ରଥଯାତ୍ରା ପରେ ରଥର କ’ଣ ହୁଏ ? ଜଗନ୍ନାଥଙ୍କ ରଥଯାତ୍ରାର କିଛି ଅଜଣା ରହସ୍ୟ

ବନ୍ଧୁଗଣ ଆପଣ ମାନେ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ବିଷୟରେ ନିଶ୍ଚୟ ଜାଣିଥିବେ । ଯାହା ପ୍ରତି ବର୍ଷ ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ । କିନ୍ତୁ କଣ ଆପଣ କେବେ ଭାବିଛନ୍ତି ରଥଯାତ୍ରା ପରେ ରଥ ର କଣ ହୁଏ । କାହିଁ କେତେ ଯୁଗରୁ ରଥଯାତ୍ରା ହୋଇ ଆସୁଛି । ଏହି ସବୁ ରଥ କେଉଁଠି ରଖାଯାଏ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ସୂଚନା ଅନୁଯାୟୀ 3ଟି ରଥର ନିର୍ମାଣ କାମ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥାଏ ।

ଦୁଇ ମାସ ପରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ନିର୍ଦ୍ଦିଷ୍ଟ ନୀତି ନିୟମରେ ଅନୁଷ୍ଠିତ ହୋଇଥାଏ । ରଥଯାତ୍ରା ଦିନ ମହାପ୍ରଭୁ ଜଗନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ତିନି ରଥରେ ବିରାଜମାନ କରି ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି । ଗୁଣ୍ଡିଚା ହେଉଛନ୍ତି ଶ୍ରୀ ମନ୍ଦିର ନିର୍ମାଣ କରିଥିବା ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ତ୍ରୀ । ରାଜା ଇନ୍ଦ୍ରଦ୍ୟୁମ୍ନ ଯେବେ ଶ୍ରୀ ମନ୍ଦିର ନିର୍ମାଣ କରିଥିଲେ ସେତେବେଳେ ପ୍ରଭୁ ଜଗନ୍ନାଥ ମାଉସୀ ଗୁଣ୍ଡିଚାଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି ପ୍ରତିବର୍ଷ ରଥଯାତ୍ରା ଦିନ ସେ ଭକ୍ତ ମାନଙ୍କୁ ଦର୍ଶନ ଦେବା ପରେ ତାଙ୍କ ଘରକୁ ବୁଲି ଆସିବେ ।

ଆଉ ସେହି ଦିନ ଠାରୁ ରଥଯାତ୍ରାରେ ତିନି ଠାକୁର ମାଉସୀ ଆମ ମନ୍ଦିରକୁ ଆସି 9 ଦିନ ରହି ଦଶମୀ ଦିନ ବଡ ଦେଉଳକୁ ଫେରି ଯାଆନ୍ତି । ଗୁଣ୍ଡିଚା ରୁ ଶ୍ରୀ ମନ୍ଦିରକୁ ତିନି ରଥ ଆସିବା ପରେ ଶ୍ରୀ କ୍ଷ୍ତେରରର ନୀଳାଦ୍ରି ବିଜୟ ନୀତି କରାଯାଏ । ଆଉ ତିନି ଠାକୁର ରତ୍ନ ସିଂହାସନକୁ ଯାଇଥାନ୍ତି । ତାପରେ ପରମ୍ପରା ଅନୁଯାୟୀ ପୂଜା ବିଧି କରି ରଥ ଘଟ କାର୍ଯ୍ୟକ୍ରମ ଆରମ୍ଭ ହୁଏ ।

ପ୍ରତିବର୍ଷ ରଥଯାତ୍ରା ପରେ ଶ୍ରାବଣ ମାସରେ ରଥ ଘଟ କାର୍ଯ୍ୟକ୍ରମ ଆରମ୍ଭ ହୁଏ । ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଭଙ୍ଗାଯାଏ, ତାପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଆଉ ଶେଷରେ ଜଗନ୍ନାଥଙ୍କର ନନ୍ଦୀଘୋଷ ରଥ ଭଙ୍ଗାଯାଏ । ଆଉ ଏହି କାର୍ଯ୍ୟ କରିବାକୁ ପ୍ରାୟ 12 ଦିନ ଲାଗିଯାଏ । ମନ୍ଦିରର ସେବାୟତ ମାନେ ଏହି କାର୍ଯ୍ୟ କରିଥାନ୍ତି ।

ପ୍ରଥମେ ରଥର ଦଧି ନଉତି କଢାଯାଏ ତାପରେ ରଥର ପାରା ଭାଡି, ଚଉଦ ନହକା, ଦୁଆରବେଢା, ଛଅ କାଠ, କଳସ, ଶୁଆ, ଅଁଳା ଇତ୍ଯାଦିକୁ ଉପରୁ ତଳ ଯାଏଁ ଭଙ୍ଗାଯାଏ । ରଥର ଭଙ୍ଗା ଯାଇଥିବା ଛକ, କଣଖୋଜ, ଅଶ୍ଵ, ପ୍ରଭା, ସିଂହାସନକୁ ଗୁଣ୍ଡିଚା ମନ୍ଦିରକୁ ନେଇ ଭକ୍ତଙ୍କ ମଧ୍ୟରେ ନିଲାମ କରାଯାଏ । ଏହା ମନ୍ଦିରର ପ୍ରଶାସନର ତତ୍ତ୍ଵବଧାନରେ ହୋଇଥାଏ ।

ରଥରୁ ବାହାରିଥିବା କାଠ ଗୁଡିକ ରୋଷେଇଶାଳାକୁ ନେଇ ରନ୍ଧନ କାର୍ଯ୍ୟ ପାଇଁ ଲଗାଯାଏ । ଆଉ ଅନ୍ୟ ଅଂସ ଗୁଡିକ ଜଗନ୍ନାଥ ବଲ୍ଲଭ ମଠରେ ରଖାଯାଇଥାଏ । ରଥରୁ ଭଙ୍ଗା ଯାଇଥିବା ଶୁଆ ଓ ସାରଥିଙ୍କୁ ନବ କଳେବର ତିନି ଠାକୁରଙ୍କ ସହ ସମାଧି ଦିଆଯାଏ । ଏହି ଭଙ୍ଗା କାର୍ଯ୍ୟକୁ ସାରିବା ପାଇଁ ପ୍ରଶାସନ ତରଫରୁ କ୍ରେନର ବ୍ୟବସ୍ଥା ମଧ୍ୟ କରାଯାଏ । ଏହି କ୍ରମରେ ରଥଯାତ୍ରା ପରେ ରଥ ଭଙ୍ଗାଯାଇଥାଏ ।  ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *