ଜାଣନ୍ତୁ କଣ କହିଥାଏ ଆପଣଙ୍କ ଆଙ୍ଗୁଠି ମଝିରେ ଥିବା ଗ୍ୟାପ ?

ନାମସ୍କାର ବନ୍ଧୁଗଣ, ନିଜ ଭାଗ୍ୟ ଭବିଷ୍ୟ ବିଷୟରେ ଜାଣିବାର ଯେଉଁ ଜିଜ୍ଞାସା ରହିଛି ଆପଣଙ୍କ ମଧ୍ୟରେ ତାହା ବହୁତ ସହଜରେ ଆପଣ ମାନେ ଜାଣିବା ପାଇଁ ପାଇବେ । ହସ୍ତରେଖା ବିଜ୍ଞାନରେ ଆଙ୍ଗୁଠି ମଝିରେ ଥିବା ଗ୍ୟାପର ଅଧ୍ୟୟନ କରାଯାଇଥାଏ । ଏହି ଗ୍ୟାପ ମଣିଷର ଆର୍ଥିକ ସ୍ଥିତି ଏବଂ ବ୍ୟକ୍ତିତ୍ଵକୁ ସୁଚାଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଆପଣଙ୍କ ହାତର ଗ୍ୟାପ ଆପଣଙ୍କ ଆଗାମୀ ସମୟର ସମ୍ପର୍କରେ କଣ ସୂଚନା ଦେଇଥାଏ ।

ପ୍ରଥମ: ଯେଉଁ ଲୋକଙ୍କ ହାତ ଆଙ୍ଗୁଠିରେ ବହୁତ କମ ଗ୍ୟାପ ରହିଥାଏ । କୁହାଯାଏ କି ଏମାନେ ବହୁତ ଖୋଲା ହୃଦୟର ହୋଇଥାନ୍ତି । କାହା କଥାକୁ ଧରନ୍ତି ନାହିଁ । ନିଜ ଜୀବନକୁ ବହୁତ ଭଲ ଭାବରେ ନିୟନ୍ତ୍ରଣ କରି ଚାଲିଥାନ୍ତି । ଦିତୀୟ: ଯେଉଁ ଲୋକଙ୍କ ଆଙ୍ଗୁଠି ମଝିରେ ବହୁତ ଅଧିକ ଗ୍ୟାପ ରହିଥାଏ ତେବେ ଏମାନେ ନିଜ ଭିତରେ ରହିଥିବା ଶକ୍ତି ବା ଊର୍ଜାକୁ କେବେ ଅଯଥାରେ ନଷ୍ଟ ହେବାକୁ ଦେଇନଥାନ୍ତି । ଏମାନେ ସମସ୍ତଙ୍କ ମୁହଁରେ ସିଧା ସିଧା କଥା ବାର୍ତ୍ତା କରିଥାନ୍ତି ।

ତୃତୀୟ: ଯେଉଁ ଲୋକଙ୍କ ମଝି ଆଙ୍ଗୁଠି ଓ ଅନାମିକା ଆଙ୍ଗୁଠି ମଧ୍ୟରେ ଅଧିକ ଗ୍ୟାପ ରହିଥାଏ ତେବେ ବୁଝିଯିବେ କି ଆପଣଙ୍କୁ ଯୁବ ଅବସ୍ଥାରେ ଆର୍ଥିକ ଅଭାବର ସାମ୍ନା କରିବାକୁ ପଡିବ । କିନ୍ତୁ ଆପଣ ଚାହିଁଲେ ନିଜ ବୁଦ୍ଧି ବିଚାର ଅନୁଯାୟୀ ଏହାର ସମାଧାନର ବାଟ ଖୋଜିପାରିବେ । ଚତୁର୍ଥ: ଯଦି ଆପଣଙ୍କର ମଝି ଆଙ୍ଗୁଠି ଏବଂ ବିଶି ଆଙ୍ଗୁଠି ମଝିରେ ଗ୍ୟାପ ରହିଥାଏ ତେବେ କୁହାଯାଏ କି ପିଲାବେଳେ ସମୟରେ ଆର୍ଥିକ ସାମ୍ନା ଏମାନେ କରିଥାନ୍ତି ।

ପଞ୍ଚମ: ଯେଉଁ ଲୋକଙ୍କ ଆଙ୍ଗୁଠି ମଝିରେ ଗ୍ୟାପ ନଥାଏ । ଏମାନେ ଜୀବନ ସାରା ଧନ ସମ୍ପତ୍ତିରେ ପୋତି ହୋଇଥାନ୍ତି । କେବେ ମଧ୍ୟ କୌଣସି ଜିନିଷର ଅସୁବିଧା ଏମାନଙ୍କୁ ଭୋଗ କରିବାକୁ ପଡିଥାଏ । ଏମାନଙ୍କୁ କେବେ ମଧ୍ୟ ଧନ ଜନିତ ସମସ୍ୟା ଦେଖିବାକୁ ପଡିନଥାଏ । ଏମାନେ ଅନ୍ୟମାନଙ୍କ କଥାକୁ ମାନିଥାନ୍ତି ଶୁଣିଥାନ୍ତି ।

ଏବଂ ଏମାନଙ୍କ ଉପରେ ଆଖି ବନ୍ଦ କରି ବିଶ୍ଵାସ କରାଯାଇପାରିବ । ଯଦି ଆପଣଙ୍କ ହାତର ଆଙ୍ଗୁଠିରେ ଆପଣ ଏହିଭଳି ଗ୍ୟାପ ଦେଖୁଛନ୍ତି ତେବେ କୁହାଯାଇଥିବା କଥା ଅନୁଯାୟୀ ଆପଣ ନିଜ ଭାଗ୍ୟରେ ଆଗକୁ ନିଶ୍ଚୟ ବଢିବେ । ସମସ୍ତ ଲୋକ ନିଜ ଭାଗ୍ୟକୁ ନିଜ ସହ ହିଁ ଜନ୍ମ ବେଳଠୁ ନେଇ ଆସିଥାନ୍ତି ।

ଯଦି ଆପଣ ଏହାକୁ ବିଶ୍ଵାସର ସହ ମାନିବେ ତେବେ ଏହା ଆପଣଙ୍କ ପାଇଁ ସତ୍ୟ । ଯଦି ନ ମାନିବେ ମିଥ୍ୟା । ତେଣୁ ସବୁ କିଛି ବିଶ୍ଵାସ ଉପରେ ହିଁ ନିର୍ଭର କରିଥାଏ । ଏହି କଥାକୁ ସର୍ବଦା ଆପଣ ମାନେ ରଖି ନିଜ ଜୀବନରେ କାର୍ଯ୍ୟ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *