ଏହାକୁ ରଖିବା ମାତ୍ରେ ହିଁ ମୂଷା ଆପଣଙ୍କ ଘରର ରାସ୍ତା ଭୁଲିଯିବେ, ଘରେ ପଶିବାକୁ ସାହସ ବି କରିବେନି

ପ୍ରାୟ ସମସ୍ତଙ୍କ ଘରେ ମୂଷା ମାନେ ରହିଥାନ୍ତି । ଏହି ମୂଷା ମାନଙ୍କୁ ଧରିବା ବହୁତ କଷ୍ଟକର ହେବା ସହ ବହୁତ ମାରାତ୍ମକ ମଧ୍ୟ ହୋଇଥାଏ । ମୂଷା ମାନେ ଆମ ଘରର ସମସ୍ତ ଲୁଗାପଟା, ଖାଦ୍ୟ ସାମଗ୍ରୀ ଓ ଗୃହ ସାମଗ୍ରୀକୁ ନଷ୍ଟ କରିଥାନ୍ତି । ଏହି ମୂଷା ମାନଙ୍କୁ ଦୂର କରିବା ପାଇଁ ଲୋକମାନେ ବିଭିନ୍ନ ପଏଜନର ବ୍ୟବହାର କରିଥାନ୍ତି, ହେଲେ ସେଥିରୁ ବିଫଳତା ହାସଲ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହା ଦ୍ଵାରା ଆପଣ ନିଜ ଘରୁ ମୂଷା ମାନଙ୍କୁ ସଂପୂର୍ଣ୍ଣ ରୂପେ ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ଏହି ଉପାୟ ପାଇଁ ସର୍ବ ପ୍ରଥମେ ଆପଣ ଏକ ବାଉଲ ନିଅନ୍ତୁ, ଏଥିରେ ଏକ କପ ଅଟା ରଖନ୍ତୁ । ଅଟା ରଖିବାପରେ ଏଥିରେ ୮ ରୁ ୧୦ ପିସ ଗୋଲମରୀଚ ନିଅନ୍ତୁ ଓ ଭଲ ଭାବରେ ପେଷି ଅଟାରେ ମିଶାଇ ଦିଅନ୍ତୁ । ଗୋଲ ମରୀଚ ଦ୍ଵାରା କଣ ହେବ ନା ମୂଷା ମାନେ ଆପଣଙ୍କ ଘରୁ ପଳାଇବେ । ଏହା ଦ୍ଵାରା ତାଙ୍କୁ ଶରୀରରେ ଏକ ଅଜବ ଜଳନ ଅନୁଭବ ହୋଇଥାଏ ଓ ସେ ଘର ଛାଡି ପଳାଇଯାନ୍ତି ।

ଏହି ମିଶ୍ରଣରେ ଆପଣ ଅଧା ଚାମଚ ଲଙ୍କା ଗୁଣ୍ଡ ପକାନ୍ତୁ ଏହା ଦ୍ଵାରା ତାଙ୍କ ଶରୀର ଜଳାପୋଡା କରିବାକୁ ଲାଗିଥାଏ ଏବଂ ଶେଷରେ ଏଥିରେ ଅଧ ଚାମଚ ଦେଶି ଘିଅ ମିଶାନ୍ତୁ । ଦେଶି ଘିଅ ଦ୍ଵାରା ମୂଷା ମାନେ ଆକର୍ଷିତ ହୋଇଥାନ୍ତି । ଏହି ମିଶ୍ରଣରେ ଅଳ୍ପ ଅଳ୍ପ କରି ପାଣି ମିଶାନ୍ତୁ ଓ ଏହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ମିକ୍ସ କରିବା ପରେ ଆପଣ ଛୋଟ ଛୋଟ ଅଟା ଗୁଳା କରିଦିଅନ୍ତୁ ।

ଏହି ଅଟା ଗୁଳାକୁ ଆପଣ ନିଜ ରୋଷେଇ ଘର ଓ ଅନ୍ୟାନ୍ୟ କୋଣରେ ରଖିଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଗୋଟିଏ ସପ୍ତାହ ମଧ୍ୟରେ ଆପଣଙ୍କ ଘରୁ ମୂଷା ମାନେ ଦୂର ହୋଇ ଯାଇଥିବେ । ଏହି ଦେଶି ଉପାୟ ମାଧ୍ୟମରେ ଆପଣ ଅଳ୍ପ ଟଙ୍କା ଖର୍ଚ କରି ମୂଷା ମାନଙ୍କୁ ଦୂର କରିପାରିବେ । ତେବେ ଆପଣ ଏହି ଉପାୟର ପ୍ରୟୋଗ କରନ୍ତୁ ଓ ନିଜ ସମ୍ପର୍କୀୟ ମାନଙ୍କୁ ମଧ୍ୟ ଏହି ଉପାୟ କରିବା ପାଇଁ ପରାମର୍ଶ ଦିଅନ୍ତୁ ।

ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଆମର ଏହି ଟିପ୍ସ ଆପଣାଇ ଦେଖନ୍ତୁ, ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେଆର କରି ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *