ଦିନକୁ କେବଳ 2 ଥର ଏହାକୁ ପିଅନ୍ତୁ, ଛାତି ଓ ଗଳାରେ ଜମା କଫ ତୁରନ୍ତ ବାହାରିଯିବ…

ବନ୍ଧୁଗଣ ଯଦି ଆପଣ କାଶ ଓ କଫ ଭଳି ସମସ୍ଯା ପାଇଁ ଚିନ୍ତିତ ତେବେ କେବଳ 3 ଦିନ ଏହାର ସେବନ କରନ୍ତୁ । ଯଦି ଛାତିରେ କଫ ଜମା ହୋଇଛି ତାହା ବାହାରିଯିବ । ବଦଳୁଥିବା ଋତୁ କାରଣରୁ ଓ ଆଲର୍ଜି କାରଣରୁ କାଶ ଓ ଥଣ୍ଡା ସମସ୍ଯା ଦେଖା ଯାଇଥାଏ । ଛାତିରେ କଫ ଜମିଲେ ବାରମ୍ବାର ଅନେକ ସମସ୍ଯା ଦେଖା ଯାଇଥାଏ । ଆଜି ଆମେ ଆପଣଙ୍କ ସହ ଏକ ଚମତ୍କାରୀ ଘରୋଇ ଉପଚାର ସେୟାର କରିବାକୁ ଯାଉଛୁ । ଆସନ୍ତୁ ଜାଣିବା ଏହି ରେମେଡି କେମିତି ବନାଇବା ଓ ଏହାର ପ୍ରୟୋଗ କିପରି କରିବା ।

ଏହି ରେମେଡି ବନାଇବା ପାଇଁ ଆବଶ୍ୟକ ତୁଳସୀ ପାତ୍ର, ଅଦା । ଆଉ ବାକି ସାମଗ୍ରୀ ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଏହି ର୍ମେଡି ବନାଇବା ପାଇଁ 2 କପ ପାଣି ନିଅନ୍ତୁ । ଏହାକୁ ଥରେ ବନାଇ 3 ଦିନ ଏହାର ସେବନ କରିପାରିବେ । ପାଣି ଗରମ ହେବା ପରେ ଅଦା ପକାନ୍ତୁ । ଅଦା ରୁ ଚୋପା ଛଡାଇ ଏହାକୁ ପକାନ୍ତୁ । ଅଦା କୁ ଗ୍ରେଭ କରି ପ୍ରୟୋଗ କରିପାରିବେ ।

ଦ୍ଵିତୀୟ ସାମଗ୍ରୀ ହେଉଛି ତୁଳସୀ ପତ୍ର । ତୁଳସୀର ବଡ ପତ୍ର ଥିଲେ 2ଟି ଓ ଛୋଟ ଥିଲେ 4ରୁ 5ଟି ତୁଳସି ପତ୍ର ନିଅନ୍ତୁ । ତୃତୀୟ ସାମଗ୍ରୀ ହେଉଛି ତେଜପତ୍ର ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିବ । ଛାତିରେ ଜମା ହୋଇଥିଲେ ତେଜପତ୍ରର ପ୍ରୟୋଗ ନିହାତି କରନ୍ତୁ । ତେଜପତ୍ରକୁ ଧୋଇ ଏହାକୁ ଛିଡାଇ ପାଣିରେ ପକାନ୍ତୁ । ଏବେ ଏଥିରେ ଗୋଟେ ଲବଙ୍ଗ ପାଣିରେ ପ୍ରୟୋଗ କରନ୍ତୁ ।

ମାନେ ରଖନ୍ତୁ ଲବଙ୍ଗର ଫୁଲ ଥିବା ଆବଶ୍ୟକ । ଏବେ 2ଟି ଗୋଲମରିଚ ର ପ୍ରୟୋଗ କରନ୍ତୁ । ଏହା ଛାତିରୁ କଫ ବାହାର କରିବା ସହ ପେଟ ଗରମ ହେବ ନାହିଁ । ଏବେ ଶିତ ଦିନ ଆରମ୍ଭ ହୋଇ ଥିବାରୁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କୌଣସି ପ୍ରକାରର ମିଠା ର ପ୍ରୟୋଗ କରନ୍ତୁ ନାହିଁ । ଦୁଇ କପ ପାଣି ଫୁଟି ଅଧା ହେବା ଯାଏଁ ଏହାକୁ ଫୁଟାନ୍ତୁ ।

ଏହା ପରେ ଅନ୍ୟ ଏକ ପାତ୍ରକୁ ଛାଣି ନେଇ ଅଳ୍ପ ଉଷୁମ ଥିବା ସେବନ କରନ୍ତୁ । ଏଥିରେ ମହୁ ବା ଗୁଡ ର ପ୍ରୟୋଗ କରନ୍ତୁ । ଥଣ୍ଡା, କାଶ, କଫ ସମସ୍ଯା ପାଇଁ ମହୁ ରାମବାଣ ହୋଇଥାଏ । ଏହି ରେମେଡି କୁ ଭଲ ଭାବେ ମିଶ୍ରଣ କରନ୍ତୁ । ସକାଳ ଚାହା ବଦଳରେ ଏହାର ସେବନ କରନ୍ତୁ । ଯାହା ବି କଫ ଥିବ ତାହା ବାହାରିଯିବ । ଦିନକୁ 2 ଥର ଏହାର ସେବନ କରନ୍ତୁ ।

ଯଦି ସମୟ ହେଉ ନାହିଁ ତେବେ ଦିନକୁ ଥରେ ଏହାର ସେବନ କରନ୍ତୁ । ଅଧିକ କଫ ଜମା ହୋଇଥିଲେ ଏହାକୁ ଦିନକୁ 3 ଥର ସେବନ କରନ୍ତୁ । କାଶ ସମସ୍ଯା ଦୂର କରିବା ପାଇଁ ଥଣ୍ଡା ଜାତୀୟ ଖାଦ୍ୟ ସେବନ କରିବା ଅନୁଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *