ଆର୍ମୀ କ୍ୟାମ୍ପକୁ ଯିବା ସମୟରେ ଭଗବାନଙ୍କୁ ଦେଖିଲେ ଯବାନ, ଆଉ ତା ପରେ ଯାହା ହେଲା ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ଆଜି ଆମେ ଆପଣଙ୍କୁ ଏହି ସଂସାରରେ ଭଗବାନଙ୍କ ଉପସ୍ଥିତି ବିଷୟରେ କହିବୁ । ଏହା ଏକ ଅସଲ ଘଟଣା ଅଟେ । ଯାହାକି ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାରେ ଘଟିଥିଲା । ଇଣ୍ଡିଆନ ଆର୍ମୀର ୧୫ ଜଣ ଯବାନ ହିମାଳୟ ପର୍ବତର ଉଚ୍ଚରେ ଥିବା ଏକ ଆର୍ମୀର ପୋସ୍ଟକୁ ଯାଉଥିଲେ । ସେମାନଙ୍କୁ ୩ ମାସ ପର୍ଯ୍ୟନ୍ତ ସେହି ପୋସ୍ଟରେ ରହିବା ପାଇଁ ଅର୍ଡର ମିଳିଥିଲା । ଶୀତ ଦିନ ଥିବାରୁ ଚାରିଆଡେ କେବଳ ବରଫ ହିଁ ବରଫ ଓ  ସେହି ବରଫ ଦେଇ ଯିବା ସେମାନଙ୍କ ପାଇଁ ବହୁତ କଷ୍ଟକର ଥିଲା । ଏହା ମଧ୍ୟରେ ମଧ୍ୟ ରାତ୍ରି ପାଖାପାଖି ୨ ଟା ସମୟରେ ମେଜର ଚା ଖାଇବା ପାଇଁ ଇଚ୍ଛା କରିଲେ । କିଛି ରାସ୍ତା ଗଲା ପରେ ସେମାନେ ଗୋଟିଏ ଚା ଦୋକାନ ପାଖରେ ରହିଥିଲେ । କିନ୍ତୁ ସେହି ଦୋକାନରେ ତାଲା ଲାଗି ଥିଲା । ମେଜର କହିଲେ କି ଆମର ଚା ପିଇବାର ଇଚ୍ଛା ଇଚ୍ଛାରେ ହିଁ ରହିଯିବ ।

କିନ୍ତୁ ଜଣେ ଯବାନ ସେହି ଦୋକାନର ତାଲା ଭାଙ୍ଗି ଦେଖିଲେ କି ସେହି ଦୋକାନରେ ଚା ପ୍ରସ୍ତୁତ କରିବାର ସମସ୍ତ ସାମଗ୍ରୀ ଅଛି ।  ମେଜର ତାଙ୍କର ଯବାନଙ୍କ ସହ ମିଶି ଚା ପିଇଲେ ଓ ସେଠୁ ଆଗକୁ ଚାଲିଲେ । କିନ୍ତୁ ଦୋକାନର ତାଲା ଭାଙ୍ଗି ଚା ପିଇବା କଥା ମେଜରଙ୍କୁ ଅଳ୍ପ ଖରାପ ଲାଗିଲା । ସେଥିପାଇଁ ମେଜର ତାଙ୍କ ପକେଟରୁ ୨୦୦୦ ଟଙ୍କା ନୋଟ ବାହାର କରି ସେହି ଦୋକାନରେ ରଖି ଦେଲେ । ମେଜର ନିଜର ଯବାନଙ୍କୁ ଧରି ଆରମି ପୋସ୍ଟକୁ ବାହାରି ପଡିଲେ ।

ତିନି ମାସ ପର୍ଯ୍ୟନ୍ତ ସେମାନେ ସେହି ପୋସ୍ଟରେ ଡିୟୁଟି କରିବା ପରେ ନୂଆ ଟିମ ସେହି ପୋସ୍ଟକୁ ଆସିବା ପରେ ସେମାନେ ସେଠୁ ବାହାରି ପଡିଲେ । କିନ୍ତୁ ସମୟର ବିଡମ୍ବନା ଦେଖନ୍ତୁ ପୁଣି ଥରେ ମେଜର ସେହି ଚା ଦୋକାନ ପାଖରେ ଅଟକି ଗଲେ । କିନ୍ତୁ ସେହି ସମୟରେ ଦୋକାନ ଖୋଲା ଥିଲା ଓ ବୁଢା ଦୋକାନୀ ଯବାନମାନଙ୍କୁ ଦେଖି ସମସ୍ତଙ୍କ ପାଇଁ ଚା କରିଲେ । ଏହା ମଧ୍ୟରେ ବୁଢା ଦୋକାନୀ ନିଜ ଜୀବନର ସମସ୍ତ ଅନୁଭବ ବିଷୟରେ ଯବାନମାନଙ୍କୁ କହିଲେ ଓ ସମସ୍ତ କଥାରେ ଭଗବାନ ଅଛନ୍ତି ବୋଲି ମଧ୍ୟ କହିଲେ ।

ଜଣେ ଯବାନ କହିଲେ କି ତମେ ଯଦି ଏତେ ଭଗବାନଙ୍କୁ ଡାକୁଛ ତେବେ ତମେ ଏତେ ଗରିବ କାହିଁକି । ବୁଢା ଦୋକାନୀ କହିଲା କି ତିନି ମାସ ତଳେ ମୋର ବହୁତ ଖରାପ ସମୟ ଚାଲୁଥିଲା ଓ ମୋର ଏକମାତ୍ର ପୁଅ ଠାରୁ କିଛି ତଥ୍ୟ ନେବା ପାଇଁ ଆତଙ୍କବାଦୀମାନେ ତାକୁ ବହୁତ ମାରିଥିଲେ । ମୁଁ ମୋର ପୁଅକୁ ଠିକ କରିବା ପାଇଁ ଦୋକାନ ବନ୍ଦ କରି ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲି । ହସ୍ପିଟାଲରେ ଔଷଧ କିଣିବା ପାଇଁ ମୋ ପାଖରେ ଟଙ୍କା ନ ଥିଲା । ଆତଙ୍କବାଦୀମାନଙ୍କ ଭୟରେ ମୋତେ କେହି ବି ଟଙ୍କା ଦେଉ ନ ଥିଲେ ।

ଏହା ମଧ୍ୟରେ ମୁଁ ନିଜର ଦୋକାନକୁ ଆସିଥିଲି ଓ ଦୋକାନର ତାଲା ଭାଙ୍ଗି ଥିବାର ଦେଖି ମୁଁ ଡରି ଗଲି । କିନ୍ତୁ ଏହା ସମୟ ମଧ୍ୟରେ ମୋର ନଜର କାଉଣ୍ଟର ଉପରେ ଥିବା ୨୦୦୦ ଟଙ୍କା ଉପରେ ଥିଲା । ଆପଣ ଚିନ୍ତା କରି ପାରିବେ ନାହିଁ ସେହି ସମୟରେ ସେହି ୨୦୦୦ ଟଙ୍କାର ମୂଲ୍ୟ ମୋ ପାଇଁ କେତେ ଥିଲା । ସେଥିପାଇଁ ଭଗବାନ ଚାରିଆଡେ ଅଛନ୍ତି । କିନ୍ତୁ ମେଜର ନିଜେ ସେହି ଟଙ୍କା ରଖିଥିଲେ ବୋଲି ସେହି ଦୋକାନୀକୁ କହିଲେ ନାହିଁ । ସେ ଦୋକାନୀର ଭଗବାନ ପ୍ରତି ଥିବା ବିଶ୍ଵାସକୁ କମ କରିବାକୁ ଚାହୁଁ ନ ଥିଲେ ।

Leave a Reply

Your email address will not be published. Required fields are marked *