ମେଥି ର ସେବନ ଦ୍ଵାରା ଭଲ ହୁଏ ଏହି 10ଟି ରୋଗ, ଆଜିଠୁ ହିଁ କରନ୍ତୁ ସେବନ

ବନ୍ଧୁଗଣ ଆପଣ ମାନେ ମେଥି ଦାନର ବ୍ୟଭର ନିଶ୍ଚୟ କରିଥିବେ । ମେଥିରେ ଅନେକ ପ୍ରକାରର ପୋଷାକ ତତ୍ତ୍ଵ ରହିଥାଏ ଯାହା ଶରୀରର ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ମେଥି ର ସେବନ କରିବା ଦ୍ଵାରା କେଉଁ ରୋଗ ଦୂର ହୋଇଥାଏ ତାହା ଜଣାଇବୁ । ୧- ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ମେଥି ଦାନାର ୨ ଚାମଚ ରାତିରେ ପାଣିରେ ଭିଜାଇ ସକାଳୁ ଏହାର ସେବନ କରନ୍ତୁ । ଆଉ ମେଥି ଦାନା କୁ ଚୋବାଇ ଖାଆନ୍ତୁ । ଦେଖିବେ କିଛି ଦିନ ଭିତରେ ଚର୍ବି ହ୍ରାସ ପାଇବ ।

୨- ମେଥି ରେ ଆଣ୍ଟି ଅକ୍ସିଡେଣ୍ଟ ଓ ଇମଫ୍ଲାମେଟରୀ ଗୁଣ ରହିଛି । ଯାହା ଆଁଠୁ ଗଣ୍ଠି ବିନ୍ଧା ବା ଯେ କୌଣସି ଗଣ୍ଠି ଜନିତ ବ୍ୟଥାକୁ ଦୂର କରିଥାଏ । ସକାଳୁ ମେଥି ପାଣିରେ ସେବନ ଖାଲି ପେଟରେ କରିଲେ ଜଏଣ୍ଟ ପେନ ଦୂର ହୋଇଥାଏ ।

୩- ପ୍ରତେକ ଦିନ ଖାଲି ପେଟରେ ମେଥି ପାଣିର ସେବନ କରିଲେ ଖରାପ କୋଲେଷ୍ଟ୍ରୋଲ ବାହାରି ଥାଏ । ଏହା କୋଲେଷ୍ଟ୍ରୋଲ ଲେବଲକୁ ନିୟନ୍ତ୍ରଣ କରିଥପାରେ ।

୪- ମେଥିରେ ପୋଟାସିୟମ ଆଦି ତତ୍ତ୍ଵ ରହିଥାଏ ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ପ୍ରତେକ ଦିନ ମେଥି ପାଣି ପିଇବା ସହ ମେଥିକୁ ଚୋବାଇ ଖାଆନ୍ତୁ ।

୫- ମେଥିରେ ପର୍ଯ୍ୟାପ୍ତ ପରିମାଣରେ ଫାଇଭର ରହିଥାଏ ଯାହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ମେଥି ପାଣିର ସେବନ କରିଲେ କ୍ୟାନ୍ସର ଭଳି ମାରାମତ୍କ ରୋଗରୁ ରକ୍ଷା ପାଇପାରିବେ ।

୬- ମହିଳା ମାନଙ୍କର କେଶ ଝଡୁଛି ବା ଧଳା ହେଉଛି ତେବେ ମେଥିକୁ ନଡିଆ ତେଲରେ ସିଝାଇ ଦିଅନ୍ତୁ । ଏହାକୁ ରାତିରେ ବନାଇ ସକାଳୁ କେସ ରେ ଲାଗନ୍ତୁ । ଏହାଦ୍ବାରା କେସ ଝଡିବା ବନ୍ଦ ହେବା ସହ କେସ ଘନ ହେବ ।

୭- ଡାଇବେଟିସ ରୋଗୀଙ୍କ ପାଇଁ ମେଥି ପାଣି ବରଦାନ ସଦୃଶ ଅଟେ । ମେଥି ପାଣିର ସେବନ କରିଲେ ଡାଇବେଟିସ ନିୟନ୍ତ୍ରଣ ହୋଇଥାଏ । ମେଥିରେ ମଞ୍ଜିରେ ଥିବା ଆମିନୋ ଏସିଡ ଶରୀରର ଶର୍କରା ସ୍ତରକୁ ହ୍ରାସ କରିଥାଏ ।

୮- କିଡନୀ ରେ ଥିବା ଷ୍ଟୋନ ୟୁରିନ ସାହାର୍ଯ୍ୟ ରେ ବାହାରି ପାରିବ ଯଦି ମେଥି ପାଣିର ସେବନ କରାଯାଏ । ପ୍ରତିଦିନ ମେଥି ପାଣିର ସେବନ କରିଲେ କିଡନୀ ସମସ୍ଯା ଦୂର ହୋଇଥାଏ ।

୯- ମେଥିରେ ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ଅହିଛି ଯାହା ସଂକ୍ରମଣ କୁ ଦୂର କରିଥାଏ । ଏହି କାରଣରୁ ଥଣ୍ଡା, କାଶ ହେଉଥିଲେ ମେଥି ପାଣିଏ ସେବନ କରିବା ଉଚିତ । ଗୋଟେ ଚାମଚ ମହୁ ଓ ଲେମ୍ବୁ ରସ ସହ ମେଥି ମିଶାଇ ଖାଇଲେ ଥଣ୍ଡା, କାଶ, ଗଳା ବ୍ୟଥା ଦୂର ହୋଇଥାଏ ।

୧୦- ମେଥି ପତ୍ର ବା ଶାଗ ସହ ଅଦା ଓ ଗରମ ମସାଲା ପକାଇ ଭାଜି ଖାଇଲେ ଲୋ ବ୍ଲଡ଼ ପ୍ରେସର, କୋଷ୍ଠ କାଠିନ୍ଯ ଓ ଅର୍ଶ ରୋଗ ଭଲ କରିବାରେ ସହାୟକ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *