ଘରକୁ ଏହି 4ଟି ପକ୍ଷୀ ଆସିଲେ ମିଳିଥାଏ ଶୁଭ ଅଶୁଭ ସଂକେତ! ଗୃହକୁ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ

ବନ୍ଧୁଗଣ ପ୍ରାଚୀନ କାଳରେ ରୁଷୀ ମୁନି ମାନେ ମାନୁଥିଲେ କି ପ୍ରକୃତି କୁ ଛୋଟ ବଡ କଥାର ସଂକେତ ଦେଇଥାଏ । ଏହା ଜୀବନରେ ଘଟିବାକୁ ଥିବା ଭଲ ଓ ଖରାପ ଘଟଣାର ସଂକେତ ଡିଥାଏ । ଯଦି ଏହି ସଂକେତ ଆମେ ବୁଝିଥାଉ ତେବେ ଭଲ ହୋଇଥାଏ । କିନ୍ତୁ କେବେ କେବେ ଆମେ ଏହି ସଂକେତ କୁ ବୁଝିପାରି ନ ଥାଉ । ଆଜି ଆମେ ଜାଣିବା କିଛି ବିଶେଷ ପକ୍ଷୀ ଙ୍କ ବିଷୟରେ ଯାହାଙ୍କ ଦ୍ଵାରା ଶୁଭ ଓ ଅଶୁଭ ସଂକେତ ମିଳିଥାଏ ।

1- ପାରା : ଅନେକ ଲୋକଙ୍କୁ ପାରା ପ୍ରିୟ ହୋଇ ନ ଥାଏ । କିନ୍ତୁ ପାରା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣଙ୍କ ଘରର ମୁଖ୍ୟଦ୍ଵାରରେ ପାରା ଆସି ବସିଯାଏ ତେବେ ଧନ ପ୍ରାପ୍ତ ହୋଇଥାଏ । ପାରା ଘରକୁ ଆସିଲେ ଅର୍ଣ୍ଣ ନିଶ୍ଚୟ ଖାଇବାକୁ ଦେବା ଉଚିତ । ଏହା ଦ୍ଵାରା ମନୋକାମନା ପୂରଣ ହୋଇଥାଏ ।

2- ମୟୁର : ମୟୂର ଏକ ଶୁଭ ପକ୍ଷୀ ମାନାଯାଏ । ମୟୂର ମା ସରସ୍ଵତୀ ଓ ଭଗବାନ କାର୍ତ୍ତିକଙ୍କର ଆବାହନ ଅଟେ । ଯଦି ଆପଣଙ୍କ ଗୃହକୁ ମୟୂର ଆସିଯାଏ ତେବେ ଶୁଭ ସଂକେତ ହେବା ସହ ସେହି ଘରର ବିକାଶ ହୋଇଥାଏ, ଶତ୍ରୁ ନାସ ହେବା ସହ ଘରର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଓ ବିଶ୍ଵାସ ବଢିଥାଏ । ଭଗବାନ କୃଷ୍ଣ ମଧ୍ୟ ମୟୂର ପଙ୍ଖ ଧାରଣ କରିଥାନ୍ତି । କୌଣସି କାର୍ଯ୍ୟ କୁ ଯିବା ସମୟରେ ମୟୂର ଦେଖିଲେ ସେହି କାର୍ଯ୍ୟ ରେ ସଫଳତା ମିଳିବାର ସମ୍ଭାବନା ବଢିଯାଏ ।

3- ଘରଚଟିଆ : ଯଦି ଘରକୁ ଘରଚଟିଆ ପକ୍ଷୀ ଆସି ବସା ବାନ୍ଧିଥାନ୍ତି ତେବେ ଶୁଭ ସଂକେତ ହେବା ସହ ସେହି ଘରର ଧନ ସମ୍ପତି ବୃଦ୍ଧି ପାଇଥାଏ । ଯଦି ଘରଚଟିଆ ମୁଣ୍ଡରେ ମଳତ୍ୟାଗ କରେ ତେବେ ଶୁଭ ସମଚାର ପ୍ରାପ୍ତ ହୁଏ । ଘରଚଟିଆ ଜଲ୍ଦି କାହା ପାଖକୁ ଯାଏ ନାହିଁ । ଯଦି ଘରର ଆଖପାଖରେ ଘରଚଟିଆ ପକ୍ଷୀ ବିନା ଭୟରେ ଯାଇଥାଏ ତେବେ ପଜେଟିଭ ଶକ୍ତି ର ସଂଚାର ହୋଇଥାଏ । ଏମିତି ଘରେ ରହିବା ଶୁଭ ହୋଇଥାଏ । ଅନେକ ସଂଖ୍ଯାରେ ଘରଚଟିଆ ଛାତ ଉପରେ ବସିଲେ ଖାସ ସମାଚାର ବା ଶୁଭ କାର୍ଯ୍ୟ ହେବାର ସଂକେତ ଦେଇଥାଏ ।

4- ପେଚା : ମା ଲକ୍ଷ୍ମୀଙ୍କର ବାହନ ହେଉଛି ପେଚା । ଧଳା ପେଚା ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । କୌଣସି ଗର୍ଭବତୀ ମହିଳା ଙ୍କୁ ପେଚା ଦେଖାଗଲେ ଶୁଭ ସଂକେତ ହୋଇଥାଏ । ଯଦି ପେଚା ଗଭାବତୀ ମହିଳାଙ୍କୁ ସ୍ପର୍ଶ କରିନିଏ ତେବେ ସନ୍ତାନ ସୌଭାଗ୍ୟବତୀ ହୋଇଥାଏ ।

ଏହି ପ୍ରକାରରେ କୌଣସି ରୋଗୀ ଙ୍କୁ ପେଚା ସ୍ପର୍ଶ କରେ ତେବେ ଗମ୍ଭୀର ରୋଗ ଠିକ ହୋଇଯାଏ । ପରୀକ୍ଷା ଦେବାକୁ ଯିବା ସମୟରେ ପେଚା ଦେଖାଗଲେ ଶୁଭ ହୋଇଥାଏ । ସକାଳୁ ସକାଳୁ ପେଚା ଦେଖିଲେ ଧନର ବୃଦ୍ଧି ହୋଇଥାଏ । ଏହାର ସ୍ଵର ଶୁଣିଲେ ବହୁତ ଶୁଭ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *