକୁର ଘରକୁ ନୀତି ନିୟମ ଭାବେ ରଖିବା ପାଇଁ । ତେବେ ସମସ୍ତଙ୍କୁ ତ ସମସ୍ତ କଥା ଜଣା ନଥାଏ ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କି ଠାକୁର ଘରେ ଡିଆସିଲି ରଖିବା ଦ୍ଵାରା କଣ ସବୁ ଘଟିଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ବହୁତ ଲୋକ ଠାକୁର ଘରେ ଠାକୁରଙ୍କର ସମସ୍ତ ପୂଜା ସାମଗ୍ରୀ ଗୁଡିକୁ ଏଣେ ତେଣେ ଫୋପାଡି ଦେଇଥାନ୍ତି । ଠିକ ଭାବରେ ସଜାଡି ଠାକୁର ଘରେ ସମସ୍ତ ଜିନିଷ ରଖନ୍ତୁ । କାରଣ ଠାକୁର ଘର ହେଉଛି ସବୁଠାରୁ  ପବିତ୍ର ସ୍ଥାନ । ସେହିଠାରୁ ଆମ ମନକୁ ଶାନ୍ତି ମିଳିଥାଏ । ଏବଂମନରେ ସକାରାତ୍ମକ ଭାବନା ଆସିଥାଏ ।

ଠାକୁର ଘର ତିଆରି କରିବା ସମୟରେ ସବୁବେଳେ ଧ୍ୟାନ ରଖନ୍ତୁ କି ଆପଣଙ୍କ ଚାଲୁଥିବା ଜାଗା ଠାରୁ ଟିକେ ଦୂରରେ କରିବେ । ଏବଂ ଠାକୁର ସର୍ବଦା ଅନ୍ୟ ଘର ତୁଳନାରେ ଉଚା କରିବେ । କାରଣ ଭଗବାନଙ୍କ ସର୍ବଦା ଉଚରେ । ତେଣୁ କେବେ ହେଲେ ନିଜ ସହ ତାଙ୍କୁ ସମାନ ଭାବେ ରଖିବେ ନାହିଁ । ତଳେ ଠାକୁରଙ୍କୁ ନ ରଖି ଖଟୁଲି ବା ଆସ୍ଥାନ ଉପରେ ରଖିବେ ।

ପୂଜା କରିସାରିବା ପରେ ଠାକୁର ଘରେ ଜଲିଯାଇଥିବା ଡିଆସିଲି କାଠି ବା ଝାଉଁଳୀ ଯାଇଥିବା ଫୁଲ ରଖନ୍ତୁ ନାହିଁ । ପୂଜା ଘରେ ଏଣେ ତେଣେ ବିଛେଇ ହୋଇଥିବା ଡିଆସିଲି କାଠି ବା ଜାଲିଯାଇଥିବା ଡିଆସିଲି କାଠି ରଖିବା ଉଚିତ ନୁହେଁ । ଯଦି ଆପଣଙ୍କୁ ଦୀପ ବା ଧୂପ ଲଗାଇବା ପାଇଁ ପୂଜା ଘରେ ଡିଆସିଲି ରଖିବାକୁ ଚାହୁଁଛନ୍ତି ତେବେ ଏହାକୁ କୌଣସି କାଗଜ ବା କପଡାରେ ଘୋଡାଇ ଲୁଚାଇ ରଖିବା ଦରକାର ।

ଏହାକୁ କେବେ ମଧ୍ୟ ନଜର ସାମ୍ନାରେ ରଖିବା ଉଚିତ ନୁହେଁ । ମାନେ ରଖନ୍ତୁ ପୂଜା ଘରେ ଦୀପ ଜଳାଇବା ପାଇଁ କେବେ ହେଲେ ଭୁଲରେ ମଧ୍ୟ ଲାଇଟରର ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ଵାରା ଭଗବାନଙ୍କ ଅସନ୍ତୁଷ୍ଟ ହୋଇଯାନ୍ତି । ସବୁବେଳେ ଚେଷ୍ଟା କରନ୍ତୁ ନିଜ ଠାକୁର ଘରକୁ ସ୍ଵଛ ଓ ପବିତ୍ର ରଖିବା ପାଇଁ । ସମସ୍ତ ନୀତି ନିୟମର ପାଳନ କରନ୍ତୁ ।

ନିଜେ ମଧ୍ୟ ସମ୍ପୂର୍ଣ ଭାବେ ନିଜକୁ ସ୍ଵଛ କରି ପୂଜା ଘରେ ପ୍ରବେଶ କରିବା ଉଚିତ । ଏହାଫଳରେ ଭଗବାନ ପ୍ରସନ୍ନ ହୁଅନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *