ବନ୍ଧୁଗଣ ସାଂସାରିକ ଜୀବନକୁ ସୁଖମୟ କରିବାକୁ ହେଲେ କିଛି ଜ୍ଯୋତିଷ ଉପାୟ କରିବା ଆବଶ୍ୟକ ହୋଇଥାଏ । ଏହିପରି କିଛି ଉପାୟ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । 1- ରବିବାର ଦିନ ବର ଗଛ ପତ୍ରରେ ନିଜର ଇଚ୍ଛା ଲେଖି ନଦୀ ଜଳରେ ଭସାଇବା ଦ୍ଵାରା ତାହା ପୂର୍ଣ୍ଣ ହୋଇଥାଏ ।
2- ରବିବାରରେ ସନ୍ଧ୍ୟାରେ 4ଟି ମୁଖ ଥିବା ଦୀପକୁ ଓସ୍ତ ଗଛ ମୂଳରେ ଜଳାଇଲେ ମାନ, ସମାନ, ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହି ଦିନ ଝାଡୁ କିଣିବା ଶୁଭ ହେବା ସହ ସେହି ଝାଡୁରେ ଘର ସଫା କରିଲେ ମଙ୍ଗଳକାରୀ ହୋଇଥାଏ ।
3- ରବିବାରରେ ପୋଖରୀ ବା ନଡିଆରେ ମାଛଙ୍କୁ ଖାଦ୍ୟ ଖାଇବାକୁ ଦେଲେ ଲକ୍ଷ୍ମୀ କୃପା ପ୍ରାପ୍ତ ହୋଇଥାଏ । ଏହି ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦାନ କରିବା ସମୟରେ ସିନ୍ଦୁର ଓ ଖସା ମିଶାଇଲେ ଆର୍ଥିକ ସ୍ଥିତି ମଜବୁତ ହୁଏ ।
4- ଆର୍ଥିକ ସମସ୍ଯା ଦେଖା ଯାଉଥାଏ ଶନିବାର ଦିନ ଓସ୍ତ ଗଛ ମୂଳରେ କ୍ଷୀର ସହ ଗୁଡ ଚଢାଇ ସୋରିଷ ତେଲ ଦୀପ ଜଳାଇଲେ ତାହା ଦୂର ହିଥାଏ ।
5- ପିଲାଙ୍କର ପାଠରେ ମନ ଲାଗୁ ନ ଥିଲେ ତିନି ଶୁକ୍ଳ ପକ୍ଷ ରବିବାର ଦିନ 3ଟି ମିଠା ସହ 2ଟି ଗୁଜୁରାତି ନେଇ ପିଲାଙ୍କ ଦ୍ଵାରା ଓସ୍ତ ଗଛ ମୂଳରେ ରଖିଲେ ଶୁଭ ହୋଇଥାଏ । ଜୀବନରେ ଧାର କରଜର ଭାର ଅଧିକ ଅଛି ତେବେ ମଙ୍ଗଳବାର ଦିନ ରୁଣ ମୋଚକ ସ୍ତୋତ୍ର ପାଠ କରିବା ଉଚିତ ।
6- ଶନିବାର, ମଙ୍ଗଳବାର, ଗୁରୁବାର ଦିନ ମହିଳା ମାନେ ନଖ ଓ ପୁରୁଷ ମାନେ କେଶ କାଟିବା ଉଚିତ ନୁହେଁ । ଏହା ଦ୍ଵାରା ଦାମ୍ପତ୍ୟ ଜୀବନ ଭଲ ରୁହେ ନାହିଁ ।
7- କଦଳୀ ଗଛରେ ଲକ୍ଷ୍ମୀ ନାରାଯଣଙ୍କ ବାସ ହୋଇଥାଏ । ଏଣୁ ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ପାଇଁ ନିୟମିତ କଦଳୀ ଗଛ ପୂଜା କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।
8- ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମଧୁର ସମ୍ପର୍କ ପାଇଁ ଲାଲ କପଡାରେ ମୁଠାଏ ହଳଦିଆ ସୋରିଷ ସହ ସ୍ଵାମୀ ସ୍ତ୍ରୀଙ୍କ ନାମ ଲେଖା ଥିବା ଗୋମତିଚକ୍ର ସହ ଶୋଇବା ଘରେ ରଖିବା ଉଚିତ ।
9- ବିବାହିତା ମହିଳା ମାନେ ଦୂର୍ଗା ଚାଳିଶା ପାଠ କରିଲେ ଦାମ୍ପତ୍ୟ ଜୀବନରେ ଆସୁଥିବା ସମସ୍ଯା ଦୂର ହୁଏ । ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳହ ଦେଖାଯାଏ ତେବେ ସ୍ବାମୀଙ୍କ ମୁଣ୍ଡ ଉପରେ ସିନ୍ଦୁର ରଖିକି ସ୍ତ୍ରୀ ସେହି ସିନ୍ଦୁରକୁ ପିନ୍ଧିବା ଦ୍ଵାରା ଦୂର ହୋଇଥାଏ ।
10- ଦାମ୍ପତ୍ୟ ଜୀବନ ସୁଖ ପ୍ରାପ୍ତ ପାଇଁ ନାରୀ ମାନେ ହଳଦୀ ରଙ୍ଗର ଚୁଡି ପିନ୍ଧିବା ଉଚିତ । ପ୍ରତେକ ଦିନ ଗାଈକୁ ଖାଇବାକୁ ଦେଲେ ଜୀବନରେ ଉନ୍ନତି ପ୍ରାପ୍ତ ହୋଇଥାଏ ।
11- ଚାକିରି ପାଇଁ କୌଣସି ସ୍ଥାନକୁ ଜୀବ ପୂର୍ବରୁ ଲେମ୍ବୁରେ 4ଟି ଲବଙ୍ଗ ଲଗାଇ ସାଙ୍ଗରେ ନେଇ ଯିବା ଦ୍ଵାରା ଶୁଭ ଫଳ ପ୍ରାପ୍ତ ହୁଏ ।
12- ଡିମିରି ଗଛର ଛେରକୁ କପଡାରେ ବାନ୍ଧି ଚାନ୍ଦିର ତାବିଜରେ ରଖି ଧାରଣ କରିଲେ ଆର୍ଥିକ ସମସ୍ଯା ଦୂର ହୁଏ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।