କଳିଯୁଗର 5ଟି କଟୁ ସତ୍ୟ କଥା, ଯାହା କହିଯାଇଛନ୍ତି ଶ୍ରୀ କୃଷ୍ଣ

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ କାଳ ଖଣ୍ଡର ଚତୁର୍ଥ ଭାଗ ଚାଲିଛି ଅର୍ଥାତ କଳିଯୁଗ ର ସମୟ ଚାଲିଛି । ଧର୍ମ ଶାସ୍ତ୍ର ରେ ଏହି ଯୁଗକୁ ଶ୍ରାପିତ ଯୁଗ କୁହାଯାଇଛି । ଆଜି ଆମେ ଆପଣଙ୍କୁ ଜଣାଇବୁ ଭଗବାନ କୃଷ୍ଣଙ୍କ କହିବା ଅନୁଯାୟୀ କଳିଯୁଗର 5ଟି ରହସ୍ୟ ବିଷୟରେ ଯାହାକୁ ଜଣାଇଲେ ମଣିଷ ନିଶ୍ଚୟ ଉପକୃତ ହେବେ । କଥା ଅନୁଯାୟୀ ଏହି ସମୟ ହେଉଛି ଯେବେ ପାଣ୍ଡବ ଏମାନେ ବନବାସ ଯାଉଥିଲେ । ସେହି ସମୟରେ ସେମାନେ ଭଗବାନ କୃଷ୍ଣ ଙ୍କୁ ପଚାରି ଥିଲେ କି ହେ ପ୍ରଭୁ ବର୍ତ୍ତମାନ ଦ୍ଵାପର ଯୁଗ ଚାଲିଛି ।

ଏହା ପରେ ଯେଉଁ ଯୁଗ ଆସିବ ତାହା କିପରି ରହିବ ? ତେବେ ଶ୍ରୀ କୃଷ୍ଣ କହିଥିଲେ କି ତୁମେ ପାଞ୍ଚ ଭାଇ ବନକୁ ଯାଅ ଓ ସେଠାରେ କଣ ଦେଖିବ ମୋତେ ଆସି କହିବ । ଏହାପରେ ପଞ୍ଚୁ ପାଣ୍ଡବ ବନରେ ଯାହା ଦେଖିଲେ ଦେଖିକି ଆଚମ୍ବିତ ହୋଇଉଥିଲେ । ଯୁଧିଷ୍ଠିର କହିଲେ ମୁଁ ପ୍ରଥମ ଥର ଦୁଇଟି ଶୁଣ୍ଢ ଥିବା ହାତୀ ଦେଖିଲି । ଏହାର ଉତ୍ତରରେ କୃଷ୍ଣ କହିଲେ କଳିଯୁଗରେ ଏମିତି ଲୋକଙ୍କ ରାଜ ହେବ ଯେଉଁମାନେ ଦୁଇ ପଟୁ ଶୋଷଣ କରିବେ । କହିବେ କିଛି କରିବେ ଆଉ କିଛି ।

ଏମିତିରେ କଳିଯୁଗରେ ରାଜା ହେବ । ଯୁଧିଷ୍ଠିରଙ୍କ ପରେ ଅର୍ଜୁନ କହିଲେ ପକ୍ଷୀର ପଙ୍ଖରେ ବେଦ ଲେଖା ଅଛି କିନ୍ତୁ ସେ ମାଂସ ଖାଉଥିଲା । ଉତ୍ତରରେ କୃଷ୍ଣ କହିଲେ କଳିଯୁଗରେ ଲୋକେ ଜ୍ଞାନୀ ଓ ଧନୀ ଥିବେ । ସେମାନେ ଜ୍ଞାନର ଚର୍ଚ୍ଚା କରିବେ କିନ୍ତୁ ସେମାନଙ୍କର ଆଚରଣ ରାକ୍ଷସ ଭଳି ହେବ । ସେମାନେ ବଡ ପଣ୍ଡିତ ହେବେ କିନ୍ତୁ ସମ୍ପତି ଲୋଭ ଅଧିକ ରହିବ । ଅର୍ଜୁନଙ୍କ ପରେ ନକୁଳ କହିଲେ ମୁଁ ଦେଖିଲି ବଡ ପଥରଟି ପର୍ବତ ଉପରକୁ ପଡିଲା କିନ୍ତୁ ବଡ ବଡ ଗଛ ଯାହାକୁ ରୋକିପାରିଲେ ନାହିଁ ତାହା ଛୋଟ ଗଛରେ ବାଜି ଅଟକିଗଲା ।

ଉତ୍ତରରେ କୃଷ୍ଣ କହିଲେ କଳିଯୁଗରେ ମଣିଷର ଜୀବନ ନର୍କ ହୋଇଯିବ । ଧନ କମାଇବାରେ ମଣିଷ ଯେତିକି ସମୟ ନଷ୍ଟ କରିବ ହଋ ନାମ ଜପ କରିଲେ ମନୁଷ୍ୟ ଜୀବନର ପତନ ରୋକାଯାଇପାରିବ । ହଋ ନାମ ହିଁ ଏକମାତ୍ର ଉପାୟ ଯାହା କଳିଯୁଗରେ ମୋକ୍ଷ ପ୍ରାପ୍ତ କରାଇବ ।

ନକୁଳଙ୍କ ପରେ ଭୀମ କହିଲେ ଗୋଟେ ଗାଈ ତାର ବାଛୁରୀକୁ ଚାଟୁଥାଏ କିନ୍ତୁ ବାଛୁରୀଟି ରକ୍ତରେ ଲହୁ ଲୁହାଣ ହୋଇଗଲା । ଏହାର ଅର୍ଥ କୃଷ୍ଣ କହିଲେ କି କଳିଯୁଗର ମଣିଷ ଶିଶୁପାଳ ହେବ । କଳିଯୁଗରେ ମା ର ମମତା ନିଜ ପିଲା ପାଇଁ ଏତେ ବଢିଯିବ କି ତାର ବିକାଶର ଅବସର ମିଳିବ ନାହିଁ । ମୋହ ମାୟାରେ ଘର ବରବାତ ହୋଇଯିବ ।

ଭୀମ ପରେ ସହଦେବ କହିଲେ 5ଟି କୂଅ ମଧ୍ୟରେ ଗୋଟେ ଗଭୀର କୂଅ ଖାଲି ଥିଲା । ଉତ୍ତରରେ କୃଷ୍ଣ କହିଲେ ଲୋକେ ପୁଅ-ଝିଅ ବାହାଘରରେ ଟଙ୍କା ବିନିମୟ କରିବେ କିନ୍ତୁ ପଡୋଶୀରେ କେହି ଭୋକିଲା ହେଲେ ତାକୁ ଦାନ କରିବେ ନାହିଁ । ଏହା ହେଉଛି କଳିଯୁଗର 5ଟି ରହସ୍ୟ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *