କେଉଁ ଜିନିଷ ଠାକୁରଙ୍କ ପଛରେ ରଖିଲେ ମନସ୍କାମନା ପୂର୍ଣ୍ଣହୁଏ ? 10+ Ajira Anuchinta

ସମସ୍ଯା ବହୁଳ ଜୀବନରେ ସୁଖ ଶାନ୍ତିରେ ରହିବା ପାଇଁ ସର୍ବଦା ପ୍ରୟାସ କରିବା ଉଚିତ ଏବଂ କିଛି ବାସ୍ତୁ ଉପାୟ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ୧- ଘରେ କୌଣସି ସଦସ୍ଯଙ୍କୁ ଅପଶବ୍ଦ କହିବା ଅନୁଚିତ । ଏହାଦ୍ବାରା ଅମଙ୍ଗଳକାରୀ ହେବା ସହ ବିଭିନ୍ନ ସମସ୍ଯା ଦେଖାଦିଏ ।

୨- ଘରକୁ ଆସିଥିବା ଭିକାରି କେବେବି ଖାଲି ହାତରେ ଫେରାଇବା ଅନୁଚିତ । କିମ୍ବା ଅପମାନିତ କରିବା ଅନୁଚିତ । ଏହାଦ୍ବାରା ଘରର ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ ।

୩- ନାରୀମାନେ ଘରର ମୁଖ୍ୟଦ୍ଵାରରେ ବସିବା ଉଚିତ ନୁହେଁ । କିମ୍ବା ଘରର ମୁଖ୍ୟଦ୍ଵାରରେ ବସି ଖାଦ୍ଯ ଖାଇବା ଅଶୁଭ ହୋଇଥାଏ ।

୪- ମହିଳାମାନେ ସନ୍ଧ୍ଯା ସମୟରେ କେଶ ମୁକୁଳା କରିବା ଅଶୁଭ ହୋଇଥାଏ । ପ୍ରତେକ ଲୋକ ଅଭାବଗ୍ରସ୍ତ ଲୋକଙ୍କୁ ବସ୍ତ୍ର ଓ କମ୍ବଳ ଦାନ କରିଲେ ଆୟୁଷ ବୃଦ୍ଧି ହୋଇଥାଏ ।

୫- କୌଣସି ଲୋକ ଦୀର୍ଘ ସମୟ ଧରି ରୋଗରେ ପୀଡିତ ଅଛନ୍ତି ତେବେ ତାଙ୍କ ହାତରେ ସ୍ପର୍ଶ କରାଇ ବସ୍ତ୍ର ଦାନ କରିଲେ ରୋଗରୁ ଜଲ୍ଦି ମୁକ୍ତି ମିଳିଥାଏ ।

୬- ଯଦି ଜ୍ଞାନ ଗୁଣ ଥାଇ ବି ଭାଗ୍ୟ ସାଥ ଦେଉ ନ ଥାଏ ତେବେ ଶନିବାରରେ କଳା ଖାସ ଦାନ କରିଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

୭- ପରିବାରର ଅନ୍ୟ ସଦସ୍ୟଙ୍କ ସହ କଳହ ବା ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଉଥାଏ ତେବେ ସୋମବାରରେ ମହାଦେବଙ୍କୁ ଗୁଡ ଅର୍ପଣ କରିଲେ ତାହା ଦୂର ହୁଏ ।

୮- ସୋମବାର ଦିନ କୌଣସି ପାତ୍ରରେ ଲୁଣ ରଖିକି ଦାନ କରିଲେ ଦୁଃଖ କଷ୍ଟ ଲାଘବ ହୋଇଥାଏ । ମଣିଷ ଅନ୍ୟ ପାଇଁ ସେବା ଧର୍ମ କରିବା ଦ୍ଵାରା ଉତ୍ତମ ସନ୍ତାନ ପ୍ରାପ୍ତ ହୁଏ ।

୯- କୌଣସି ଲୋକ ବିନା କାରଣରେ କାହା ସହ ଶତ୍ରୁତା କରିଥାଏ ତାଙ୍କୁ ଶତ୍ରୁ ଆଚରଣ କରୁଥିବା ଶତ୍ରୁ ମିଳିଥାଏ ଯାହା ଦୁଃଖର କାରଣ ହୋଇଥାଏ ।

୧୦- ଗୁରୁବାରରେ ନାଲି ରଙ୍ଗର ସୂତାରେ ଖଣ୍ଡେ ହଳଦୀ ବାନ୍ଧି ଠାକୁରଙ୍କ ପାଦ ତଳେ ରଖିବା ସହ ବ୍ୟବସାୟ ଜାଗାରେ ରଖିଲେ ଧନର ବୃଦ୍ଧି ହୋଇଥାଏ ।

୧୧- ଠାକୁର ପୂଜା ସମୟରେ ହଳଦୀର ଟୀକା ଠାକୁରଙ୍କୁ ଲଗାଇବା ପରେ ଆଙ୍ଗୁଠିରେ ଲାଗିଥିବା ହଳଦୀ ମଥାରେ ଲଗାଇଲେ ଧନବାନ ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

୧୨- ପ୍ରତେକ ଦିନ ମାତା ଲକ୍ଷ୍ମୀଙ୍କୁ ବେଲପତ୍ର ଅର୍ପଣ କରିଲେ ସୁଖ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଗୁରୁବାରରେ ମୁଖ୍ୟଦ୍ଵାରରେ ହଳଦୀରେ ସ୍ଵସ୍ତିକ ଚିହ୍ନ ଆଙ୍କିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

୧୩- ସ୍ଵପ୍ନରେ ନଦୀ, ପାହାଡ, ଗଛଲତାର ସ୍ଵପ୍ନ ଦେଖନ୍ତି ତାହା ଶୁଭ ହେବ ସହ ଭଲ ଖବର ପ୍ରାପ୍ତ ହେବାର ସଂକେତ ହୋଇଥାଏ ।

୧୪- ସୋଇଥିବା ସମୟରେ କାହାର ମୃତ୍ୟୁର ସ୍ଵପ୍ନ ଦେଖିଲେ କାହାକୁ କୁହନ୍ତୁ ନାହିଁ । ଏହା ଆପଣଙ୍କ ସମସ୍ୟା ଦୂର ହେବାର ସଂକେତ ଦେଇଥାଏ ।

୧୫- କୌଣସି ଇଚ୍ଛା ପୂରଣ ନ ହେଉଥିଲେ ଗୁରୁବାରରେ ଖଣ୍ଡେ କାଗଜରେ ହଳଦୀ ରଖିକି ଠାକୁରଙ୍କ ପଛ ପଟେ ରଖିବା ଦ୍ଵାରା ମଙ୍ଗଳକାରି ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *