ଯେଉଁ ଘରର ପୂଜା ଘରେ ଏହି 3ଟି ଜିନିଷ ଥାଏ, ସେହି ଘର ସର୍ବଦା ଧନରେ ଭରି ରହିଥାଏ

ବନ୍ଧୁଗଣ ଭାରତୀୟ ସଂସ୍କୃତି ରେ ପୂଜା କରିବା ପାଇଁ ଛୋଟ ବା ବଡ ନିୟମ ରହିଥାଏ । ଏହି ନିୟମର ପାଳନ କରିକି ପୂଜା ପାଠ କରିବା ଦରକାର । ମଣିଷ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ପାଇଁ ପୂଜା ଘରେ କିଛି ଏମିତି ଜିନିଷ ରହିବା ଜରୁରୀ ଅଟେ । ଏହି ଜିନିଷ ଅତ୍ୟନ୍ତ ପବିତ୍ର ମାନାଯାଏ । ଏହାକୁ ପୂଜା ଘରେ ରଖିବା ଦ୍ଵାରା ଘରେ ପଜେଟିଭ ଊର୍ଜାର ସଂଚାର ହୋଇଥାଏ । ଯେଉଁ କାରଣରୁ ଘର ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ ଓ ଘରର ଲୋକଙ୍କୁ ସବୁ କାମରେ ସଫଳତା ମିଳିଥାଏ । ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହାକୁ ପୂଜା ଘରେ ରହିବା ଉଚିତ ହୋଇଥାଏ ।

୧- ପୂଜା ଘରେ ପ୍ରତେକ ଦିନ ଦୀପ ଜାଳିବା ଉଚିତ । ମନ୍ଦିର ଓ ତାହାର ଆଖପାଖରେ ସ୍ଥାନକୁ ସଫା ସୁତୁରା ରଖିବା ଉଚିତ । ଭଗବାନଙ୍କୁ କୁଙ୍କୁମ ର ତିଳକ ଲଗାଇ ପୂଜା କରିବା ଉଚିତ ।

୨- ପୂଜା କରିବା ସମୟରେ ଧ୍ୟାନ ରଖନ୍ତୁ କି ପୂଜା ଘର ଉତ୍ତର-ପୂର୍ବ ଦିଗରେ ହେବା ଉଚିତ । ତେବେ ଯାଇ ପୂଜାର ସଂପୂର୍ଣ୍ଣ ଫଳ ପ୍ରାପ୍ତ ହେବ । ଭଗବାନଙ୍କର ଗୋଟିଏ ଫୋଟୋ ରହିବା ଉଚିତ । ଦୁଇଟି ରଖିବା ଅଶୁଭ ହୋଇଥାଏ ।

୩- ଭଗବାନଙ୍କର ଭୋଗକୁ କେବେ ବି ପୂଜା ପୂର୍ବରୁ ଚଢାନ୍ତୁ ନାହିଁ । ଏହା ସହ ଧୂପ, ଦୀପ ଓ ଅନ୍ୟ ସାମଗ୍ରୀକୁ ଶୁଙ୍ଘିକି ଚଢାଇବା ଉଚିତ ନୁହେଁ ।

୪- ଭୈରବ ଦେବ, ଶନିଦେବ, ନଟରାଜ, ମା କାଳୀ ଙ୍କ ମୂର୍ତ୍ତି କୁ କେବେ ବି ପୂଜା ଘରେ ରଖିବା ଉଚିତ ନୁହେଁ । କ୍ରୋଧ ଅବସ୍ଥାରେ ଥିବା ମୂର୍ତ୍ତି ପୂଜା ଘରେ ରହିଲେ ନେଗେଟିଭ ଶକ୍ତିର ସଂଚାର ହୋଇଥାଏ ।

୫- ପୂଜା ଘର ବେଡ ରୁମରେ ବନାଇବା ଉଚିତ ନୁହେଁ । ଏହାଦ୍ବାରା ଘରର ଉନ୍ନତି ହୁଏ ନାହିଁ । ପୂଜା ଘର ବେଡ ରୁମରେ ହେଲେ ଏହାର ପବିତ୍ରତା ନଷ୍ଟ ହୋଇଥାଏ ।

୬- ପୂଜା ଘରେ କେବେ ବି ବାସୀ ଫୁଲ, ଘିଅର ଖାଲି ଡବା ଇତ୍ୟାଦି ରଖିବା ଅନୁଚିତ । ଏହାଦ୍ବାରା ଗରିବୀ ଆସିଥାଏ । ଦେବିଦେବତା ମଧ୍ୟ ସେଭଳି ଘରେ ରୁହନ୍ତି ନାହିଁ । ଏବେ ଆସନ୍ତୁ ଜାଣିବା ପୂଜା ଘରେ କେଉଁ ୩ଟି ଜିନିଷ ରହିବା ଉଚିତ ।

୧- ଗଙ୍ଗାଜଳ : ଶାସ୍ତ୍ରରେ ଗଙ୍ଗାଜଳକୁ ଅତି ପବିତ୍ର ମାନାଯାଏ । ତେଣୁ ପୂଜା ଘରେ ଗଙ୍ଗାଜଳ ରହିବା ଜରୁରୀ ଅଟେ । ତମ୍ବାର  ପାତ୍ରରେ ଗଙ୍ଗଜଳ ରଖିଲେ ପୂଜା ଘରର ଶୁଦ୍ଧତା ବାଣୀ ରହିଥାଏ ।

୨- ଶଙ୍ଖ ; ପୂଜା ଘରେ ଶଙ୍ଖ ରହିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଏହାର ଧ୍ୱନି ରେ ବାତାବରଣ ପଜେଟିଭ ଊର୍ଜାର ସଂଚାର କରିଥାଏ ।

୩- କଳସ : ଶାସ୍ତ୍ରରେ କଳସକୁ ପୂର୍ଣ୍ଣତାର ପ୍ରତୀକ ମାନାଯାଏ । ସବୁ କ୍ଷେତ୍ରରେ କଳସର ସ୍ଥାପନ କରାଯାଏ । ପୂଜା ଘରେ କଳସରେ ପାଣି ଭରି ରଖିଲେ ଶୁଭ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *