ତକିଆ ତଳେ କଉଡି ସ୍ଵାମୀ ସ୍ତ୍ରୀ ପାଇଁ କେଉଁ କେଉଁ ଲାଭ ହୋଇଥାଏ ? ଆଜିର Sadhubani

ବନ୍ଧଗଣ ଘରର ବାସ୍ତୁ ଦୋଷ କରିବା ପାଇଁ ଓ ଅନ୍ୟାୟ ସମସ୍ୟାମାନ ରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ କିଛି ଅନୁଚିନ୍ତା । 1- ଘରର ଅଗ୍ନି କୋଣରେ ସ୍ଵାମୀ ସ୍ତ୍ରୀ କେବେ ବି ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ଦୁହିଙ୍କ ମଧ୍ୟରେ ବିବାଦ ଦେଖା ଯାଇଥାଏ ।

2- ଘରର ଦକ୍ଷିଣ ଦିଗରେ ଝରକା ରହିଥାଏ ତେବେ ଅଧିକାଂଶ ସମୟରେ ବନ୍ଦ ରଖିବା ଉଚିତ । ଏବଂ ନଚେତ ଏହା ଦ୍ଵାରା କୌଣସି କାରଣରୁ ବିବାଦ ଦେଖା ଯାଇଥାଏ ।

3- ଶୋଇବା ଘରେ ଖଟ ଏପରି ପକାଇବା ଉଚିତ ଯେପରି ଶୋଇବା ସମୟରେ ଦକ୍ଷିଣ ଦିଗକୁ ମୁଣ୍ଡ ରହିବ ଓ ଏହା ଦ୍ଵାରା ଭଲ ନିଦ ଆସିଥାଏ । ଦାମ୍ପତ୍ୟ ଜୀବନ ସୁଖରେ କଟିଥାଏ ।

4- ସ୍ଵାମୀ ସ୍ତ୍ରୀ ଶୋଇବା ଘରେ କେବେ ବି ମୃତ ବ୍ୟକ୍ତିଙ୍କର ଫୋଟୋ ବା ବୟସ୍କ ଲୋକଙ୍କର ଫୋଟୋ ଲଗାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

5- ଶୋଇବା ଘରେ କେବେବି ଠାକୁରଙ୍କୁ ରଖିକି ପୂଜା କରିବା ଉଚିତ ନୁହେଁ । ଏହାଦ୍ବାରା ଭୟଙ୍କର ସମସ୍ଯା ଆସିଥାଏ ଓ ଦାମ୍ପତ୍ୟ ଜୀବନ ଉପରେ ପ୍ରଭାବ ପଡିଥାଏ ।

6- ଶୋଇବା ସ୍ଥାନର ଚାତରେ ଯଦି କୌଣସି ବିମ ରହିଥାଏ ତେବେ ବିମରେ ଏକ ବଂଶୀ ଲଗାଇ ରଖିବା ଦ୍ଵାରା ବସ୍ତୁ ଦୋଷ ଦୂର ହୋଇଥାଏ । ଶୋଇବା ଘରେ ଆଇନା ଲଗାଇବା ଅନୁଚିତ । ଏହା ଅଶୁଭ ହୋଇଥାଏ ।

7- ଶୋଇବା ଘରର ରଙ୍ଗ ଧଳା, ଲାଲ, ଗାଢ ରଙ୍ଗ କରିବା ଉଚିତ ନୁହେଁ । ଏହା ଦ୍ଵାରା ନେଗେଟିଭ ଶକ୍ତି ବୃଦ୍ଧି ହୋଇଥାଏ ।

8- ଯଦି ମାନସିକ ସମସ୍ଯା ବା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ଚାଲିଛି ତେବେ ଶୋଇବା ସମୟରେ ମୁଣ୍ଡ ପାଖରେ ବଂଶୀ ରଖିବା ଉଚିତ ।

9- ସନ୍ତାନ ଇଚ୍ଛା ରଖିଥିବା ଦମ୍ପତି ମାନେ ଶୋଇବା ଘରେ ଉତ୍ତର ଦିଗରେ ନାଚୁଥିବା ମୟୂର ଫୋଟୋ ବା ଗାଈ ବାଛୁରି ଫୋରୋ ଲଗାଇବା ଉଚିତ ହୋଇଥାଏ ।

10- ଶୋଇବା ସମୟରେ ସ୍ତ୍ରୀ ମାନେ ସ୍ବାମୀଙ୍କର ବାମ ପଟେ ଶୋଇବା ଦ୍ଵାରା ଶୁଭ ହୋଇଥାଏ ଓ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦୂର ହୋଇଥାଏ ।

11- ଘରର ଐଶାନ୍ୟ କୋଣରେ କେବେ ବି ରୋଷେଇ ଘର କରିବା ଉଚିତ ନୁହେଁ । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥାଏ ।

12- ଯଦି ସ୍ଵାମୀ ସ୍ତ୍ରୀ ଙ୍କୁ ଅନୁଭବ ହେଉଥାଏ ଯେ ସେମାନଙ୍କ ଭିତରେ ଦୂରତା ଆସି ଯାଇଛି ତେବେ ଶୋଇବା ଘରେ ଗୋଟେ ଶଙ୍ଖ ରଖିବା ଦ୍ଵାରା ସମସ୍ଯା ଦୂର ହୋଇଥାଏ ।

13- ଯଦି ନିଜର ସ୍ଵାମୀ ବା ସ୍ତ୍ରୀ ଅନ୍ୟ ଲୋକଙ୍କ ପ୍ରତି ଆକର୍ଷିତ ହୋଇ ପରିବାର ରୁ ଅଲଗା ହେଉଥାନ୍ତି ତେବେ ଶୋଇବା ସମୟରେ ତକିଆ ତଳେ କଉଡି ରଖିବା ଦ୍ଵାରା ସମସ୍ଯା ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *