ଚନ୍ଦ୍ରଗ୍ରହଣ 2023: ଆସୁଛି ଭୟଙ୍କର “ଚନ୍ଦ୍ର ଗ୍ରହଣ” ଦେଖନ୍ତୁ ହାଣ୍ଡିଛାଡର ସଠିକ ସମୟ, ଏହି 4ଟି ରାଶି ହେବେ କୋଟିପତି

ନମସ୍କାର ବନ୍ଧୁଗଣ, ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣର ବିଶେଷ ଭୂମିକା ରହିଛି । ସମଗ୍ର ବିଶ୍ଵରେ 4 ରୁ 5 ଟି ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ହୋଇଥାଏ । ସେହିଭଳି 2023 ମସିହାରେ  ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ 20 ତାରିଖରେ ହେବାକୁ ଯାଉଛି । ଏବଂ ଦିତୀୟ ସୂର୍ଯ୍ୟ ପରାଗ 14 ଅକ୍ଟୋବରକୁ ହେବାକୁ ଯାଉଛି । ଏହାପରେ ପ୍ରଥମ ଚନ୍ଦ୍ର ଗ୍ରହଣ 5 ମେ ରେ ହେବାକୁ ଯାଉଛି ଏବଂ ଦିତୀୟ ଚନ୍ଦ୍ର ଗ୍ରହଣ 29 ତାରିଖରେ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ମେ 5 ରେ ହେବାକୁ ଯାଉଥିବା ଚନ୍ଦ୍ର ଗ୍ରହଣ ସମ୍ପର୍କରେ ସମସ୍ତ ସୂଚନା ।

ମେ ମାସ 5 ତାରିଖରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ସମୟରେ ଆପଣ ମାନେ ଖାଦ୍ୟ ଗ୍ରହଣ କରିବା ଅନୁଚିତ । କାରଣ ଗ୍ରହଣ ଲାଗିବା ସମୟରେ ପେଟ ଖାଲି ରହିବା ହିଁ ଭଲ ହୋଇଥାଏ । ତେଣୁ ସାଧାରଣତଃ ଚନ୍ଦ୍ର ଗ୍ରହଣ ହେବାର 9 ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ କରାଯାଇଥାଏ । ଏହି ଚନ୍ଦ୍ର ଗ୍ରହଣର ପାକ ନିଷେଧ ତଥା ହାଣ୍ଡି ଛାଡ ସମୟ ହେଉଛି: 5 ମେ 2023 ଶୁକ୍ରବାର ଦିନ 11 ଟା 45 ମିନିଟରୁ ଆରମ୍ଭ ଏବଂ 5 ମେ 2023 ଶୁକ୍ରବାର ରାତ୍ରି 1ଟା ରେ ଶେଷ ।

ଏହି ସମୟରେ ଦେବା ନୀତି ରନ୍ଧନ କାର୍ଯ୍ୟ ଏବଂ ଭୋଜନକୁ ବାରଣ କରାଯାଇଛି । ଏହି ସମୟ ଶେଷ ହେବା ପରେ ସ୍ନାନ କାର୍ଯ୍ୟ କରି ଚନ୍ଦ୍ରକୁ ଦର୍ଶନ କରିବା ପାରେ ଯାଇ ଦେବ କାର୍ଯ୍ୟ  ଏବଂ ଅନ୍ୟାନ ଶୁଭ କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ । ଏହି ସୁତକ ସମୟର ଶିଶୁ ବୃଦ୍ଧ ଏବଂ ରୋଗୀ ମାନଙ୍କ ପାଇଁ ପାଳନୀୟ ନୁହେଁ ।

ତେବେ ଏହି ଚନ୍ଦ୍ର ଗ୍ରହଣର ଗ୍ରହଣ ଲାଗିବା ସମୟ ହେଉଛି ରାତ୍ରି 8 ଟା 45 ରୁ ଆରମ୍ଭ ହୋଇ ରାତ୍ରି 1ଟା ପର୍ଯ୍ୟନ୍ତ । ଏହି ଗ୍ରହଣ ମହାକାଶରେ ପ୍ରାୟ 4 ଘଣ୍ଟା 15 ମିନିଟ ଏବଂ 34 ସେକେଣ୍ଡ ଲାଗି ରହିବ । ଗର୍ଭବତୀ ମହିଳା ମାନଙ୍କୁ ଗ୍ରହଣ ଲାଗିବା ଦେଖିବାକୁ ବାରଣ କରାଯାଇଛି । ଏହି ଗ୍ରହଣ ଲାଗିବା ସମୟରେ ଗର୍ଭବତୀ ମହିଳା ମାନେ କୌଣସି ଜିନିଷ କଟା କଟି ଏବଂ କୌଣସି କପଡା ଆଦି ସିଲେଇ କରିବା ଅନୁଚିତ ।

ନଚେତ ଏହାର କୁପ୍ରଭାବ ଆପଣଙ୍କ ଗର୍ଭରେ ଥିବା ଶିଶୁ ଉପରେ ପଡିଥାଏ । ଗ୍ରହଣ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରିବା ଅନୁଚିତ । ଏହି ଗ୍ରହଣର ପ୍ରଭାବ କିଛି ରାଶି ଉପରେ ଶୁଭ ପ୍ରଭାବ ପକାଉଥିବା ବେଳେ ଆଉ କିଛି ରାଶି ଉପରେ ଅଶୁଭ ପ୍ରଭାବ ପକାଇବା ପାଇଁ ଯାଉଛି ।

ଶୁଭ ପ୍ରଭାବ ପଡୁଥିବା ରାଶି ଗୁଡିକ ହେଉଛି, ମେଷ, ବୃଷ, କର୍କଟ, କନ୍ୟା ଏବଂ ବିଛା ରାଶି, ଧନୁ ରାଶି, କୁମ୍ଭ ରାଶି ଏବଂ ମୀନ ରାଶି । ତେବେ ଅଶୁଭ ରାଶି ଗୁଡିକ ହେଉଛି, ମିଥୁନ, ସିଂହ, ତୁଳା, ମକର ରାଶି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *