ହସ୍ତରେଖା ଜ୍ୟୋତିଷ – ହାତର ଏହି ଶୁଭ ଚିହ୍ନଗୁଡିକ ବ୍ୟକ୍ତିକୁ କରିଥାଏ ଧନବାନ, ଜାଣନ୍ତୁ ସେସବୁ ଶୁଭ ରେଖା ଓ ଚିହ୍ନଗୁଡିକ ବିଷୟରେ

ହସ୍ତ ରେଖା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତର ଗଠନ, ରେଖା ଓ ଏଥିରେ ହେଉଥିବା କିଛି ଚିହ୍ନ ମାନେ ଛୋଟ ଛୋଟ ରେଖାରୁ ହେଉଥିବା କିଛି ଆକୃତି ବି ଭିବିଷ୍ୟତରେ ହେବାକୁ ଥିବା ପରିବର୍ତ୍ତନ ଆଡକୁ ଇସାରା କରିଥାଏ । ମନୁଷ୍ୟର ହାତର ରେଖା ସହିତ କେତେକ ଚିହ୍ନ ମଧ୍ୟ ବହୁତ ଖାସ୍ ହୋଇଥାଏ । ଏଥିରେ କିଛି ଚିହ୍ନ ମଧ୍ୟ ଶୁଭ ଫଳ ଦେଇଥାଏ । ମନୁଷ୍ୟର ହାତରେ ଅଙ୍କିତ ହୋଇଥିବା ରେଖାଗୁଡ଼ିକ ଓ ଆକୃତିର ଚିହ୍ନକୁ ନେଇ କୌଣସି ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ । ଏହି ରେଖା ଓ ଚିହ୍ନକୁ ଦେଖି ଅନୁମାନ କରାଯାଇ ପାରିବ ଯେ ବ୍ୟକ୍ତି ର ଆର୍ଥିକ ସ୍ଥିତି କିପରି ରହି ପାରିବ  ।

ସମସ୍ତ  ଶାସ୍ତ୍ର ହିସାବରେ ବ୍ୟକ୍ତିକୁ ଧନଶାଳୀ କରିବାରେ ଲକ୍ଷଣ ଦେଖା ଯାଇଥାଏ । ଶାସ୍ତ୍ର ହିସାବରେ ହାତରେ ପାଞ୍ଚ ପ୍ରକାରର ରେଖା ରହିଥାଏ । ଏହି ପାଞ୍ଚୋଟି ରେଖାର ଚିହ୍ନ ଭିତରୁ ଯଦି ଗୋଟିଏ ଚିହ୍ନ ଥାଏ ତାହାଲେ ଧନ ଲାଭ ହେବା ଶୁନିଶ୍ଚିତ ହୋଇଥାଏ । ତାହାଲେ ଆସନ୍ତୁ ଜାଣିବା ଏହି ପାଞ୍ଚୋଟି ରେଖାର ଚିହ୍ନ ବିଷୟରେ ।

ଶନି ପର୍ବତ

ହାତରେ ଶନି ପର୍ବତ ରେ ବା ମଧ୍ୟମ ଅଙ୍ଗୁଳି ପାଖରେ ଦୁଇଟି କିମ୍ବା ତଦୁର୍ଦ୍ଧ ରେଖା ଥାଏ ତାହାଲେ ସେହି ବ୍ୟକ୍ତି ଭାଗ୍ୟଶାଳୀ ଓ ଧନଶାଳୀ ହୋଇଥାଏ । ଶନିପର୍ବତ ଯଦି ଉଠିଥାଏ ତାହାଲେ ଜୀବନ ସଠିକଭାବେ ପରିଚାଳନା ହେଉଥାଏ ତାହାଲେଏହା ବହୁତ୍ ଫଳପ୍ରଦ ହେବ । ଏହିଭଳି ବ୍ୟକ୍ତି ବହୁତ ଧନଶାଳୀ ହୋଇଥାନ୍ତି । ଏହା ସହିତ ସେମାନେ ତାଙ୍କ ଜୀବନ କାଳରେ ସବୁ ସୁଖ ସୁବିଧା ପାଇବା ସହିତ ମାନ ସମ୍ମାନ ରେ ଜୀବନ ଅତିବାହିତ କରିଥାନ୍ତି ।

ଭାଗ୍ୟ ରେଖା

ଭାଗ୍ୟ ରେଖା ରୁ ବାହାରି ସିଧା ଓ ସ୍ପଷ୍ଟ ରୂପରେ ସୂର୍ଯ୍ୟ ପର୍ବତ ରେ ମିଶି ଥାଏ, ଏହା ସହିତ ଯଦି ଭାଗ୍ୟ ରେଖା ଉପରେ କୌଣସି ପ୍ରକାରର ଅଶୁଭ ସଙ୍କେତ ନଥାଏ ତାହେଲେ ସେହି ବ୍ୟକ୍ତିକୁ ବ୍ୟବସାୟ ରେ ସଫଳତା ମିଳିଥାଏ । ବ୍ୟାପାର ରେ ଧନ ଲାଭ ହେବାର ସମ୍ଭାବନା ରହିଥାଏ ।

ଗୁରୁ ପର୍ବତ

ଯାହା ହାତରେ ଗୁରୁ, ବୁଧ ଓ ଚନ୍ଦ୍ର ପର୍ବତ ଉଠିଥାଏ ତାହେଲେ ସେହି ବ୍ୟକ୍ତି ଜଣଙ୍କୁ ମାତା ଲକ୍ଷ୍ମୀଙ୍କ ଆଶିର୍ବାଦ ବରାବର ପ୍ରାପ୍ତ ହୋଇଥାଏ । ଏହିଭଳି ଲୋକଙ୍କ ପାଖରେ ଧନ, ଘର ଓ ବାହନ ର ଅଭାବ ନଥାଏ । ଗୁରୁ ପର୍ବତ ଉପରେ ଷ୍ଟାର୍ ଚିହ୍ନ ବହୁତ ଶୁଭ ବୋଲି ଧରା ଯାଏ । ଏହିଭଳି ଲୋକମାନେ ତାଙ୍କ ଜିବନରେ ସଫଳତା ର ସ୍ଵାଦ ପାଇଥାନ୍ତି । ଏହା ବ୍ୟତୀତ ଏମାନେ ବହୁତ ସମ୍ମାନ ଭରା ଜୀବନ ଯାପନ କରିଥାନ୍ତି ।

ଚନ୍ଦ୍ର ପର୍ବତ

ଯେତେବେଳ କୌଣସି ରେଖା ଚନ୍ଦ୍ର ପର୍ବତରୁ ବାହାରି ସୂର୍ଯ୍ୟ, ବୁଧ, ଶନି ବା ଗୁରୁ ପର୍ବତ ରେ ମିଳିଥାଏ ତାହାଲେ ସେହି ବ୍ୟକ୍ତି ଜଣକ ସଫଳ ବ୍ୟବସାୟୀ ଓ ଧନଶାଳୀ ହୋଇଥାଏ । ଯଦି ହାତରେ ବୁଧ ପର୍ବତ ବିକଶିତ ହୋଇଥାଏ ତାହାଲେ ଏହାର ସମ୍ଭାବନା ବଢି ଯାଏ ।

ମଣିବନ୍ଧ

ହସ୍ତ ରେଖା ଜ୍ୟୋତିଷ ଶାସ୍ତ୍ର ରେ ଜୀବନ ରେଖା ଓ ମସ୍ତିଷ୍କ ରେଖା ମଧ୍ୟ ବହୁତ ମହତ୍ତ୍ଵ ରଖିଥାଏ । ହାତରେ ଶନି ପର୍ବତରେ ଭାଗ୍ୟ ରେଖା ମିଶିବା ବହୁତ ଶୁଭପ୍ରଦ ହୋଇଥାଏ । ଏମିତିରେ ଯଦି ଭାଗ୍ୟ ରେଖା ମଣି ବନ୍ଧ ସ୍ଥାନରୁ ଆରମ୍ଭ ହୋଇ ସିଧା ଶନ ପର୍ବତ କୁ ଛୁଇଁ ଥାଏ ତାହାଲେ ସେହି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ । ସବୁ ସ୍ଥାନରେ ସେହି ବ୍ୟକ୍ତି ଙ୍କୁ ଭରପୁର ସହଯୋଗ ମିଳିଥାଏ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *