ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ ସମୟରେ ଉଭୟ ପୁଅ ଓ ଝିଅଙ୍କର ଜାତକ ଦେଖା ଯାଇ ଥାଏ । ରାଶି, ନକ୍ଷତ୍ର, ଆଦିର ଗଣନା ପରେ ହିଁ ବିବାହ ପକ୍କା ହୋଇ ଥାଏ । ତେବେ ଅନେକ ଲୋକ କୁହନ୍ତି କି ସ୍ୱାମୀ ଓ ସ୍ତ୍ରୀଙ୍କର ସମାନ ରାଶି ଥିଲେ ସେହି ବିବାହ ସମ୍ପର୍କ ସୁଖମୟ ହୋଇଥାଏ ବା ହୋଇ ନ ଥାଏ । ତେବେ ଯଦି ସ୍ଵାମୀ ଓ ସ୍ତ୍ରୀଙ୍କ ରାଶି ସମାନ ହୋଇ ଥାଏ ତ ସେମାନଙ୍କ ମଧ୍ୟରୁ ସ୍ତ୍ରୀଙ୍କ ରାଶିର ସଂଖ୍ୟା ସ୍ବାମୀଙ୍କ ରାଶି ସଂଖ୍ୟା ଠାରୁ କମ ହୋଇ ଥିବା ଦରକାର ।
କାରଣ ରାଶି ସଂଖ୍ୟା ଯାହାର ଅଧିକ ରହି ଥାଏ ସେ ସବୁ ଗୁଣ ରେ ଅଧିକ ହୋଇଥାଏ । ଯେମିତିକି ଅଧିକ ରାଗି, ଅଧିକ ଜିଦିଆ ସେହି ଭଳି । ତେଣୁ ଯଦି ସ୍ୱାମୀଙ୍କ ସଂଖ୍ୟା ଅଧିକ ହୋଇ ଥାଏ ତେବେ ସ୍ୱାମୀ ଘରର ମୁଖ୍ୟ ଭାବେ ରହି ଥାନ୍ତି ।
ଯଦି ସ୍ତ୍ରୀଙ୍କ ସଂଖ୍ୟା ଅଧିକ ହୋଇ ଥାଏ ତେବେ ସେହି ଘରେ ସ୍ତ୍ରୀ ମାନେ ମୁଖ୍ୟ ହୋଇ ଥାନ୍ତି । ଘରର ସମ୍ପୂର୍ଣ୍ଣ ଭଲ ଖରାପ ସେହି ମାନେ ବୁଝି ଥାନ୍ତି । ସ୍ୱାମୀ ମାନେ ସର୍ବଦା ତାଙ୍କର ପାଦ ର ତଳେ ରହିଲା ଭଳି ରହି ଥାନ୍ତି ।
ଯଦି ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ର ସଂଖ୍ୟା ସମାନ ହୋଇ ଥାଏ ତେବେ ସେହି ଘରେ ମଧ୍ୟ କଲି ଝଗଡା ହୋଇ ଥାଏ । କାରଣ ଦୁଇ ଜଣଙ୍କ ରାଶି ସମାନ, ରାଶିର ସଂଖ୍ୟା ସମାନ, ଅର୍ଥ ଦୁଇଜଣ ଯାକ ଙ୍କର ଗୁଣ ମଧ୍ୟ ସମାନ ହୋଇ ଥାଏ ।
ଯାହା ଫଳରେ ଦୁଇ ଜଣଙ୍କ ମଧ୍ୟ ରେ ଏତେ ଭଲ ପଡି ନ ଥାଏ । ଯଦି ଜଣେ ରାଗି ହୋଇ ଥାଏ ଅନ୍ୟ ଜଣକ ମଧ୍ୟ ସେହି ରାଗ ରେ ରହି ଥାନ୍ତି । ପରସ୍ପର କୁ କେହି ବୁଝାନ୍ତି ନାହିଁ । ତେଣୁ ସେହି ଦୁଇ ଜଣଙ୍କ ବୁଝାମଣା ଭଲ ରହି ନ ଥାଏ ।
ତେଣୁ ସ୍ୱାମୀ ଓ ସ୍ତ୍ରୀଙ୍କର ରାଶି ସମାନ ହେଲେ ମଧ୍ୟ ସଂଖ୍ୟା ଉପରେ ନିର୍ଭର କରି ଥାଏ କି ସେହି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟ ରେ ବୁଝମନା କେତେ ଭଲ ହେବ । ଏହା ଛଡା ଆମର ତିନୋଟି ଗଣ ରହି ଥାଏ । ଦେବତା ଗଣ, ମାନବ ଗଣ, ଦାନବ ଗୁଣ ।
ଯଦି ସ୍ୱାମୀ ମାନବ ଗଣ ଓ ସ୍ତ୍ରୀ ଦାନବ ଗଣ ର ହୋଇ ଥିବେ ତେବେ ମଧ୍ୟ ସେମାନଙ୍କର ମଧ୍ୟ ରେ ସମ୍ପର୍କ ଭଲ ରହି ନ ଥାଏ । ତେଣୁ କେବଳ ରାଶି ସହ କିଛି ନୁହେଁ ଆହୁରି ଅନେକ ଜିନିଷ ଯଦି କମ ବେଶୀ ରହି ଥାଏ ତାହାକୁ ଦେଖି ବିବାହ କରାଯାଇ ଥାଏ ।