ତୁଳସୀ ପତ୍ର(Basil leaves) ଖାଇବା ଦ୍ଵାରା ମୂଳରୁ ଶେଷ ହୁଏ ଏହି ସବୁ ଗମ୍ଭୀର ରୋଗ, Healthy Tips

ତୁଳସୀ ପତ୍ରର ବ୍ୟବହାର ବହୁ ପୁରାତାନ କାଳରୁ ଅନେକ ପ୍ରକାରର ରୋଗ ଭଲ କରିବା ପାଇଁ ହୋଇ ଆସୁଛି । ଆୟୁର୍ବେଦିକ ରେ ତୁଳସୀର ବ୍ୟବହାର ବିଭିନ୍ନ ପ୍ରକାରର ଔଷଧ ତିଆରି କରିବା ପାଇଁ ବ୍ୟବହାର କର ଯାଇଥାଏ । ତୁଳସୀ ରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ ଯାହା ଆମ ଶରୀର ପାଇଁ ଆଣ୍ଟି-ବ୍ୟାକ୍ଟେରିୟାଲ, ଫଙ୍ଗଲ ଓ ଏସିଡ ର କାମ କରିଥାଏ । ଆଜି ଆମେ ଆପଣଙ୍କୁ ତୁଳସୀ ପତ୍ରର କିଛି ଉପକାରିତା ବିଷୟରେ କହିବାକୁ ଯାଉଛୁ ।

୧- ଯଦି ଆପଣଙ୍କୁ ତରଳ ଝାଡା ହେଉଛି ତେବେ ତୁଳସୀ ପତ୍ର କୁ ଛେଚି ସେଥିରେ ମହୁ ଓ ଜୀରା ପାଉଡର ମିଶାଇ ଏହାର ସେବନ କରିଲେ ଲାଭଦାୟକ ହୋଇଥାଏ । ବାରମ୍ବାର ବାନ୍ତି ହେଉଥିଲେ ତୁଳସୀ ରସରେ ଅଦା ରସ ମିଶାଇ ଏହାର ସେବନ କରିଲେ ଏଥିରେ ଆରାମ ମିଳିଥାଏ ।

୨- ତୁଳସୀ ପତ୍ରରେ ଥିବା ପୋଷକ ତତ୍ତ୍ଵ କ୍ୟାନସର କୋଷକୁ ରୋକୀ ଦେଇଥାଏ । ପ୍ରତି ଦିନ କିଛି ତୁଳସୀ ପତ୍ର ଖାଇଲେ ଶରୀରରେ କ୍ୟାନ୍ସର କୋଷର ବୃଦ୍ଧି ହୁଏ ନାହି ।

୩- ତୁଳସୀ ପତ୍ରର ସେବନ କରିଲେ ସବୁ ପ୍ରକାରର ଜ୍ଵର ଭଲ ହେବାରେ ସହାୟକ ହୋଇଥାଏ । ଯେମିତି ମ୍ୟାଲେରିଆ, ଟାଇଫଏଡ ବା ଇନଫେକସନ ହୋଇଥିବା ଜ୍ଵର ତୁଳସୀ ପତ୍ର ଖାଇଲେ ଭଲ ହୋଇଯାଏ । ଏହା ସହ ତୁଳସୀ କାଢାର ସେବନ କରନ୍ତୁ । ଏଥିପାଇଁ ଗୋଟେ କପ ପାଣିରେ ୧୦ଟି ତୁଳସୀ ପାତ୍ର ପକାଇ ଅଧ କପ ହେବା ଯାଏଁ ଫୁଟାନ୍ତୁ । ଏଥିରେ ମହୁ ମିଶାଇ ସେବନ କରିଲେ ଜ୍ଵର ଭଲ ହୋଇଯାଏ ।

୪- ଯଦି ଆପଣ ଶ୍ଵାସ ରୋଗରେ ପୀଡିତ ଅଛନ୍ତି ତେବେ ତୁଳସୀ ପତ୍ର ଲାଭଦାୟକ ହୋଇଥାଏ । ପ୍ରତିଦିନ ସକାଳୁ ୪ଟି ତୁଳସୀ ସହ ସହ କଳା ଲୁଣ ମିଶାଇ ଖାଇଲେ ଶ୍ଵାସ ରୋଗ ସହ ଜଡିତ ସମସ୍ଯା ଦୂର ହୋଇଥାଏ ।

୫- ଡାଇବେଟିସ ରୋଗୀ ତୁଳସୀ ପତ୍ର ର ସେବନ ପ୍ରତିଦିନ କରିଲେ ଏହା ସୁଗାର ଲେବାଲ କଣ୍ଟ୍ରୋଲ କରିଥାଏ । ତେଣୁ ଡାଇବେଟିସ ନିୟନ୍ତ୍ରଣରେ ରହିଥାଏ ।

୬- ଯଦି ଥଣ୍ଡା, କାସ ହେଉଥାଏ ତେବେ ତୁଳସୀ ପତ୍ରକୁ ଅଦା ସହ ଚୋବାଇ ଖାଇଲେ ଏହା ଦୂର ହୋଇଥାଏ । ତୁଳସୀ ପତ୍ର ଖାଇବା ଦ୍ଵାରା ମୁଣ୍ଡ ବିନ୍ଧା ଭଲ ହୋଇଥାଏ ।

୭- ମାନସିକ ଚାପରେ ରହିଥିଲେ ତୁଳସୀ ପତ୍ର ସେବନ ବହୁତ ଲାଭଦାୟକ ହୋଇଥାଏ । ଏହା ସହ ଶରୀରରେ ରକ୍ତର ସଂଚାର ଠିକ ଭାବେ କରିଥାଏ ।

୮- ଯଦି କାନ ସମସ୍ଯା ରହିଥାଏ ତେବେ ତୁଳସୀ ପତ୍ର ଲାଭଦାୟକ ହୋଇଥାଏ । ଯଦି ଠିକ ଭାବେ ଶୁଣାଯାଉ ନାହି ବା କାନ ବୋହୁଥାଏ ତେବେ ତୁଳସୀ ରସରେ କର୍ପୁର ମିଶାଇ କାନରେ ପକାଇଲେ କାନ ସମସ୍ଯା ଦୂର ହୋଇଥାଏ ।

୯- କିଡନିରେ ଷ୍ଟୋନ ହୋଇଥିଲେ ତୁଳସୀ ପତ୍ର ଲାଭଦାୟକ ହୋଇଥାଏ । ରକ୍ତରେ ୟୁରିକ ଏସିଡର ପ୍ରଭାବକୁ କମ କରିଥାଏ ତୁଳସୀ ପତ୍ର । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *