Vastu Tips: ଏହି ଜିନିଷକୁ ଘରେ ରଖିଲେ ଦୂର ହୋଇଯାଏ ବାସ୍ତୁଦୋଷ, ବ୍ୟବହାର କରି ଦେଖନ୍ତୁ

ପୁରାଣରେ କୁହାଯାଇଛି ସମୁଦ୍ର ମନ୍ଥନରୁ ଶଙ୍ଖର ଉତ୍ପତି ହୋଇଥିଲା । ଭଗବାନ ଶିବଙ୍କୁ ଛାଡି ଅନ୍ୟ ସବୁ ଦେବୀ ଦେବତାଙ୍କୁ ଶଙ୍ଖରେ ଜଳ ଅର୍ପିତ କରାଯାଏ । ପୂଜାପାଠରେ ଶଙ୍ଖ ବ୍ୟବହାର କରାଯାଉଛି । ତେଣୁ ପୂଜା ଆରମ୍ଭରେ ଶଙ୍ଖରମୁଦ୍ରାରେ ଶଙ୍ଖର ପ୍ରାର୍ଥନା କରାଯାଏ । ହିନ୍ଦୁ ଧର୍ମରେ ଶଙ୍ଖକୁ ଗୁରୁତ୍ୱପୂର୍ଣ୍ଣ ଓ ପବିତ୍ର ବୋଲି କୁହାଯାଇଛି । ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ଘରେ ବାସ୍ତୁଦୋଷ ଥାଏ ସେହି ଘରର ସଦସ୍ୟମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।  ଏହି ଘରେ ସର୍ବଦା କ୍ଲେଶ ଲାଗିରୁହେ । ସ୍ୱାସ୍ଥ୍ୟ ଖରାପ ହୁଏ ଓ ଦରିଦ୍ରତା ବୃଦ୍ଧି ପାଇଥାଏ । ସେଥିପାଇଁ ଘରର ବାସ୍ତୁଦୋଷକୁ ଦୂର କରିବା ଜରୁରୀ ଅଟେ । ଆସନ୍ତୁ ଜାଣିବା କେଉଁ ଜିନିଷ ରଖିବା ଦ୍ଵାରା ଘରର ବାସ୍ତୁଦୋଷ ଦୂର କରିଥାଏ । ଏହାକୁ ଘରେ ନିଶ୍ଚୟ ରଖିବା ଉଚିତ୍ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଶଙ୍ଖ ରଖିଲେ ବାସ୍ତୁଦୋଷ ଦୂର ହେବା ସହିତ ଧନ ଓ ଆରୋଗ୍ୟ ପ୍ରାପ୍ତି ହୋଇଥାଏ । ଯଦି ଆପଣଙ୍କ ଘରର କୌଣସି ଭାଗରେ ବାସ୍ତୁଦୋଷ ଥାଏ ତେବେ ସେହି ଭାଗରେ ଶଙ୍ଖ ରଖିଲେ ସେଠାର ବାସ୍ତୁଦୋଷ ଦୂର ହୁଏ ଓ ଘରେ ଖୁସି ମିଳିଥାଏ । ଏହି ଶଙ୍ଖ ଦ୍ଵାରା କେବଳ ବାସ୍ତୁ ଦୋଷ ଦୂର ହୁଏ ନାହିଁ, ଏହା ସ୍ୱାସ୍ଥ୍ୟର ଅଭିବୃଦ୍ଧି, ଆୟୁଷ ପ୍ରାପ୍ତି, ଲକ୍ଷ୍ମୀ ପ୍ରାପ୍ତି, ପୁତ୍ର ପ୍ରାପ୍ତି, ପିତୃଦୋଷ ଶାନ୍ତି ଓ ବିବାହ ଆଦିର ଅସୁବିଧାକୁ ମଧ୍ୟ ଦୂର କରିଥାଏ । ଏହା ବ୍ୟତୀତ ଅନେକ ଚମତ୍କାର ଲାଭ ପାଇଁ  ମଧ୍ୟ ଶଙ୍ଖ ବ୍ୟବହାର କରାଯାଏ ।

ଶଙ୍ଖ ବଜାଇଲେ ତାର ଶବ୍ଦ ବା ଧ୍ୱନି ଯେତେବାଟ ପର୍ଯ୍ୟନ୍ତ ଶୁଣାଯାଏ ସେହିବାଟର ବାୟୁ ଶୁଦ୍ଧ ହେବା ସହିତ ଊର୍ଜାବାନ ମଧ୍ୟ ହୋଇଯାଏ । ବାସ୍ତୁ ବିଜ୍ଞାନ ଅନୁସାରେ ସୋଇଥିବା ଭୂମି ମଧ୍ୟ ନିୟମିତ ଶଙ୍ଖ ଶବ୍ଦରେ ଉଠିଯାଏ । ଭୂମି ଜାଗୃତ ହେଲେ ରୋଗ, ଶୋକ ଓ କଷ୍ଟ କମିଯାଏ । ପରିବାର ସଦସ୍ୟଙ୍କର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଯେଉଁଠାରେ ଶଙ୍ଖ ଥାଏ ସେଠାରେ ଭଗବାନ ଶ୍ରୀ ହରି, ମାତା ଲକ୍ଷ୍ମୀ ସର୍ବଦା ବାସ କରନ୍ତି । ଅମଙ୍ଗଳ ଦୂରେଇ ଯାଏ ।

ବାସ୍ତୁଦୋଷ ପ୍ରଭାବକୁ ଦୂର କରିବା ପାଇଁ ଶଙ୍ଖରେ ଗାଈ କ୍ଷୀର ଭର୍ତ୍ତିକରି ସେହି କ୍ଷୀରକୁ ଘରର ସବୁଆଡେ ଛିଞ୍ଚିଲେ ଘରେ ସକାରାତ୍ମକ ଊର୍ଜା ସଂଚାର ହୋଇଥାଏ । ଶଙ୍ଖ ଧ୍ୱନି ଆଧ୍ୟାତ୍ମିକ ଶକ୍ତିରେ ସମ୍ପନ୍ନ ହୋଇଥାଏ । ବିଜୟର ପ୍ରତୀକ ମାନୁଥିବା ଶଙ୍ଖରେ କୌଣସି ଧାର୍ମିକ ଅନୁଷ୍ଠାନ ଆରମ୍ଭରେ ଶଙ୍ଖ ବଜାଯାଏ । ଶଙ୍ଖ ବଜାଇଲେ ତାର ଶବ୍ଦ ବା ଧ୍ୱନି ଯେତେବାଟ ପର୍ଯ୍ୟନ୍ତ ଶୁଣାଯାଏ ସେହି ପର୍ଯ୍ୟନ୍ତ ନକରାତ୍ମକ ଊର୍ଜା ଦୂର ହେବା ସହିତ ସେହି ବାତାବରଣରେ ସବୁ କୀଟାଣୁ ନଷ୍ଟ ହୋଇଯାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁଘରେ ଶଙ୍ଖ ଥାଏ ସେଠାରେ ସକରାତ୍ମକ ଊର୍ଜା ସଂଚାର ହୋଇଥାଏ । ଶାସ୍ତ୍ର ଅନୁସାରେ ଘରର ପୂଜା ସ୍ଥାନରେ ମାତା ଲକ୍ଷ୍ମୀଙ୍କ ସହିତ ଶଙ୍ଖ ମଧ୍ୟ ସ୍ଥାପନା କରାଯାଏ ଓ ସବୁଦିନ ପୂଜା କରାଯାଏ ସେଠାରେ ମାତା ଲକ୍ଷ୍ମୀ ବାସ କରନ୍ତି । ସେହି ଘରେ ଧନ ସମ୍ବନ୍ଧିତ ସମସ୍ୟା ଦେଖାଦିଏ ନାହିଁ ।

Leave a Reply

Your email address will not be published. Required fields are marked *