ତୁଳସୀ ପତ୍ର, ବେଲପତ୍ର ଓ ଫୁଲ କୁ କେଉଁ ସମୟରେ ବ୍ୟବହାର କରିବା ଉଚିତ ନୁହେଁ ?

ବନ୍ଧୁଗଣ ଆପଣ ମାନେ ପୂଜା ସମୟରେ କୌଣସି ନା କୌଣସି ଫୁଲ ନିଶ୍ଚୟ ବ୍ୟବହାର କରୁଥିବେ । କାରଣ ବୀନା ଫୁଲ ରେ ପୂଜା କରିବା ନିଷ୍ଫଳ ହୋଇଥାଏ । କିନ୍ତୁ ଏମିତି କିଛି ସମୟ ଆବ ଦିନ ଅଛି ଯେବେ ଫୁଲ ତୋଳିବା ଉଚିତ ନୁହେଁ । ଏମିତିକି ତୁଳସୀ ପତ୍ର ଓ ବେଲପତ୍ର ମଧ୍ୟ ତୋଳିବାର କିଛି ବିଶେଷ ନିୟମ ରହିଛି ଯାହା ଶାସ୍ତ୍ର ରେ ଉଲେଖ ରହିଛି । ଆଜି ଆମେ ଜାଣିବା ଫୁଲ, ତୁଳସୀ ପତ୍ର ଓ ବେଲପତ୍ର ତୋଳିବାର ସଠିକ ନିୟମ ବିଷୟରେ ।

ଶ୍ମଶାନ ବା ମଳମୁତ୍ର ସ୍ଥାନରେ ଯେଉଁ ଗଛ କିମ୍ବା ଆଧ୍ୟାତ୍ମିକ ଗଛ ହୋଇଥାଏ ସେ ସବୁରୁ ଫୁଲ ଆଣିବା ଉଚିତ ନୁହେଁ । ଏମିତିକି ବେଲଗଛ କି ତୁଳସୀ ଗଛର ପାତ୍ର ମଧ୍ୟ ଦେବା କାର୍ଯ୍ୟ ରେ ବ୍ୟବହାର କରିବା ଉଚିତ ନୁହେଁ । ଏହା ଛଡା ତଳେ ପଡିଥିବା ଫୁଲ କୁ ଠାକୁରଙ୍କୁ ଅର୍ପଣ କରିବା ଉଚିତ ନୁହେଁ । ଫୁଲ ଯଦି ଆପେ ଆପେ ତଳେ ପଡିଥାଏ ତେବେ ତାହା ପୂଜା ଅଯୋଗ୍ୟ ଅଟେ ।

ସୁଫାଳିକା ଫୁଲ ବେଲ ତୁଳସୀ ଯଦି ତଳେ ପଡିଥାଏ ଯାହା ବ୍ୟବହାର ହୋଇ ପାରିବ । ଅମାବାସ୍ୟା, ସଙ୍କ୍ରାନ୍ତି, ବୈଧୃତ, ଚୁତିକିଆ, ମୃତିକା, ସୟନ କରିବା ଓ ରାତି ସମୟରେ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ । ଏହାକୁ ନିଷେଧ ମାନାଯାଏ । ଚତୁର୍ଥୀ, ନବମୀ, ଅଷ୍ଟମୀ, ଅମାବାସ୍ୟା, ସଙ୍କ୍ରାନ୍ତି, ସୋମବାର ଦିନ ବେଲପତ୍ର ତୋଳିବା ଉଚିତ ନୁହେଁ । ଶାଳଗ୍ରାମ ପୂଜା ପାଇଁ କୌଣସି ସ୍ଥାନରୁ ତୁଳସୀ ପତ୍ର ଆଣିବା ପାଇଁ କିଛି ସଙ୍କୋଚ ହେଉଥିଲେ ।

ସେହି ସ୍ଥାନରୁ ତୁଳସୀ ପତ୍ର ଆଣିବାରେ କିଛି ଦୋଷ ଲାଗେ ନାହିଁ । ଅନ୍ୟ କୌଣସି ଧର୍ମର ବ୍ୟକ୍ତିଙ୍କ ଘରୁ କେବେ ବି ଫୁଲ ଆଣି ପୂଜା କରିବା ଉଚିତ ନୁହେଁ । ଏହା ମଧ୍ୟ ନିଷେଧ ଅଟେ । ଚନ୍ଦ୍ରଗ୍ରହଣ ସମୟରେ କେବଳ ତୁଳସୀ ପତ୍ର ତୋଳାଜାଇ ପାରିବ । କିନ୍ତୁ ଫୁଲ କୁ ତୋଳିବାକୁ ବାରଣ କରାଯାଏ । ଛିଣ୍ଡା ଫୁଲ ବା ଅସୁନ୍ଦର ଦେଖା ଯାଉଥିବା ଫୁଲ ଦେବା କାର୍ଯ୍ୟ ରେ ବ୍ୟବହାର କରିବା ନିଷେଧ କରା ଯାଇଛି ।

ବେଲପତ୍ର, ପାନପତ୍ର, ଅଁଳା, ତମାଳ ପଦ୍ମ, ଖଇର ଓ ତୁଳସୀ ପତ୍ର ବିକୃତ ହୋଇଥିଲେ ବା ଫାଟି ଯାଇଥିଲେ ତାହାକୁ ଦେବ କାର୍ଯ୍ୟ ରେ ବ୍ୟବହାର କରିବା ନିଷେଧ ଅଟେ । କୌଣସି ଫୁଲ ନ ଫୁଟି କଡା ଅବସ୍ଥାରେ ଥିଲେ ତାହାକୁ ଠାକୁର ଙ୍କୁ ଚଢାଇବା ଉଚିତ ନୁହେଁ । ପଦ୍ମ, କଇଁ ଫୁଲ ଜଳ ଜାତୀୟ ଫୁଲ ହୋଇଥିବାରୁ ଏହା କଢ ଥିଲେ ଏହାକୁ ଦେବ କାର୍ଯ୍ୟ ରେ ବ୍ୟବହାର କରିଲେ ଦୋଷ ଲାଗେ ନାହିଁ ।

ଅଶୋକ, ଅର୍ଜୁନ, ବକୁଳ, ବେଲପତ୍ର ବୃନ୍ତହୀନ ଅବସ୍ଥାରେ ଗ୍ରହଣ କରାଗଲେ ତାହା ଦୋଷ ଲାଗେ ନାହିଁ । ଅପରାଜିତା, ମନ୍ଦାର ଫୁଲ, ଜବା, ନାଗ ଚମ୍ପା, ତୁଳସୀ ଆଦି ଡେମ୍ଫ ସହ ଦେବା କାର୍ଯ୍ୟ ରେ ବ୍ଯବହ୍ରୁତ ହେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *