ବୈକୁଣ୍ଠ ଧାମ କେଉଁଠି ଓ କେମିତି ଅଟେ? ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ବନ୍ଧୁଗଣ, ବୈକୁଣ୍ଠ ଲୋକର ସ୍ଥିତି ତିନୋଟି ଜାଗାରେ ରହିଛି ବୋଲି କୁହାଯାଇଛି । ଧରା ପୃଷ୍ଠରେ, ସମୁଦ୍ରରେ ଏବଂ ସ୍ଵର୍ଗରେ । ବୈକୁଣ୍ଠ ଲୋକକୁ ବିଷ୍ଣୁ ଲୋକ ଏବଂ ବୈକୁଣ୍ଠ ସାଗର ମଧ୍ୟ କୁହାଯାଏ । ଶ୍ରୀକୃଷ୍ଣ ବିଷ୍ଣୁଙ୍କ ଅବତାର ତେଣୁ ଶ୍ରୀକୃଷ୍ଣଙ୍କ ନିବାସ ସ୍ଥାନକୁ ମଧ୍ୟ ବୈକୁଣ୍ଠ କୁହାଯାଏ । ତେବେ ଏହି କଳି ଯୁଗରେ ବୈକୁଣ୍ଠ ଧାମ କେଉଁଠି ରହିଛି । ଏହା ନିହାତି ଆପଣ ମାନେ ଜାଣିବା ପାଇଁ ଚାହୁଁଥାନ୍ତି ତେଣୁ ଆଜି ଆମେ ଆପଣ ମାନଙ୍କୁ ଧରା ପୃଷ୍ଠରେ କେଉଁଠାରେ ବୈକୁଣ୍ଠ ଧାମ ରହିଛି ତାହା ସମ୍ପର୍କରେ ଜଣାଇବୁ ।

ପ୍ରଥମ ବୈକୁଣ୍ଠ ଧାମ: ଧରା ପୃଷ୍ଠରେ ଥିବା ବଦ୍ରିନାଥ, ରାମେଶ୍ଵରମ, ଜଗନ୍ନାଥ ପୁରୀ, ଦ୍ଵାରିକା ପୁରୀକୁ ବୈକୁଣ୍ଠ ଧାମ କୁହାଯାଏ । ଚାରୋଟି ଧାମ ମଧ୍ୟରୁ ସର୍ବ ଶ୍ରେଷ୍ଠ ଧାମ ହେଉଛି ବଦ୍ରିନାଥ । ଏହି ଧାମ ନାରାୟଣ ପର୍ବତରେ ଘେରି ହୋଇଛି ଏବଂ ଅଳକନନ୍ଦା ନଦୀର ବାମ କୂଳରେ ନୀଳକଣ୍ଠ ପର୍ବତ ଭୂମିର ପୃଷ୍ଠାରେ ଏହି ବଦ୍ରୀନାଥ ଧାମ ଅବସ୍ତିତ ।

ଭାରତର ଉତ୍ତରରେ ଥିବା ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କ ଦରବାର ବୋଲି ମନାଯାଏ । ବଦ୍ରିନାଥ ମନ୍ଦିରରେ ଭଗବାନ ବଦ୍ରିନାରାୟଣଙ୍କର ପାଞ୍ଚୋଟି ସ୍ୱରୂପ ପୂଜା ପାଉଛନ୍ତି । ବିଷ୍ଣୁଙ୍କ ଏହି ପାଞ୍ଚ ରୂପକୁ ପଞ୍ଚ ବଦ୍ରି ବୋଲି ଜଣାଯାଏ । ଜଗନ୍ନାଥ ଧାମ ଯାହା ପୁରୀରେ ଅବସ୍ତିତ । ଏହି ମନ୍ଦିର ସାରା ବିଶ୍ଵରେ ପ୍ରସିଦ୍ଧ ଏବଂ ପୁରୀରେ ଥିବା ଜଗନ୍ନାଥ ମନ୍ଦିରକୁ ହିଁ କଳିଯୁଗର ବୈକୁଣ୍ଠ ବୋଲି କୁହାଯାଏ ।

ଦିତୀୟ ବୈକୁଣ୍ଠ ଧାମ: ଏହି ବୈକୁଣ୍ଠ ଧାମ ଧରା ପୃଷ୍ଠ ବାହାରେ ଅବସ୍ଥିତ ଅଟେ । ଏବଂ ତିନି ଲୋକ ଉପରେ ଅଟେ । ଏହି ଧାମ ଆମ ଆଖିକୁ ଦେଖା ଯାଉଥିବା ପ୍ରକୃତି ଠାରୁ ତିନି ଗୁଣ ବଡ ଅଟେ । ଧରା ପୃଷ୍ଠାରୁ ମୁକ୍ତି ପାଉଥିବା ସମସ୍ତ ପବିତ୍ର ଆତ୍ମା ଏହି ଧାମରେ ଶଙ୍ଖ, ପଦ୍ମ ଏବଂ ଗଦା ରୂପରେ ସ୍ଥାନ ପାଇଥାନ୍ତି ।

ସେହି ଧାମକୁ ପ୍ରବେଶ କରୁଥିବା ଜୀବ ଆତ୍ମା କେବେ ମଧ୍ୟ ଆଉ ଫେରି ନଥାଏ ବା ଜନ୍ମ ନେଇ ନଥାଏ । ତୃତୀୟ ବୈକୁଣ୍ଠ ଧାମ: ସବୁଠାରୁ ପୁରୁଣା ପର୍ବତ ଅରାବଳି ପର୍ବତ ଉପରେ ଭଗବାନ ବିଷ୍ଣୁ ନିଜର ବୈକୁଣ୍ଠ ଧାମ ସ୍ଥାପନ କରିଥିଲେ । ଯେଉଁଠାକୁ ସାଧାରଣ ଲୋକମାନେ ଯାଇପାରନ୍ତି ନାହିଁ । କେବଳ ସାଧୁ ସନ୍ଥ ମାନେ ଯାଇ ତପସ୍ୟା କରିବା ପାଇଁ ସକ୍ଷମ ହୋଇଥାନ୍ତି ।

ଏହାପରେ ପରମ ଧାମ ଯାହାକି ଭଗବାନ ବିଷ୍ଣୁଙ୍କ ବାସ ସ୍ଥାନ ଆଟ ଯେଉଠାରେ ସେ ତାଙ୍କ ଚାରି ରାଣୀଙ୍କ ସହ ରହିଥାନ୍ତି । ସେହି ଧାମ ସବୁଠାରୁ ଉପରେ ଅଟେ । ସେଠାକୁ ପବିତ୍ର ଆତ୍ମା ଯିବା ପରେ ଜୀବନ ମୃତ୍ୟୁର ଚକ୍ରରୁ ମୁକ୍ତି ପାଇଯାଇଥାନ୍ତି । ଆଉ ସେମାନେ ସଂସାର କଷ୍ଟ ଭୋଗ କରିନଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *