କେବେ ଯଦି କାହାର ଶବ ଯାତ୍ରା ଦେଖନ୍ତି, ତେବେ କରନ୍ତୁ ଏହି 4ଟି କାମ- ମିଳିବ ଅଶେଷ ପୂଣ୍ୟ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବୁ ଯଦି ଆପଣ କୌଣସି ସବ ଯାତ୍ରା ଦେଖନ୍ତି ତେବେ ସେହି ସମୟରେ କେଉଁ ସବୁ କାମ କାଲେ ଆପଣଙ୍କୁ ପୂଣ୍ୟ ପ୍ରାପ୍ତି ହେବ । ଏମିତି ତ ଆପଣ ମାନେ ଜାଣିଥିବେ କୌଣସି ଏକ ଶୁଭ କାମରେ ଗଲା ବେଳେ ଯଦି କାହାର ଶବ ଯାତ୍ରା ଆମେ ଦେଖିଥାଉ ତେବେ ଏହା ଶୁଭ ବୋଲି କୁହାଯାଏ । ତେବେ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କିଛି ଖାସ କଥା କହିବାକୁ ଯାଉଛୁ ।

ଭଗବାନ ଶ୍ରୀ କୃଷ୍ଣ ଗୀତାରେ କହିଛନ୍ତି ମଣିଷ ଶରୀର ସିନା ନଷ୍ଟ ହୁଏ କିନ୍ତୁ ଆତ୍ମା ଆମର ରୁହେ । ଏହି ସଂସାରରେ ଯିଏ ଜନ୍ମ ହୋଇଛି ସେ ଦିନେ ନା ଦିନେ ନିଶ୍ଚୟ ମୃତ୍ୟୁ ବରଣ କରିବେ । ତେବେ ଆପଣ ଯଦି କୌଣସି ସମୟରେ ଶବ ଯାତ୍ରା ଦେଖୁଛନ୍ତି ତୁରନ୍ତ ଏହି ୪ଟି କାମ କରି ନିଅନ୍ତୁ । ଯାହା କରିବା ଦ୍ଵାରା ଆପଣଙ୍କୁ ଅନେକ ଶୁଭ ଫଳ ମିଳିବ ବା ପୂଣ୍ୟ ପ୍ରାପ୍ତି ହେବ । ତେବେ ଆସନ୍ତୁ ଜାଣିବା ସେହି ସବୁ କାମ କଣ, ଯାହା କରିବା ଦ୍ଵାରା ଆପଣଙ୍କୁ ଅଶେଷ ପୂଣ୍ୟ ଫଳ ମିଳିବ ।

ପ୍ରଥମ କାମ : ଯଦି ଆପଣ କୌଣସି ଶବଯାତ୍ରାରେ ସାମିଲ ହେଉଛନ୍ତି ତେବେ ନିଶ୍ଚୟ ଶବକୁ କାଣ୍ଡ ଦିଅନ୍ତୁ । ଏମିତି ମାନ୍ୟତା ଅଛି କି ଯଦି ଆପଣ ଏଭଳି କରନ୍ତି ତେବେ ଆପଣଙ୍କର ପୂଣ୍ୟ ହେବ ଓ ଏହାର ପ୍ରଭାବରେ ଆପଣଙ୍କ ପାପ ମଧ୍ୟ କ୍ଷୟ ହେବ । ସେଥିପାଇଁ ଦେଖିଥିବେ ଅନେକ ଲୋକ ଯେବେ ଶବ ଯାତ୍ରାରେ ଯୋଗ ଦିଅନ୍ତି ଶବକୁ କାନ୍ଧ ଦେବା ପାଇଁ ଆଗ୍ରହୀ ହୁଅନ୍ତି ।

ଦ୍ଵିତୀୟ କାମ : ଯଦି କେବେ ବାଟରେ ଗଲାବେଳେ ଆପଣ କୌଣସି ଶବ ଯାତ୍ରା ଦେଖୁଛନ୍ତି ତେବେ କିଛି ସେଠାରେ କିଛି ସମୟ ଅଟକି ଯାଅନ୍ତୁ ଓ ଭଗବାନଙ୍କୁ ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରନ୍ତୁ ।

ତୃତୀୟ କାମ : ଶିବ ପୁରାଣ ଅନୁସାରେ ଏଭଳି ମାନ୍ୟତା ଅଛି କି ମୃତ୍ୟୁ ପରେ ଆତ୍ମା ପରମାତ୍ମାଙ୍କ ସହ ମିଶି ଥାଏ । ସେଥିପାଇଁ ଶବଯାତ୍ରା ସମୟରେ ରାମ ନାମ ଜପ କରିବା ଆବଶ୍ୟକ, ଯାହାଦ୍ୱାରା ଶିବ ଭଗବାନ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହା କରିବା ଦ୍ଵାରା ଆପଣଙ୍କୁ ଭଗବାନ ଶିବଙ୍କର ଆଶୀର୍ବାଦ ମିଳିଥାଏ ।

ଚତୁର୍ଥ କାମ : ଯଦି ଆପଣ କୌଣସି ଗାଡିରେ ଯାଉଛନ୍ତି ଓ ସେହି ରାସ୍ତା ଦେଇ କୌଣସି ଶବଯାତ୍ରା ହେଉଛି ତେବେ କିଛି ସମୟ ପାଇଁ ଶେଠୀ ମୌନ ରହି ଯାଆନ୍ତୁ, ଅର୍ଥାତ କିଛି ସମୟ ସେଠାରେ ହର୍ଣ୍ଣ ବଜାନ୍ତୁ ନାହିଁ । ଏହା କରିବା ଦ୍ଵାରା ଆପଣ ତାଙ୍କ ପ୍ରତି ସମ୍ମାନ ପ୍ରକଟ କରିପାରିବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ଠିକ୍ ଲାଗିଥିବ । ଯଦି ଲାଗେ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *