15 ଜୁନ “ରଜ ସଂକ୍ରାନ୍ତି” ରେ ଝିଅ ଏବଂ ମହିଳାମାନେ କରନ୍ତୁ ନାହିଁ ଏହି 4 କାମ, ନଚେତ ହେବ ସର୍ବନାଶ…

ଗ୍ରୀଷ୍ମ ଦିନର ଉତ୍ତାପ ସୂର୍ଯ୍ୟଙ୍କର ତାଣ୍ଡବ ବସୁମତୀ ମାତାଙ୍କର ତୃଷାଣ ବଢାଇବା ପରେ ମିଥୁନ ସଙ୍କ୍ରାନ୍ତି ଠାରୁ ବର୍ଷା ଋତୁ ର ଆରମ୍ଭ ହୋଇଥାଏ । ଏହି ମିଥୁନ ସଙ୍କ୍ରାନ୍ତି ର 3 ଦିନକୁ ରଜ ପର୍ବ ଭାବେ ପାଳନ କରାଯାଏ । ପ୍ରଥମ ଦିନକୁ ପହିଲି ରଜ, ଦ୍ଵିତୀୟ ଦିନକୁ ମିଥୁନ ସଙ୍କ୍ରାନ୍ତି ବା ରଜ ସଙ୍କ୍ରାନ୍ତି ଓ ତୃତୀୟ ଦିନକୁ ଭୂମିଦାହ ବା ବାସୀ ରଜ କୁହା ଯାଇଥାଏ । ଏହି 3 ଦିନରେ କୁମାରୀ ମାନେ ନିଜର ଆଗାମୀ ଭବିଷ୍ୟତର ବିବାହ କାମନା ପାଇଁ ପାଳନ କରୁଥିବା ବେଳେ ବିବାହିତା ନାରୀ ସନ୍ତାନଙ୍କ ପାଇଁ ପାଳିଥାନ୍ତି । ଆଜି ଆମେ ଜାଣିବା ରଜ ସଙ୍କ୍ରାନ୍ତିରେ ଝିଅ ଓ ମହିଳାମାନେ କେଉଁ କାମ କରିବା ଅନୁଚିତ ।

ପୌରାଣିକ କଥା ଅନୁଯାୟୀ ରଜ ର ଏହି 3 ଦିନ ବସୁମତୀ ମାତା ନିଜର ମାସିକ ଧର୍ମ ପାଳନ କରନ୍ତି । ଚତୁର୍ଥ ଦିନ ବସୁମତୀ ସ୍ନାନ ବା ଭୂ-ସ୍ନାନ ରୂପବେ ପାଳନ କରାଯାଏ । ଏହି ରଜ ଶବ୍ଦ ଟି ରଜସ୍ଵଳା ଶବ୍ଦରୁ ଆସିଛି । ଏହାର ଅର୍ଥ ମହିଳା ମାନଙ୍କର ମାସିକ ଧର୍ମ ହୋଇଥାଏ । ଯେପରି ବସୁମତୀ ମାତା ନିଜର ତୃଷ୍ଣା ମେଣ୍ଟାଇବା ବର୍ଷା କୁ ଅପେକ୍ଷା କରି ରହିଥାଏ ସେହିପରି ରଜ ରେ କୁମାରୀ ଝିଅ ମାନେ ନିଜର ଆଗାମୀ ଭବିଷ୍ୟତର ବିବାହ କାମନା କରି ପାଦରେ ଅଳତା ପିନ୍ଧି, ହାତରେ ମେହେନ୍ଦି ଲଗାଇ ନୂଆ ବସ୍ତ୍ର ଧାରଣ କରି ସଜେଇ ହୋଇ ବସିଥାନ୍ତି । ବିବାହିତା ନାରୀ ମାନେ ନିଜର ସନ୍ତାନ ଙ୍କ ପାଇଁ ରଜ ପାଳନ କରିଥାନ୍ତି । ଏବେ ଜାଣିବା ସେହି ଭୁଲ ବିଷୟରେ ଯାହା ରଜ ରେ କରିବା ଅନୁଚିତ ।

୧- ଏହି ଦିନ ଝିଅ ମାନେ ସଜେଇ ହୋଇ ମନ୍ଦିର ଯିବା ଅନୁଚିତ ଅଟେ । ପ୍ରଥା ଓ ଶାସ୍ତ୍ର ଅନୁଯାୟୀ ବସୁଧା ମାତାଙ୍କର ମାସିକ ଧର୍ମ ପାଳୁଥିବା କୁମାରୀ ମାନଙ୍କୁ ୩ ଦିନ ଧରି ମନ୍ଦିର କୁ ଯିବା ଅନୁଚିତ ।

୨- ରଜ ର ୩ ଦିନ ମହିଳା ବା ଝିଅ ଅମାନଙ୍କୁ ରନ୍ଧା ହୋଇଥିବା ଖାଦ୍ୟ ମନା ହୋଇଥାଏ । ଏହି ଦିନ ମହିଳା ବା ଝିଅ ମାନଙ୍କୁ କୌଣସି ପ୍ରକାରର କାର୍ଯ୍ୟ କରିବାକୁ ବାରଣ କରାଯାଏ । ଏହି ୩ ଦିନ ଯାଏଁ ଝିଅ ଓ କୁମାରୀ ମାନେ ପିଠା ପଣା ସହ ଫଳ ମୂଳ ଖାଇବା ଉଚିତ ହୋଇଥାଏ ।

୩- ବସୁମତୀ ଉପରେ ଖାଲି ପାଦରେ ଚାଲିବା ବା ବସୁମତୀ ଙ୍କୁ କୌଣସି ପ୍ରକାରର କ୍ଷତ ଦେବା ପ୍ରତେକ ମହିଳା ଙ୍କ ଅଶୁଭ ହୋଇଥାଏ । ରଜ ର ୩ ଦିନ ମାସିକ ଧର୍ମ ପାଳନ କରୁଥିବା ବସୁଧା ମାତା କଷ୍ଟରେ ଥିବା ସମୟରେ କ୍ଷତ ଦେବା ଅନୁଚିତ । ତେଣୁ ଝିଅଙ୍କୁ ଖାଲି ପାଦରେ ଚାଲିବା ଅନୁଚିତ ।

୪- ରଜ ସଙ୍କ୍ରାନ୍ତି ରେ ଝିଅ ମାନେ ଧାରୁଆ ଅସ୍ତ୍ରର ବ୍ୟବହାର କରିବା ଦ୍ଵାରା ଦାରିଦ୍ରତା ବଢାଇଥାଏ । ଏହା ସହ ସ୍ବାମୀଙ୍କ ଠାରୁ ଦୂରେଇ ଯିବାର କାରଣ ଅଟେ ।

Leave a Reply

Your email address will not be published. Required fields are marked *