ଭୁଲରେ ବି ଏହି ସବୁ ଜିନିଷ କାହାକୁ ବି ଦାନ କରିବା ଉଚିତ ନୁହେଁ, ନଚେତ ଆସିପାରେ ଦରିଦ୍ରତା…

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଦାନ କରିବା ବହୁତ ପୂଣ୍ୟ କାମ ହୋଇଥାଏ । ଦାନ କରିବା ଦ୍ଵାରା ବ୍ୟକ୍ତି ବିପଦ ର ସମୁଖିନ୍ନ ହୋଇପାରେ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଦାନ କରିବାର ବିଶେଷ ମହତ୍ଵ ବିଷୟରେ କୁହା ଯାଇଛି । କିନ୍ତୁ କିଛି ଲୋକ ଅଜାଣତରେ କିଛି ଏମିତି ଜିନିଷ ଦାନ କରିଥାନ୍ତି ଯାହା ନିଜ ପାଇଁ କ୍ଷତିକାରକ ହୋଇଥାଏ । ଆଜି ଆମେ ଜାଣିବା କେଉଁ କେଉଁ ଜିନିଷ ଦାନ କରିବା ଉଚିତ ନୁହେଁ ଓ ଏହି ସବୁ ଜିନିଷ ଦାନ କରିବା ଦ୍ଵାରା କେଉଁ କେଉଁ ସମସ୍ଯା ଉତପନ ହୋଇଥାଏ ।

1- ପ୍ଲାଷ୍ଟିକ ବସ୍ତୁ : ଆଜିକାଲି ଲୋକ ମାନେ ବହୁଳ ମାତ୍ରାରେ ପ୍ଲାଷ୍ଟିକ ଜିନିଷ ବ୍ୟବହାର କରୁଛନ୍ତି । ପ୍ଲାଷ୍ଟିକ ଜିନିଷ ଘରେ ବ୍ୟବହାର କରି ହେବ । କିନ୍ତୁ ଏହାକୁ ଦାନ କରିବା ଉଚିତ ନୁହେଁ । କାହିଁକି ନ ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ରେ ବୃଦ୍ଧି ଓ ବ୍ୟାପାର ବାଣିଜ୍ୟ ବଢିପାରେ ନାହିଁ ।

2- ଝାଡୁ : ଝାଡୁ ଦାନ କରିବା କୁ ଅଶୁଭ ମାନା ଯାଇଥାଏ । ଏମିତି କରିବା ଦ୍ଵାରା ଘରେ ଧନର ଅଭାବ ଦେଖା ଯାଇଥାଏ । ଓ ଘରେ କେବେ ବି ରୋଜଗାର ହୋଇଥିବା ଟଙ୍କା ରୁହେ ନାହିଁ । ଝାଡୁ ଦାନ କରିବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଏଣୁ ଝାଡୁ କେବେ ବି ଦାନରେ ଦେବା ଉଚିତ ନୁହେଁ ।

3- ଷ୍ଟିଲ ଜିନିଷ : ଶାସ୍ତ୍ର ଅନୁଯାୟୀ କେବେ ବି କୌଣସି ସ୍ଥାନରେ ଷ୍ଟିଲ ଜିନିଷ ଦାନ କରିବା ଉଚିତ ନୁହେଁ । ଷ୍ଟିଲ ଜିନିଷ ଦାନ କରିବା ଦ୍ଵାରା ଘରର ସୁଖ ଶାନ୍ତି କମି ଯାଇଥାଏ ।

4- ପିନ୍ଧିଥିବା ବସ୍ତ୍ର : କୌଣସି ବି ବ୍ରାହ୍ମଣ ବା ପଣ୍ଡିତ ଙ୍କୁ ପିନ୍ଧିଥିବା ବସ୍ତ୍ର ଭୁଲରେ ବି ଦାନ କରିବା ଉଚିତ ନୁହେଁ । ସର୍ବଦା ନୂଆ ବସ୍ତ୍ର ଦାନ କରିବା ଉଚିତ ହୋଇଥାଏ ।

5- ତେଲ : ଆପଣ କାହାକୁ ତେଲ ଦାନ କରିବାକୁ ଚାହୁଁଛନ୍ତି ତେବେ ନୂଆ ତେଲ ଦାନ କରିବା ଉଚିତ । କେବେ ବି ବ୍ୟବହାର ହୋଇଥିବା ତେଲ ଦାନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଶନି ଦୋଷ ଲାଗିପାରେ ।

6- ଲୁହା ଜିନିଷ : ଲୁହାର ଜିନିଷ ଦାନ କରିବା ଦ୍ଵାରା ଜୀବନରେ ନାନା ସମସ୍ଯା ଆସିଥାଏ । ଏଣୁ ଭୁଲରେ ବି କାହାକୁ ଲୁହା ଜିନିଷ ଦାନ ଦେବା ଉଚିତ ନୁହେଁ ।

7- ବାସୀ ଖାଦ୍ୟ : ପ୍ରାୟ ଲୋକ ନ ଖାଇବା କାରଣରୁ ବାସୀ ଖାଦ୍ୟ ଦେଇଥାନ୍ତି । କିନ୍ତୁ କାହାକୁ ବି ବାସୀ ଖାଦ୍ୟ ଦାନରେ ଦେବା ଉଚିତ ନୁହେଁ । ଭିକାରି ଙ୍କୁ ମଧ୍ୟ ବାସୀ ଖାଦ୍ୟ ଦେବା ଉଚିତ ନୁହେଁ । ଏହା ଦ୍ଵାରା ପରିବାରରେ କଳହ ଓ ଧନର ଅଭାବ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *