ଗୃହରେ ଝିଟିପିଟି କେଉଁଠି ପଡିଲେ କେଉଁ ସଂକେତ ମିଳିଥାଏ ? ଝିଟିପିଟି ଶରୀର ର କେଉଁ ଅଙ୍ଗ ରେ ପଡିଲେ ଶୁଭ ଓ ଅଶୁଭ ହୋଇଥାଏ ?

ବନ୍ଧୁଗଣ ଆମର ଆଗାମୀ ଜୀବନରେ କଣ ହେବ କଣ ନାହିଁ ତାହା କାହାକୁ ବି ଜଣା ନାହିଁ । କିନ୍ତୁ ଅନେକ ସମୟରେ ଜୀବଜନ୍ତୁ ମାନେ ଆମକୁ ଅନେକ ସଂକେତ ଡିଥାନ୍ତି । ଘରେ ଦେଖା ଯାଉଥିବା ସାଧାରଣ ଝିଟିପିଟି ଭବିଷ୍ୟତ ହେବାକୁ ଥିବା ଘଟଣା ବିଷୟରେ ଅନେକ ସଂକେତ ଦେଇଥାଏ । ଆଜି ଆମେ ଜାଣିବା ଝିଟିପିଟି ଦେଖାଗଲେ କେଉଁ ସଂକେତ ମିଳିଥାଏ ଓ ଏହା ଆମକୁ କେଉଁ ଶୁଭ ଅଶୁଭ ସଂକେତ ଦେଇଥାଏ ।

ନୂଆ ଘରେ ପ୍ରବେଶ କରିବା ସମୟରେ ଯଦି ଗୃହ କର୍ତ୍ତା ଙ୍କୁ ମରି ପଡିଥିବାର ଦେଖାଯାଏ ବା ଏହା ଦେହ ରେ ମାଟି ଲାଗି ଥିବାର ଦେଖାଯାଏ । ତେବେ ସେହି ଗୃହରେ ରହିବାକୁ ଥିବା ଲୋକ ମାନେ ରୋଗୀ ହୋଇ ପାରନ୍ତି । ଏହାର ନିବାରଣ ସ୍ୱରୂପ ଗୃହ ପ୍ରବେଶ ପୂର୍ବରୁ ସଂପୂର୍ଣ୍ଣ ବିଧି ବିଧାନ ଅନୁଯାୟୀ ପୂଜା କରିବା ପରେ ଗୃହ ପ୍ରବେଶ କରିବା ଉଚିତ ହୋଇଥାଏ । ଯଦି ଝିଟିପିଟି ଝଗଡା କରୁଥିବାର ଦେଖନ୍ତି ତେବେ କାହା ସହ ଝଗଡା ହେବାର ସଂକେତ ହୋଇଥାଏ ।

ଯଦି ଝିଟିପିଟି କୁ ଅଲଗା ହେଉ ଥିବାର ଦେଖନ୍ତି ତେବେ କୌଣସି ପ୍ରିୟଜନ ଙ୍କ ଠାରୁ ସମ୍ପର୍କ ବିଛେଦ ହୋଇପାରେ । ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଦିନରେ ଖାଦ୍ୟ ଖାଇବା ସମୟରେ ଝିଟପିଟି ର ଶବ୍ଦ ଶୁଣାଯାଏ ତେବେ ଜଲ୍ଦି ଶୁଭ ଖବର ମିଳିପାରେ ବା ଶୁଭ ଫଳ ପ୍ରାପ୍ତ ହୋଇପାରେ । ଝିଟିପିଟି ମୁଣ୍ଡରେ ପଡିଲେ ଧନ ସମ୍ପତି ବଢିବାର ସମ୍ଭାବନା ଥାଏ । କିନ୍ତୁ କେଶ ଉପରେ ପଡିଲେ ଏହାର ଅର୍ଥ ମୃତ୍ୟୁ ହେବାର ସମ୍ଭାବନା ଥାଏ ।

କୌଣସି ବ୍ୟକ୍ତିଙ୍କ ଡାହାଣ କାନ ରେ ଝିଟିପିଟି ପଡିବାର ଅର୍ଥ କୌଣସି ଆଭୁଷଣ ପ୍ରାପ୍ତ ହୋଇପାରେ । ବାମ କାନରେ ପଡିଲେ ଆୟୁଷ ବୃଦ୍ଧି ହୋଇଥାଏ । ଯଦି ନାକ ଉପରେ ପଡିଯାଏ ତେବେ ବହୁତ ଜଲ୍ଦି ଭାଗ୍ୟ ଉଦୟ ହୋଇଥାଏ । ମୁହଁ ଉପରେ ଝିଟପିଟି ପଡିବାର ଅର୍ଥ ମଧୁର ଭୋଜନ ପ୍ରାପ୍ତ ହୋଇଥାଏ । ବାମ ଗାଲ ରେ ପଡିବାର ଅର୍ଥ କୌଣସି ପୁରୁଣା ବନ୍ଧୁ ଙ୍କ ସହ ଭେଟ ହୋଇପାରେ ।

ଡାହାଣ ଗାଲ ରେ ଝିଟିପିଟି ପଡିଗଲେ ଆୟୁଷ ବୃଦ୍ଧି ହୋଇଥାଏ । ଯଦି ବେକ ଉପରେ ଝିଟିପିଟି ପଡେ ତେବେ ନିକଟ ଭବିଷ୍ୟତରେ କୌଣସି କାର୍ଯ୍ୟ ପାଇଁ ସମ୍ମାନିତ ହୋଇ ପାରନ୍ତି । ଦଧି ଉପରେ ପଡିବାର ଅର୍ଥ ଆପଣଙ୍କ ସହ ଜଲ୍ଦି ଭୟାନକ ଘଟଣା ଘଟିପାରେ । ଆଖି ପତା ଉପରେ ପଡିବାର ଅର୍ଥ ହାନି ହୋଇପାରେ ।

ଡାହାଣ ଆଖି ରେ ଝିଟିପିଟି ପଡିଲେ କୌଣସି ବନ୍ଧୁ ଙ୍କ ସହ ସାକ୍ଷାତ ହେବାର ସୂଚକ ହୋଇଥାଏ । କିନ୍ତୁ ବାମ ଆଖି ରେ ପଡିଲେ ବଡ କ୍ଷତି ହୋଇପାରେ । ଛାତି ର ବାମ ପଟେ ଝିଟିପିଟି ପଡିଲେ ବହୁତ ଜଲ୍ଦି ଖୁସି ଖବର ମିଳିବାର ସମ୍ଭାବନା ଥାଏ । କିନ୍ତୁ ଛାତି ର ଡାହାଣ ପଟେ ଝିଟିପିଟି ପଡିଲେ ଗୃହରେ ନାନା ସମସ୍ୟାମାନ ଦେଖା ଯିବାର ସଂକେତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *