ଏମିତି ସବୁ ଘଟଣା ଘଟୁଛି କି ? ହେଇ ଯାଆନ୍ତୁ ସତର୍କ- ଭବିଷ୍ୟତରେ ହେବାକୁ ଥିବା ଅଘଟଣ ବିଷୟରେ ସଂକେତ ଦିଏ ଏହି ସବୁ ଘଟଣା

ଆପଣମାନେ ଜାଣିଥିବେ ଆମର ଚତୁର୍ପାର୍ଶ୍ବରେ ଏମିତି ବହୁତ କିଛି ଘଟଣା ଘଟି ଯାଉଛି ଯାହାକୁ ଆମେ ନିଜ ବିଚାର ମଧ୍ୟକୁ ନେଇ ନଥାଉ, କିନ୍ତୁ ଏପରି କରିବା ଦ୍ଵାରା ଆପଣ ଅସୁବିଧାର ସମୁଖୀନ ହେଇପାରନ୍ତି । କାରଣ ଏହା କୌଣସି ସଂଯୋଗ ନୁହଁ ଏହା ଏକ ସଙ୍କେତ ଯାହା ଆମର ଭବିଷ୍ୟତ କୁ ନେଇ ଆମକୁ ଦର୍ଶାଇ ଥାଏ ।

ସତ୍ୟତା ହେଲା ଏହିସବୁ ଘଟଣା ଜୀବନରେ ଆଗକୁ ଆସୁଥିବା ସୁବିଧା-ଅସୁବିଧାର ସଙ୍କେତ ଦେଇଥାଏ । ଏଥିପାଇଁ ଏହାକୁ ଅଣଦେଖା ନକରି ଏହା ପଛରେ ଥିବା ରହସ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ । ଆଜି ଆମେ ଏହି ଆର୍ଟିକ୍ଲରେ ଏମିତି କିଛି ଘଟଣା ବିଷୟରେ ଜଣେଇବାକୁ ଚାହୁଞ୍ଚୁ ଯାହା ଆପଣଙ୍କ ଜୀବନରେ କେବେ ନା କେବେ ଘଟିଥିବ କିମ୍ବା ଭବିଷ୍ୟତରେ ଏମିତି କିଛି ଘଟିପାରେ , ତେଣୁ ଆପଣ ଏସବୁ ବିଷୟରେ ଜାଣି ଏହାର ସମାଧାନ ବାହାର କରନ୍ତୁ ।

ଆପଣମାନେ ନିଜର ଘରେ ଦେଖିଥିବେ ହଠାତ ଆପଣଙ୍କ ଘରର କନ୍ଥରୁ ପ୍ଲାଷ୍ଟର ଅଚାନକ ଖସିବାକୁ ଲାଗେ । ଯଦି ଏମିତି ହେଉଛି ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ଘରକୁ ଭବିଷ୍ୟତରେ କିଛି ବିପଦ ମାଡି ଆସୁଛି । କିନ୍ତୁ ଚିନ୍ତା କରିବାର କିଛି ନାହିଁ, ପ୍ରତିଦିନ ଆପଣ ସୁନ୍ଦରକାଣ୍ଡର ପଠନ କରନ୍ତୁ । ଯଦି ପ୍ରତିଦିନ ଏହା ସମ୍ଭବ ହେଉନାହିଁ ତେବେ ମଙ୍ଗଳବାର ଏବଂ ଶନିବାର ଦିନ ଏହା ପଠନ କରନ୍ତୁ ସମସ୍ତ ବିପଦ ଟଳିଯିବା ।

ଯଦି ଆପଣଙ୍କ ଘରର ଦର୍ପଣ କିମ୍ବା ଝରକା ବା କବାଟର କାଚ ଅଚାନକ ପଡି ଭାଙ୍ଗି ଯାଏ ତେବେ ଚିନ୍ତା କରିବାର ନାହିଁ ଏହା ଏକ ଶୁଭ ସଙ୍କେତ, ଅର୍ଥାତ ଆପଣଙ୍କ ଘରୁ କୌଣସି ଏକ ବିପଦ ଟଳି ଯାଇଛି । ଏମିତି ଘାଟିଲେ ଆପଣ ନିଜ ଠାକୁର ଘରେ ଦୀପଟିଏ ଜଳାନ୍ତୁ । ଯଦି ଅଚାନକ ଆପଣଙ୍କ ଘରର ଅଗଣାରେ କୌଣସି ହାଡର ଭଗ୍ନାଶ ପଡେ ତେବେ ଆପଣ କୌଣସି ଶରାପ ଖବର ଶୁଣିବେ । ତେଣୁ ଏମିତି ଘଟିଲେ ସନ୍ଧ୍ୟା ସମୟରେ ଆପଣ ତୁଲସୀ ଗଛ ମୂଳରେ ଘିଅର ଦୀପ ଜଳାନ୍ତୁ ଏବଂ ପରିବାର ସଦସ୍ୟଙ୍କର ମଙ୍ଗଳ କାମନା କରନ୍ତୁ ।

ଯଦି ଆପଣଙ୍କର ଘରର କୌଣସି ବସ୍ତୁଦୋଷ ରହିଛି ତେବେ ପ୍ରତିଦିନ ସକାଳେ ସ୍ନାନ ସାରିବା ପରେ ନିଜ ଘରରର ଚାରି ପାଖରେ ୩ କିମ୍ବା ୭ ଥର ପରିକ୍ରମା କରନ୍ତୁ । ଏହାଦ୍ବାରା ଘରର ବାସ୍ତୁଦୋଷ କଟିଥାଏ । ଏହା କରିବାଦ୍ବାରା ଘରର ସଦସ୍ୟଙ୍କ ଧନ ଏବଂ ଯଶର ବୃଦ୍ଧି ଘଟେ । ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *