ଶିବରାତ୍ରି ର ବ୍ରତ ଏହି ନାରୀ ମାନେ ଭୁଲରେ ବି କରିବା ଉଚିତ ନୁହେ, ଲାଗିଥାଏ ଭୟଙ୍କର ପାପ…. ସଧବା ନାରୀ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଧର୍ମ ଶାସ୍ତ୍ର ଅନୁଯାୟୀ ମହାଶିବରାତ୍ରି ଦିନ ପବିତ୍ର ଗଙ୍ଗା ଜଳ ସହ ସମାନ ହୋଇଥାଏ । ହିନ୍ଦୁ ଧର୍ମରେ ଜାଗର ପର୍ବର ବିଶେଷ ମହତ୍ଵ ରହିଛି । ମାନ୍ୟତା ଅଛି ଏହି ଦିନ ଭଗବାନ ଶିବ ପ୍ରକାଶ ରୂପରେ ପ୍ରକଟ ହୋଇଥିଲେ । ଭଗବାନ ଶିବଙ୍କ ବିବାହ ଏହି ଦିନ ମାତା ପାର୍ବତୀଙ୍କ ସହ ହୋଇଥିଲା । ଏହି ଦିନ ଠାରୁ ସୃଷ୍ଟିର ଆରମ୍ଭ ମଧ୍ୟ ହୋଇଥିଲା । ଗରୁଡ ପୁରାଣ, ସ୍କନ୍ଧ, ପଦ୍ମ ପୁରାଣରେ ଶିବରାତ୍ରିରେ ବର୍ଣ୍ଣନା କରାଯାଇଛି ।

ଏହି ଦିନ କେଉଁ ନାରୀ ବ୍ରତ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ । ଶିବରାତ୍ରି ଦିନ ମହିଳା ଓ କନ୍ୟା ଙ୍କୁ ଶିବଲିଙ୍ଗ ସ୍ପର୍ଶ କରିବା ଉଚିତ ନୁହେଁ । କ୍ଷୀର, ଦହି, ଜଳରେ ଶିବଲିଙ୍ଗରେ ଅଭିଷେକ କରିବା ସହ ବେଲପତ୍ର ଚଢାଇ ପାରିବେ । ଶିବଲିଙ୍ଗରେ ଚଢା ଯାଉଥିବା ଜଳ ପଦ ରେ ସ୍ପର୍ଶ କରିବା ଅନୁଚିତ । ଏହି ଦିନ ବ୍ରତ ରଖୁଥିଲେ ଫଳ ଖାଇ ପାରିବେ । ଏହି ଦିନ ରସୁଣ, ପିଆଜ, ଆମିଷ ଖାଇବା ଅନୁଚିତ ।

ଏଥର ଜାଗର ପର୍ବ ଶନିବାର ପଡୁ ଥିବାରୁ କଳା ରାଶି ନିଶ୍ଚୟ ଅର୍ପିତ କରନ୍ତୁ । ଏହା ଦ୍ଵାରା ଶୁଭ ଓ ମଙ୍ଗଳକାରୀ ହୋଇଥାଏ । ଶନି ଦୋଷରେ ପୀଡିତ ବ୍ୟକ୍ତି ଙ୍କୁ ଶନି ଙ୍କ କୋପରୁ ମୁକ୍ତି ମିଳିଥାଏ । ଏହି ଦିନ କ୍ଷୀର ର ସେବନ କରି ହେବ । କ୍ଷୀର ସହ ଚିହ୍ନି ମିଶାଇ ସେବନ କରିବା ଉଚିତ । ଖାଲି କ୍ଷୀର ପିଇବା ଉଚିତ ନୁହେଁ କୌଣସି ବ୍ରତ କରିଥିଲେ । ଫଳ ଆହାର କରିବା ସମୟରେ ଭଗବାନ ଶିବ ଙ୍କ ନାମ ଜପ କରନ୍ତୁ ।

ଏହି ଦିନ ଧଳା, ନାଲି ବସ୍ତ୍ର ଧାରଣ କରନ୍ତୁ । ଯଦି ସମ୍ଭବ ହେବ ତେବେ ବିନା ସିଲେଇ ହୋଇଥିବା ବସ୍ତ୍ର ପିନ୍ଧି ପୂଜା କରିବା ଉଚିତ । ଏହି ଦିନ ମହାଦେବଙ୍କ ପୂଜା କରିବା ଆଗରୁ ଭଗବାନ ଗଣେଶ, କାର୍ତ୍ତିକ, ମାତା ପାର୍ବତୀ ଙ୍କ ପୂଜା କରିବା ଉଚିତ । ଏହି ଦିନ ଷଣ୍ଢ ଙ୍କୁ ଚାରା ଖାଇବାକୁ ଦେବା ଉଚିତ । କାରଣ ନନ୍ଦୀ ମହାଦେଙ୍କ ବାହନ ଅଟନ୍ତି ।

ଭଗବାନ ଭୋଳାନାଥ ଓ ମାତା ପାରବତୀଙ୍କ କୃପା ପାଇବାକୁ ଶିବରାତ୍ରି ରେ ଡେରି ଯାଏଁ ଶୋଇବା ଅନୁଚିତ । ଏହି ଦିନ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଅଶୁଭ ଅଟେ । ଶିବଲିଙ୍ଗରେ ଚଢା ଯାଇଥିବା ଜିନିଷ ଗ୍ରହଣ କରିବା ଅନୁଚିତ । ଯେଉଁ ନାରୀ ଚରିତ୍ରାହିନା ସେମାନେ କେବେ ବି ଶିବରାତ୍ରି ବ୍ରତ କରିବା ଅନୁଚିତ । ଯେଉଁ ନାରୀ ପାପିଚାରିଣୀ ବା ଅନ୍ୟାୟ କାମ କରୁଥିବ ସେମାନେ କେବେ ବି ଭୁଲରେ ଏହି ବ୍ରତ ରଖିବା ଉଚିତ ନୁହେଁ ।

ଯେଉଁ ନାରୀ ଖରାପ ପ୍ରକୃତିର ହୋଇଥିବେ, ଯେଉଁ ମାନେ ବଡ ମାନଙ୍କର ଆଦର ସମ୍ମାନ କରୁ ନ ଥିବେ ସେମାନେ ଶିବରାତ୍ରି ବ୍ରତ କରିବା ଅନୁଚିତ ।  ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *