ଥଣ୍ଡା, ଜ୍ଵର ବା କରୋନ ପାଇଁ ଶରୀରରେ ଆସିଥିଲେ ଦୁର୍ବଳତା, ଏହି କାଢା ପିଇ ଦିଅନ୍ତୁ ଓ 5 ମିନିଟରେ ଦେଖନ୍ତୁ ଫରକ- Healthy Tips

ଏହି ବର୍ଷ କରୋନାରେ ସଂକ୍ରମିତ ହେଉଥିବା ସଂଖ୍ୟା ପୂର୍ବ ବର୍ଷ ଅପେକ୍ଷା ବହୁତ ଅଧକ ଅଟେ । କରୋନାର ଦ୍ଵିତୀୟ ଲହରୀ ପୂର୍ବ ବର୍ଷ ଠାରୁ ଆହୁରି ଅଧିକ ଭୟଙ୍କର ବୋଲି ବି କୁହାଯାଉଛି । ଏମିତିରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ହିଁ ଏକ ମାତ୍ର ଉପାୟ ଏହି ରୋଗ ଠାରୁ ବଞ୍ଚିବା ପାଇଁ । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ଯଦି ଆପଣ କିମ୍ବା ଆପଣଙ୍କର କୌଣସି ବନ୍ଧୁ କରୋନାରେ ପୀଡିତ ହେଉଛନ୍ତି ଓ ସୁସ୍ଥ ହେବା ପରେ ଆପଣଙ୍କୁ କମଜୋର ଲାଗୁଛି ତେବେ ଏହି କାଢାକୁ ପ୍ରସ୍ତୁତ କରି ସେବନ କରନ୍ତୁ । ଦେଖିବେ ଆପଣଙ୍କୁ ସତେଜତା ଲାଗିବ ।

କହିବାକୁ ଗଲେ ବର୍ତ୍ତମାନ କେତେକ କରୋନାରେ ପୀଡିତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ କହିବା ଅଟେ କି ସେମାନେ ବର୍ତ୍ତମାନ ନିଜକୁ ପୂର୍ବ ଅପେକ୍ଷା ଆହୁରି ଅଧିକ କମଜୋର ଅନୁଭବ କରୁଛନ୍ତି । ଯଦି ଆପଣଙ୍କ ଶରୀର କମଜୋର ଲାଗୁଛି, କିମ୍ବା କୌଣସି କାମ କରିବା ପାଇଁ ଶକ୍ତି ମିଳୁ ନାହିଁ ।

ତେବେ ଆଜି ଆମେ ଆପଣଙ୍କୁ ଯେଉଁ କାଢା ବିଷୟରେ କହୁଛୁ ଯଦି ଆପଣ ଘରେ ତିଆରି କରି ଏହାକୁ ସେବନ କରିବେ ତେବେ ପ୍ରଥମ ଦିନରୁ ହିଁ ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ । ଏହି କାଢା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଦୁଇ କପ ପାଣି ନିଅନ୍ତୁ । ଏଥିରେ ଗୁଡୁଚି ଗଛର ଗୋଟିଏ ଆଙ୍ଗୁଠି ମାପ ଅନୁସାରେ ଗୋଟିଏ ଡାଳ ପକାନ୍ତୁ । ଏହା ପରେ ଏକ ଚଥୁର୍ଥାଂଶ ଚାମଚ ଜୀରା ପକାନ୍ତୁ । ଏହା ପରେ ଏଥିରେ ଏକ ଚଥୁର୍ଥାଂଶ ହଳଦୀ ବି ଦିଅନ୍ତୁ ।

ଏହା ସହିତ ଏହି ୪ ଟି ଜିନିଷକୁ ଆପଣଙ୍କୁ ଗ୍ରାଇଡିଙ୍ଗ କରି ସେଥିରେ ମିଶ୍ରଣ କରିବାକୁ ପଡିବ । ଯେମିତି କି ୪ ଟି ଗୋଲୋମରିଚ, ୨ ଟି ଲବଙ୍ଗ, ୨ ଟି ଛୋଟ ଗୁଜୁରାତି, ଗୋଟିଏ ବଡ ଗୁଜୁରାତି, ଏହି ଚାରୋଟି ଜିନିଷକୁ ଭଲ ଭାବରେ ହେମଦିସ୍ତାରେ ଗୁଣ୍ଡ କରି ପୁରା ପାଉଡର କରି ଦିଅନ୍ତୁ । ଏହା ପରେ ଏହି ସମସ୍ତ ଜିନିଷକୁ ସେହି ପାତ୍ରରେ ପକାନ୍ତୁ । ବର୍ତ୍ତମାନ ଏହି ସମସ୍ତ ଜିନିଷକୁ ଆପଣ ଗ୍ୟାସରେ ଗରମ କରନ୍ତୁ ।

ଯେତେବେଳେ ଦୁଇ କପ ପାଣି ଗୋଟିଏ କପ ହୋଇଯିବ ତେବେ ଏହାକୁ ଆପଣ ଛାଣି ନିଅନ୍ତୁ । ଏହାକୁ ସବୁଦିନ ସକାଳେ ଓ ସନ୍ଧ୍ୟା ସମୟରେ ସେବନ କରନ୍ତୁ । ସେବନ କରିବାର ୫ ମିନିଟ ମଧ୍ୟରେ ହିଁ ଆପଣ ନିଜକୁ ଶକ୍ତିଶାଳୀ ଓ ଊର୍ଜାବାନ ଅନୁଭବ କରିବେ । ଆପଣ ଏହାକୁ କିଛି ଦିନ ପାଇଁ ହିଁ ସେବନ କରିବେ ।

ଏହାକୁ ସେବନ କରିବା ପରେ ଆପଣଙ୍କ ଶରୀରରେ ପୂର୍ବ ଅପେକ୍ଷା ଦୁଇ ଗୁଣା ଶକ୍ତି ଆସିଯିବ । ଆମେ ଭଗବାଙ୍କ ନିକଟରେ ପ୍ରାର୍ଥନା କରୁଛୁ କି କାହାକୁ ବି କରୋନା ନ ହେଉ ଓ ସମସ୍ତେ ସୁସ୍ଥ ରୁହନ୍ତୁ । କିନ୍ତୁ ଯଦି କାହାକୁ କରୋନା ହୋଇ ଯାଉଛି ଓ ଆପଣ ସୁସ୍ଥ ହେବା ପରେ ଆପଣଙ୍କୁ କମଜୋର ଲାଗୁଛି ତେବେ ଆପଣ ଏହି କାଢାକୁ ଅବଶ୍ୟ ସେବନ କରନ୍ତୁ । କିନ୍ତୁ ଏହା ସହିତ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ ।

Leave a Reply

Your email address will not be published. Required fields are marked *