କୌଣସି ବି ଔଷଧ ଫେଲ ହୋଇଯିବ ଏହା ଆଗରେ, ଧରାପୃଷ୍ଠରେ ଅମୃତ ସମାନ ଅଟେ ଏହି ପତ୍ର

ନମସ୍କାର ବନ୍ଧୁଗଣ, ତୁଳସୀ ପତ୍ରର ମହାନତା ବିଷୟରେ ତ ସମସ୍ତଙ୍କୁ ଜଣା । ତେବେ ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହା ଅନେକ ରୋଗ ବ୍ୟାଧିରୁ ମୁକ୍ତି ଦେଇଥାଏ । ଯଦି ଆପଣ ତୁଳସୀ ଗଛରୁ ସିଧା ପତ୍ର ଛିଡାଇ ଆଣି ଖାଉଛନ୍ତି ତେବେ ଏହା ଭୁଲ । ଆଜି ଆମେ ତୁଳସୀ ପତ୍ରକୁ ଏଭଳି ଉପାୟ ଜଣାଇବାକୁ ଯାଉଛୁ ଯାହା ଆପଣଙ୍କୁ ସମ୍ପୂର୍ଣ ରୋଗ ମୁକ୍ତ କରିଦେବ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ପ୍ରଥମେ ତୁଳସୀ ପତ୍ର 8 ରୁ 10 ଟି ତୋଳି ନିଅନ୍ତୁ । ଗୋଟିଏ ତମ୍ବା ପାତ୍ର କିମ୍ବା ଅନ୍ୟ କୌଣସି ପାତ୍ର ଟିଏ ଆଣନ୍ତୁ । ସେଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ । ଏହାପରେ ସେଥିରେ ତୋଳିଥିବା ତୁଳସୀ ପତ୍ରକୁ ପକାନ୍ତୁ । କିଛି ଗୋଲ ମରିଚ ମଧ୍ୟ ଏଥିରେ ପକାନ୍ତୁ । ଗୋଟିଏ କିମ୍ବା ଦୁଇଟି ଲବଙ୍ଗ ଗୁଣ୍ଡ କରି ଆପଣ ଏଥିରେ ପକାନ୍ତୁ । ଏହାପରେ ଏଥିରେ କିଛି ଅଁଳା ଗୁଣ୍ଡ ପକାନ୍ତୁ ।

ଯଦି ଏହା ଆପଣଙ୍କ ପାଖରେ ନାହି ତେବେ ଏହାକୁ ନ ପକାଇଲେ ମଧ୍ୟ ଚଳିବ । ଯେଉନମାନଙ୍କର ଉଚ୍ଚ ରକ୍ତଚାପ କିମ୍ବା ଡାଇବେଟିସ ସମସ୍ଯା ରହିଛି ସେମାନେ ଗୋଟିଏ ଛୋଟ ଡାଲଚିନି ଏଥିରେ ବ୍ୟବାହାର କରିବା ଦରକାର । ଏହାପରେ ଆପଣ ଏଥିରେ 2ଟି କଞ୍ଚା ନିମ୍ବ ପତ୍ର ପକାନ୍ତୁ । ଏହାପରେ ଆପଣ ଏହିସବୁକୁ ଅଧ ଗ୍ଳାସ ପାଣି ହେବା ପର୍ଯ୍ୟନ୍ତ ଫୁଟିବାକୁ ଛାଡି ଦିଅନ୍ତୁ ।

ଏହି ପାଣିକୁ ସେବନ କରିବା ଦ୍ଵାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ପୁରୁଷ ହୁଅନ୍ତୁ କିମ୍ବା ମହିଳା ନିଜ ଶରୀରର ଦୁର୍ବଳତା, ରକ୍ତର ଅଭାବ, RBCର ଅଭାବ ଭଳି ସମସ୍ୟା ରହିଥିଲେ ଏହି ଉପାୟଟି ଆପଣ ମାନଙ୍କ ପାଇଁ ବହୁତ ଲାଭଦାୟୀ ରହିବ । ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ଯା ରହିଥିବା ଲୋକ ମଧ୍ୟ ଏହାର ସେବନ କରିବା ଉଚିତ ।

ଆପଣ ଏହି ଉପାୟଟିର ସେବନ ସମସ୍ତ ଋତୁରେ କରିପାରିବେ । ଏକ ମାସ ପର୍ଯ୍ୟନ୍ତ ଆପଣ ଯଦି ଏହାକୁ ଲଗାତର ଭାବେ ସେବନ କରନ୍ତି ତେବେ ଜୀବନରେ ଆପଣଙ୍କୁ କେବେ ଡାଇବେଟିସ ହେବ ନାହି । ଏବଂ ରକ୍ତଚାପ ସମସ୍ୟା ମଧ୍ୟ ଆପଣଙ୍କୁ କେବେ ଦେଖାଦେବ ନାହି ।

ଥାଇରଏଡ କିମ୍ବା pcos ଭଳି ସମସ୍ୟା, ମୂତ୍ରାଶୟରେ କୌଣସି ଅସୁବିଧା କିମ୍ବା ପିରିଅଡରେ କୌଣସି ସମସ୍ୟା, ଯେତେ ଖାଇଲେ ମଧ୍ୟ ଦେହ ନ ଲାଗୁଥିଲେ ଆପଣଙ୍କ ପାଇଁ ଏହି ଉପାୟର ସେବନ ବହୁତ ଲାଭକାରୀ ସାବ୍ୟସ୍ତ ହେବ । ଏହାର ସେବନ ଆପଣଙ୍କ ମୋଟାପଣ କମେଇବାରେ ମଧ୍ୟ ସହାୟ ହେବ । ଆଖିର ଦୃଷ୍ଟିକୁ ଠିକ କରିବା ପାଇଁ ମଧ୍ୟ ଏହା ସାହାର୍ଯ୍ୟ କରିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *