ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ତୁଳା ରାଶି ଚକ୍ରର ସପ୍ତମ ରାଶି ଅଟେ । ଏହି ରାଶିର ସ୍ଵାମୀ ଗ୍ରହ ଶୁକ୍ର ହୋଇଥାନ୍ତି । ଏହି ରାଶିର ଲୋକ ସାମାଜିକ, ବିନମ୍ର ଓ ଆକର୍ଷକ ବ୍ୟକ୍ତିତ୍ବ ଥିବା ହୋଇଥାନ୍ତି । ଏମାନେ ସର୍ବଦା ହସ ଖୁଶିର ପରିବାରରେ ରହିବାକୁ ଚେଷ୍ଟା କରିଥାନ୍ତି । ଏମାନେ ସଚ୍ଚୋଟ, ବ୍ୟବହାର କୁଶଳୀ, ଶାନ୍ତି ପ୍ରିୟ ଓ ବିଚାରବାନ ହୋଇଥାନ୍ତି । ଏମାନେ ନୀତି ନିୟମରେ କାମ କରିବାକୁ ପସନ୍ଦ କରିଥାନ୍ତି । ଏହି ରାଶିର ଲୋକେ ସନ୍ତୁଳନ ରକ୍ଷା କରିଥାନ୍ତି ଯାହା ପାଇଁ ଏମାନଙ୍କୁ ଆନନ୍ଦ ମିଳିଥାଏ ।
ଦାମୀ ଓ ସୁନ୍ଦର ଜିନିଷ ପ୍ରତି ଆକର୍ଷିତ ହେବ ସହ ଏମାନଙ୍କର ଚାଲି ଚଳନ ପ୍ରଭାବିତ ହୋଇଥାଏ । ଏହି ରାଶିର ଲୋକେ ତର୍କବାନ, ବୁଦ୍ଧିମାନ ଓ ସତର୍କ ରହିବା ଭଳି ହୋଇଥାନ୍ତି । ତୁଳା ରାଶିରେ ଜନ୍ମ ହୋଇଥିବା ଜାତକ ଅନ୍ୟକୁ ସାହାଜ୍ଯ କରିବାରେ ପ୍ରସ୍ତୁତ ରହିଥାନ୍ତି । ଏମାନେ ଏକ ରହିବାକୁ ପସନ୍ଦ କରନ୍ତି ନାହି । ଏମାନେ ନିଜର ବିଚାରକୁ ସର୍ବଦା ଅନ୍ୟ ମାନଙ୍କ ଆଗରେ ସେୟାର କରିବାକୁ ପସନ୍ଦ କରନ୍ତି ।
ଏମାନଙ୍କର ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିଥାଏ । ଏମାନେ ନୂଆ ନୂଆ ମିତ୍ର କରିବାରେ କୌଶଳ ହୋଇଥାନ୍ତି । କୌଣସି ସଭାର ଆୟୋଜନାରେ ଏମାନେ ଆଗରେ ରହିବା ସହ ସାମାଜିକ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିଥାନ୍ତି । ଏମାନେ ବହୁତ ଜଲ୍ଦି କାହା ସହ ମିଶି ଯାଇଥାନ୍ତ । ଏମାନେ ନିଜର ବ୍ୟବହାରରେ ନ୍ୟାୟବାଦୀ ଓ ଉଦାର ରହିଥାନ୍ତି । ଅନ୍ୟାୟକୁ ସହ୍ୟ କରିପାରନ୍ତି ନାହି ।
ଏମାନଙ୍କ ଠାରେ ମାନସିକ ଶକ୍ତି ପ୍ରବଳ ରହିଥାଏ । ସମୟ ପଡିଲେ ଏମାନେ ନିଜର ଯୋଗ୍ୟତା ଓ ବିଚାରକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହୋଇଥାନ୍ତି । ଯେଉଁ କଥା ଏମାନଙ୍କୁ ଠିକ ଲାଗିଥାଏ ତାହା କରିଥାନ୍ତି । ଏମାନେ ସର୍ବଦା ଶାନ୍ତି ରଖିବାକୁ ପସନ୍ଦ କରନ୍ତି । ଯେ କୌଣସି ସମସ୍ୟାରୁ ମୁକ୍ତି ପାଇବାକୁ ନିଜ ବୁଦ୍ଧିର ପ୍ରୟୋଗ କରିଥାନ୍ତି । ଏମାନେ ସର୍ବଦା ସିଧା ରାସ୍ତାରେ ଚାଲିଥାନ୍ତି ।
କାହା ସହ କଠୋର ଶବ୍ଦ ଓ ଖରାପ ବ୍ୟବାହାର କ୍ରାନ୍ତି ନାହି । ତୁଳା ରାଶିର ବ୍ୟକ୍ତି ଯେ କୌଣସି କାମକୁ ଚିନ୍ତା ବିଚାର କରି ହାତକୁ ନେଇଥାନ୍ତି ଯାହା ସେମାନଙ୍କ ପାଇଁ ଲାଭକାରି ହୋଇଥାଏ । ଏମାନଙ୍କର ତ୍ବଚା ସମ୍ବେଦଶୀଳ ହୋଇଥାଏ । ଏମାନେ ତେଲ ଜାତୀୟ ଖାଦ୍ୟ, ବିଳାସ ବ୍ୟସନା ପ୍ରତି ରୁଚି ରଖିଥାନ୍ତି । ଏମାନେ ଯେଉଁ ଜାଗାକୁ ଯାଇଥାନ୍ତି ସେଠାରେ ଖୁସିର ବାତାବରଣ ସୃଷ୍ଟି କରିଥାନ୍ତି ।
ନୂଆ ଜାଗା ଦେଖିବା ଏମାନଙ୍କର ରୁଚି ହୋଇଥାଏ । ଏମାନେ ଏକ ଭଲ ଜୀବନ ସାଥି ହେବା ସହ ଜୀବନ ସାଥୀକୁ ଖୁସି କରିବାକୁ ତତ୍ପର ହୋଇଥାନ୍ତି । ଆକର୍ଷକ ବ୍ୟକ୍ତିତ୍ବ ଓ ସମର୍ପଣ ଉଚ୍ଚ କୋଠିର ଜୀବନ ସାଥି ମିଳିଥାଏ । ଏମାନେ ଲେଖକ, କମ୍ପଜର, ଡିଜାଇନର, ସମୀକ୍ଷକ, ପ୍ରସକ ହୋଇଥାନ୍ତି । ଏମାନଙ୍କର ଶୁଭ ରଙ୍ଗ ଧଳା, ଶୁଭ ଅଙ୍କ ୬, ଶୁଭ ଦିନ ଶୁକ୍ରବାର । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।