ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ସବୁ ସଂକେତ, 12ଟି ସଂକେତ ଯାହା କହିବ ଆପଣଙ୍କ ମୃତ୍ୟୁ କେବେ ହେବ- Shiv Purana

କୁହାଯାଏ ମୃତ୍ୟୁ କେବେ ଆସିବ ତାହା କେହି କହିପାରିବେ ନାହି । କିନ୍ତୁ ଯେବେ ମୃତ୍ୟୁ ଆସେ ସେତେବେଳେ ମଣିଷ ଅଧିକ ଭୟ କରିଥାଏ । ସମସ୍ତେ ଜାଣିବାକୁ ଇଚ୍ଛା କରିଥାନ୍ତି ମୃତ୍ୟୁ କେବେ ହେବ ଓ କେମିତି ହେବ । ତେଣୁ କୁହାଯାଏ ଯେଉଁ ଜୀବ ଦୁନିଆରେ ଆସିଛି ତାର ମୃତ୍ୟୁ ନିଶ୍ଚିନ୍ତ ଅଟେ । ମୃତ୍ୟୁ ଶାସତ୍ଵ ସତ୍ୟ ଅଟେ ଯାହାକୁ କେହି ଟାଳିପାରିବେ ନାହି । ଯିଏ ମୃତ୍ୟୁଲୋକରେ ଜନ୍ମ ହୋଇଛି ସେ ଦିନେ ନା ଦିନେ ନିଶ୍ଚୟ ମରିବ । କେବେ କାହାର ମୃତ୍ୟୁ ହେବ ତାହା ବିଷୟରେ କହି ହେବ ନାହି । ଆଜି ଆମେ ଆପଣଙ୍କୁ ମୃତ୍ୟୁ ପୂର୍ବରୁ ମିଳୁଥିବା କିଛି ସଂକେତ ଗୁଡିକ ବିଷୟରେ କହିବାକୁ ଯାଉଛୁ ।

୧- ଶିବ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତିକୁ ଗ୍ରହ ମାନଙ୍କର ଦର୍ଶନ ହୋଇ ମଧ୍ୟ ମନରେ ବିଚଳିତ ଭାବନା ଆସିଥାଏ ବା ସଠିକ ଦିଶାରେ ଦେଖାଯାଏ ନାହି ତାର ମୃତ୍ୟୁ ୬ ମାସ ଭିତରେ ହୋଇଯାଏ ।

୨- ଯେଉଁ ବ୍ୟକ୍ତିକୁ ଅଚାନକ ନୀଳ ମାଛି ଆସି ଘେରିଯାଏ ତାର ମୃତ୍ୟୁ ୧ ମାସ ମଧ୍ୟରେ ହୋଇଥାଏ । ଶିବ ପୁରାଣ ଅନୁଯାୟୀ ଯେଉଁ ବ୍ଯକ୍ତିର ମୁଣ୍ଡ ଉପରେ ଚିଲ, କାଉ ବା ପାରା ଆସି ବସିଥାଏ ତାର ମୃତ୍ୟୁ ୧ ମାସ ଭିତରେ ହୋଇଥାଏ ।

୩- ଯଦି ଅଚାନକ କୌଣସି ବ୍ଯକ୍ତିର ଶରୀରର ଧଳା ବା ହଳଦିଆ ରଙ୍ଗ ହୋଇ ନାଲି ଦେଖାଯାଏ ତେବେ ମୃତ୍ୟୁ ନିକଟତର ହେବାର ସଂକେତ ଇଲିଥାଏ ।

୪- ଯେଉଁ ମଣିଷର ଆଖି, କାନ, ପଟି, ଜିଭ ଠିକରେ କାମ କରେ ନାହି ତାର ମୃତ୍ୟୁ ୬ ମାସ ଭିତରେ ହୋଇଯାଏ ।

୫- ଯେଉଁ ବ୍ୟକ୍ତିକୁ ଚନ୍ଦ୍ରମା, ସୂର୍ଯ୍ୟର କିରଣ କଳା ବା ନାଲି ଦେଖାଯାଏ ତାର ମୃତ୍ୟୁ ୧୫ ଦିନ ଭିତରେ ହୋଇଯାଏ । ଯେଉଁ ବ୍ୟକ୍ତିକୁ ତରା ଠିକ ଭାବରେ ଦେଖାଯାଏ ନାହି ତାର ମୃତ୍ୟୁ ୧ ମାସ ଭିତରେ ହୋଇଯାଏ ।

୬- ବାତ,ପିତ, କଫ ରେ ଗ୍ରାସିତ ହେଉଥିବା ବ୍ଯକ୍ତିର ମୃତ୍ୟୁ ୧୫ ଦିନ ଭିତରେ ହୋଇଯାଏ । ଯଦି କୌଣସି ବ୍ଯକ୍ତିର ମୁହଁ ଓ କଣ୍ଠ ବାରମ୍ବାର ଶୁଖିବାରେ ଲାଗିଯାଏ ତେବେ ତାର ମୃତ୍ୟୁ ପାଖେଇ ଆସୁଛି ।

୭- ଯେବେ କୌଣସି ବ୍ୟକ୍ତିକୁ ତେଲ, ଜଳ, ଘିଅ, ଆଇନାରେ ତାର ଛାଇ ଦେଖାଯାଏ ନାହି ତାର ଆୟୁ ୬ ମାସରୁ ଅଧିକ ହେବ ନାହି । ଯେଉଁ ବ୍ୟକ୍ତି ନିଜକୁ ତାର ଛାଇ ସହ ଦେଖେ ତାର ମୃତ୍ୟୁ ୧ ମାସ ଭିତରେ ହୋଇଯାଏ ।

୮- ଯେଉଁ ବ୍ୟକ୍ତିର ବାମ ହାତ ଏକ ସପ୍ତାହ ଯାଏଁ ବାର ବାର ହଲାଉଥାଏ ତାର ମୃତ୍ୟୁ ନିଶ୍ଚିନ୍ତ ଅଟେ । ଯେଉଁ ବ୍ୟକ୍ତିକୁ ସୂର୍ଯ୍ୟ ମଣ୍ଡଳର ଦର୍ଶନ ହୁଏ ନାହି ବା ରାତିରେ ଇନ୍ଦ୍ରଧନୁ ଓ ଦିନରେ ଉଲକାପାତ ହେବାର ଦେଖାଯାଏ ତାର ମୃତ୍ୟୁ ୬ ମାସ ଭିତରେ ହୋଇଯାଏ ।

୯- ଯେଉଁ ବ୍ୟକ୍ତି ସୂର୍ଯ୍ୟ ଓ ଚନ୍ଦ୍ରମାକୁ ରାହୁରେ ଗ୍ରାସିତ ଦେଖିଥାଏ ତାର ମୃତ୍ୟୁ ନିଶ୍ଚିନ୍ତ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *