ମଥାରେ କେଉଁ ଚିହ୍ନଥିଲେ ମଣିଷ ହୋଇଥାଏ ଧନବାନ- Ajira Anuchinta

ନମସ୍କାର ବନ୍ଧୁଗଣ, କଥାରେ ଥାଏ ନା କପାଳ ଲିଖନ କେ କରିବ ଆନ । ହେଲେ ଏହା କଣ ସମସ୍ତଙ୍କୁ ଜଣାଥାଏ । ଆଗାମୀ ସମୟରେ ଘଟିବାକୁ ଥିବା ଘଟଣା ବିଷୟରେ କାହାକୁ ମଧ୍ୟ ଜଣାନଥାଏ । କିନ୍ତୁ ମଣିଷ ଶରୀରର ଗଠନ ଶରୀରରେ ରହିଥିବା କିଛି ଚିହ୍ନ ଏହାର ସୂଚନା ଦେଇଦେଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କି ମଣିଷ ମଥାରେ କେଉଁ ଚିହ୍ନ ଥିଲେ ସେହି ମଣିଷ ହୋଇଥାଏ ଧନବାନ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ପ୍ରଥମ: ଯେଉଁ ଲୋକଙ୍କ ମଥାରେ ସୂର୍ଯ୍ୟ କିମ୍ବା ଚନ୍ଦ୍ର ଚିହ୍ନ ହୋଇଥାଏ ସେମାନେ ରାଜନୀତି କିମ୍ବା ବଡ ବଡ କାମରେ ସିଦ୍ଧ ଲାଭ କରନ୍ତି । ଏହା ସହିତ ନୂଆ ନୂଆ କୀର୍ତ୍ତିମାନ ମଧ୍ୟ ଅର୍ଜନ କରିଥାନ୍ତି । ଦିତୀୟ: ଯେଉଁ ଲୋକଙ୍କ ମୁଣ୍ଡରେ ଚୁଟି କଳା ଓ ମୋଟା ହୋଇଥାଏ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ନିଜ କର୍ମ କରିବା ପାଇଁ ଭଲ ପାଇଥାନ୍ତି । ଯେଉଁ ଲୋକଙ୍କ ଚୁଟି କୁଞ୍ଚୁ କୁଞ୍ଚିଆ ହୋଇଥାଏ ସେମାନେ ସଙ୍ଗୀତକୁ ବହୁତ ଭଲ ପାଇଥାନ୍ତି ।

ସହଜରେ ଅନ୍ୟମାନଙ୍କୁ ନିଜ ଆଡକୁ ଆକର୍ଷଣ କରିପାରନ୍ତି । ତୃତୀୟ: ଯେଉଁ ଲୋକଙ୍କ କେଶ ନୁଖୁରା କିମ୍ବା କହରା ହୋଇଥାଏ ସେମାନେ ନିଜ ବୁଦ୍ଧିରେ କାର୍ଯ୍ୟ କରିନଥାନ୍ତି । ସର୍ବଦା ଅନ୍ୟ କଥାରେ ଭାସି ଯାଇଥାନ୍ତି । ଚତୁର୍ଥ: ଚନ୍ଦା ହୋଇଥିବା ଲୋକମାନେ ବୁଦ୍ଧିମାନ ହେବା ସହ ବହୁତ ଚାଲାକ ମଧ୍ୟ ହୋଇଥାନ୍ତି । ଜୀବନରେ ଏକ ଧନବାନ ବ୍ୟକ୍ତି ହେବାର ସୌଭାଗ୍ୟ ତାଙ୍କୁ ମିଳିଥାଏ ।

ପଞ୍ଚମ: ଯେଉଁ ଲୋକଙ୍କ ମଥାରେ ଅଖଣ୍ଡ ରେଖା 3ଟି ରହିଥାଏ ସେମାନେ ଦୀର୍ଘାୟୁ ହୋଇଥାନ୍ତି । ଷଷ୍ଠ: ଯେଉଁ ଲୋକଙ୍କ ମଥାରେ କୃଷ୍ଣ କୁଶ ଦେଖିବାକୁ ମିଳେ ସେମାନେ ସର୍ବଦା ଗୁରୁର ଆସନରେ ବସିଥାନ୍ତି । ସେମାନେ ଶିକ୍ଷା ଦିକ୍ଷାରେ ଯଥେଷ୍ଠ ଜ୍ଞାନି ହୋଇଥାନ୍ତି । ସପ୍ତମ: ଯେଉଁ ମାନଙ୍କ ମଥାରେ ଖଣ୍ଡିତ ରେଖା ରହିଥାଏ ସେମାନଙ୍କର ଅକାଳ ବିୟୋଗ ହୋଇଥାଏ । ଏବଂ ସେମାନେ ଅପରାଧୀ ହୋଇଥାନ୍ତି ।

ଅଷ୍ଟମ: ମଥାରେ ଜାଲ ପରି ଚିହ୍ନ ହୋଇଥିବା ଲୋକ ବିଶ୍ୱାସଘାତି ହୋଇଥାନ୍ତି । ଏବଂ ଠକ ସ୍ଵାଭାବର ଅଟନ୍ତି । ନବମ: ମଥାରେ ତ୍ରିକୋଣ ଚିହ୍ନ ରହିଥିବା ଲୋକମାନେ ବିଦ୍ୟାରେ ପାରଙ୍ଗମ ହୋଇଥାନ୍ତି । ଦଶମ: ମଥାରେ ଅଧ ଚନ୍ଦ୍ର ରହିଥିବା ଲୋକମାନେ ଭକ୍ତିଭାବ ରଖୁଥିବା ସ୍ଵଭାବର ହୋଇଥାନ୍ତି । ଯେଉଁ ବ୍ୟକ୍ତିଙ୍କ ମଥା ଚଉଡା ହୋଇଥାଏ ସେମାନେ ଗୁଣବାନ ସ୍ଵଭାବର ହୋଇଥାନ୍ତି । ସମସ୍ତେ ସେମାନଙ୍କର ଆଦର କରିଥାନ୍ତି ।

ଯେଉଁ ଲୋକଙ୍କ ମଥା ଦେଖିବାକୁ ବଡ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଜୀବନରେ ଖୁବ ଧନ କମେଇବା ପାଇଁ ସକ୍ଷମ ହୋଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *