ପୁରୁଷଙ୍କୁ ଶ୍ଵଶୁରଘରେ ଅଧିକ ଦିନ ରହିବା ଉଚିତ ନୁହେଁ, ଏମତି କାହିଁକି କୁହାଯାଏ ?

ନମସ୍କାର ବନ୍ଧୁଗଣ । ଯଦି ଆପଣ ଏକ ବିବାହିତ ପୁରୁଷ ଅଟନ୍ତି ଯଦି ଚାହୁଛନ୍ତି ଶଶୁର ଘରେ ରହିବାକୁ ତାହାଲେ ଆପଣ ଏହି କଥା କେବେବି କରନ୍ତୁ ନାହିଁ । ଯଦି ଆପଣ କିଛି କାରଣ ପାଇଁ ଶଶୁର ଘରେ ରହିବାକୁ ଯାଉଛନ୍ତି ତାହାଲେ ଆପଣଙ୍କର ଜୀବନରେ କିଛି ପରିବର୍ତନ ଦେଖା ଦବ । କଣ ସେହି ପରିବର୍ତନ ଆସନ୍ତୁ ଆମେ ଏକ କଥା ମଧ୍ୟମରେ ଶୁଣାଇବୁ । ବନ୍ଧୁଗଣ ଏକ ରାଜ୍ଯରେ ବହୁତ ବଡ ବିଦ୍ଵାନ ବ୍ୟକ୍ତି ରହୁଥିଲେ । ତାଙ୍କର ପିତା କେବେବି ତାଙ୍କର ପ୍ରଶଂସା କରୁନଥିଲେ । ଦିନେ ସେହି ବ୍ୟକ୍ତି ତାଙ୍କ ପିତାଙ୍କ ଉପରେ କ୍ରୋଧ ହେଇ ରାତିରେ ଏକ ଟାଙ୍ଗିଆ ଆଣି ଆସିଲେ ପିତାଙ୍କୁ ମା-ରି-ବାକୁ । କିନ୍ତୁ ତାହା ପୂର୍ବରୁ ତାଙ୍କ ମା ଆଉ ପିତା କଥା ହବାର ସେ ଝରକା ଫାଙ୍କରେ ଶୁଣିଲେ ।

ତାଙ୍କ ମା ପିତାଙ୍କୁ କହୁଛନ୍ତି ପୁରା ଗାଁ ସାରା ଲୋକ ତୁମ ପୁଅର ପ୍ରଶଂସା କରୁଥିବା ବେଳେ ତୁମେ କିପରି ତାହାକୁ ଛୁଆ ବୋଲି କହୁଛ । ପିତା ହସିକି କହିଲେ ମୁ ଜାଣିଛି ଆମର ପୁତ୍ର ବହୁତ ବଡ ବିଦ୍ଵାନ ବ୍ୟକ୍ତି କିନ୍ତୁ ମୁ ଚାହୁନି ଆମ ପୁଅ ମନରେ ଏହି କଥା କୁ ନେଇ ଅହଂକାର ଜାତ ହଉ । ସେଥିପାଇଁ ମୁ ତାକୁ ମୁହଁ ଉପରେ ଛୋଟ ଛୁଆ ବୋଲି କୁହେ। ଏହି କଥା ତାଙ୍କ ପୁତ୍ର ଶୁଣି କାନ୍ଦି ପକାଇଲେ । ତାହାପରେ ଆସି ତାଙ୍କ ପିତାକୁ ଭୁଲ ମାଗିଲେ । କହିଲେ ମୋ ମନରେ ବହୁତ ଖରାପ ଚିନ୍ତାଧାରା ପ୍ରବେଶ କରିଥିଲା । ଏହା ପାଇଁ ମୋତେ କିଛି ଦଣ୍ଡ ଦିଅନ୍ତୁ । ପ୍ରଥମେ ପିତା ମନାକଲେ । ପୁତ୍ର ଜିଦି କରିବାରୁ ପିତା ପୁତ୍ରଙ୍କୁ କହିଲେ ତୁମର ସବୁଠାରୁ ସମ୍ମାନ ଜାଗା କେଉଁଠି । ପୁତ୍ର କହିଲେ ଶଶୁର ଘର ।

ତାହାପରେ ପିତା କହିଲେ ତୁମେ ତୁମ ଶଶୁର ଘରେ 6ମାସ ଯାଇ ରୁହ । ଏଇଟା ହେଲା ତୁମର ଦଣ୍ଡ । ତାହାପରେ ସେହି ବିଦ୍ଵାନ ବ୍ୟକ୍ତି ତାଙ୍କ ସ୍ତ୍ରୀ ସହିତ ଶଶୁରଘର ଗଲେ ପ୍ରଥମ ଦିନ ଶଶୁର ଘରେ ବହୁତ ଚର୍ଚା ପାଇଲେ । ତାହାପରେ ଧୀରେ ଧୀରେ ସେଇଟା କମିବାକୁ ଲାଗିଲା । ଶେଷରେ ଶଶୁର ଘର ଲୋକ ଘୁଆଳ ପୋଛିବାକୁ କହିଲେ । ଘୁଆଳ ପୋଚୁଥିବାର ତାଙ୍କସ୍ତ୍ରୀ ଦେଖି ବହୁତ ମନ ଦୁଖ କଲେ । ତାଙ୍କ ସ୍ଵାମିକି ଘରକୁ ଫେରିଯିବାକୁ କହିଲେ କିନ୍ତୁ ତାଙ୍କର କୌଣସି କଥା ସେହି ବିଦ୍ଵାନ ବ୍ୟକ୍ତି ଶୁଣିଲେ ନାହିଁ ।

ଦିନେ ସେହି ବିଦ୍ଵାନ ବେକ୍ତି ଏକା ବସି ଏକ ଶ୍ଳୋକ ବନାଉଥିଲେ । ତାଙ୍କ ସ୍ତ୍ରୀ ଆସି କହିଲେ ତୁମେ କଣ ପାଇଁ ଏହି ଶ୍ଳୋକ ଲେଖୁଛ । ଏହି ଶ୍ଳୋକର ମୂଲ୍ୟ ବଜାରରେ କିଛି ମୂଲ୍ୟ ନାହିଁ । କିନ୍ତୁ ପଟି କହିଲେ ଏମିତି କଥା କୁହ ନାହିଁ  ମୋର ଗୋଟେ ଗୋଟେ ଶ୍ଳୋକର ମୂଲ୍ୟ ବହୁତ ମହଙ୍ଗା ହବ। । ତାହାପରେ ତାଙ୍କର ସ୍ତ୍ରୀ ଶ୍ଳୋକ କୁ ନେଇ ବଜାରକୁ ବିକ୍ରି କରିବାକୁ ବାହାରିଲେ । ସମସ୍ତେ ଖାଦ୍ୟ ଓ ଅନାନ୍ୟ ପଦାର୍ଥ ବିକ୍ରି କରିବା ବେଳେ ଏହି ସ୍ତ୍ରୀ ଲୋକ ଶ୍ଳୋକ ବିକୁଥିଲେ । ଯେଉଁ ଲୋକ ଆସି ପଚାରିଲେ ତାହାର ମୂଲ୍ୟ କେତେ ତାଙ୍କର ପତ୍ନୀ ବହୁତ ମହଙ୍ଗା ବୋଲି କହୁଥିଲେ । ସେଥିପାଇଁ  ତାଙ୍କର ଶ୍ଳୋକ ବିକ୍ରି ହଉନଥିଲା ।

ଜଣେ ରାଜା ତାଙ୍କର ସେହି ଶ୍ଳୋକକୁ  ଏକଲକ୍ଷ ସୋର୍ଣ୍ଣ ମୁଦ୍ରାରେ ବିକିଲେ । ତାଙ୍କର ଏତେ ସୋର୍ଣ୍ଣ ମୁଦ୍ରାକୁ ଦେଖି ତାଙ୍କୁ ଆଗଭଳି ତାଙ୍କ ଶଶୁର ଘର ଲୋକ ସନ୍ନମାନ ଦବାକୁ ଲାଗିଲେ ଓ 6 ମାସ ପରେ ସେହି ବିଦ୍ଵାନ ବ୍ୟକ୍ତି ଘରକୁ ଫେରିଲେ। ବନ୍ଧୁଗଣ ଏଥିରୁ ଜାଣିପାରିଲେ ତ ଧନ ଥିଲେ ଆପଣଙ୍କୁ ସମସ୍ତେ ଭଲ ପାଇବେ । ତେଣୁ ଯେଉଁ ପୁରୁଷ ଭାବନ୍ତି ତାଙ୍କ ଶଶୁର ଘରେ ତାଙ୍କର ବହୁତ ସନ୍ନମାନ ମିଳେ କିନ୍ତୁ ଏହି ସନ୍ନମାନ ବହୁତ କମ ଦିନ ପାଇଁ ହୋଇଥାଏ।

Leave a Reply

Your email address will not be published. Required fields are marked *