2023 ବର୍ଷ ରାକ୍ଷୀ ପୂର୍ଣ୍ଣିମା କେବେ ପଡୁଅଛି ? ଜାଣନ୍ତୁ ସଠିକ ବିବରଣୀ… ଦେଖନ୍ତୁ ରାକ୍ଷୀ ବାନ୍ଧିବାର ସଠିକ ସମୟ

ବନ୍ଧୁଗଣ ପଞ୍ଚାଙ୍ଗ ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ରେ ପାଳନ କରାଯିବାର ପରମ୍ପରା ରହିଛି । ଏହି ବର୍ଷ ଯୋଡା ଶ୍ରାବଣ ପଡୁ ଥିବାରୁ ଶ୍ରାବଣ ମାସ ୨ ମାସ ପଡୁଅଛି । ତେଣୁ ଶ୍ରାବଣ ମାସରେ ୨ଟି ପୂର୍ଣ୍ଣିମା ପଡୁଛି । ଏହି କାରଣରୁ ରାକ୍ଷୀ ପୂର୍ଣ୍ଣିମା କେବେ ପାଳନ କରାଯିବ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ରାକ୍ଷୀ ବାନ୍ଧିବାର ଶୁଭ ମୂହୁର୍ତ୍ତ, ଭଦ୍ରାକାଳ ର ସମୟ ଓ ପୂର୍ଣ୍ଣିମା ତିଥି କେବେ ସମାପ୍ତ ହେବ ତାହା ମଧ୍ୟ ଜଣାଇବୁ ।

ବର୍ଷ ୨୦୨୩ ରେ ଶ୍ରାବଣ ମାସରେ ଅଧିକମାସ ଯୋଡି ହୋଇଥିବାରୁ ୨ଟି ପୂର୍ଣ୍ଣିମା ଇତି ପଡୁଛି । ପ୍ରଥମ ପୂର୍ଣ୍ଣିମା ତିଥି ଅଧିକମାସ ହେବ ଓ ଦ୍ଵିତୀୟ ଟି ଶ୍ରାବଣ ପୁର୍ଣ୍ଣିମା ହେବ । ପଞ୍ଚାଙ୍ଗ ଅନୁସାରେ ଶ୍ରାବଣ ଅଧିକମାସ ପୂର୍ଣ୍ଣିମା ଅଗଷ୍ଟ ୧ ରେ ଓ ଶ୍ରାବଣ ପୂର୍ଣ୍ଣିମା ଗସ୍ତ ୩୦ ରେ ପଡୁଛି । ପଞ୍ଚାଙ୍ଗ ଅନୁସାରେ ଶ୍ରାବଣ ଅଧିକମାସ ପୂର୍ଣ୍ଣିମା ତିଥି ର ଆରମ୍ଭ ହେବ ଅଗଷ୍ଟ ୧ ମଙ୍ଗଳବାର ସକାଳ ୩:୫୧ ମିନିଟ ରେ ଓ ଶେଷ ହେବ ରାତି ୧୨:୦୧ ମିନିଟ ରେ ।

ଏମିତି ରେ ଶ୍ରାବଣ ଅଧିକମାସ ପୂର୍ଣ୍ଣିମା ବା ମଳ ପୂର୍ଣ୍ଣିମା ଅଗଷ୍ଟ ୧ ରେ ପାଳନ କରାଯିବ । ଏହି ଦିନ ବ୍ରତ ଓ ସ୍ନାନ ଦାନ ଆଦି କରାଯାଏ । ପଞ୍ଚାଙ୍ଗ ଅନୁସାରେ ଶ୍ରାବଣ ମାସ ଶୁକ୍ଳ ପକ୍ଷ ର ପୂର୍ଣ୍ଣିମା ତିଥି ଅଗଷ୍ଟ ୩୦ ବୁଧବାର ସକାଳ ୧୦:୫୮ ମିନିଟ ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ଗୁରୁବାର ସକାଳ ୭:୦୫ ମିନିଟ ରେ ଶେଷ ହେବ । ଶ୍ରାବଣ ପୂର୍ଣ୍ଣିମା ର ବ୍ରତ ଅଗଷ୍ଟ ୩୦ରେ ପାଳିତ ହେବ ।

ପୂର୍ଣ୍ଣିମା ର ସ୍ନାନ ଦାନ ଅଗଷ୍ଟ ୩୧ ରେ ପାଳିତ ହେବ । ରକ୍ଷା ବନ୍ଧନ ପ୍ରତି ବର୍ଷ ଶ୍ରାବଣ ପୂର୍ଣ୍ଣିମା ରେ ପାଳନ କରା ଯାଇଥାଏ । ଏହି ଥର ମଧ୍ୟ ରକ୍ଷା ବନ୍ଧନ ଶ୍ରାବଣ ପୂର୍ଣ୍ଣିମା ଦିନ ଭଦ୍ରା କାଳ ସମୟରେ ଅଗଷ୍ଟ ୩୦ ବୁଧବାର ଓ ଅଗଷ୍ଟ ୩୧ ଗୁରୁବାର ଦିନ ପାଳନ କରାଯିବ । ପଞ୍ଚାଙ୍ଗ ଅନୁସାରେ ଅଗଷ୍ଟ ୩୦ ବୁଧବାର ଦିନ ଶ୍ରାବଣ ପୂର୍ଣ୍ଣିମା ତିଥି ଦିନ ସକାଳ ସମୟରେ ଭଦ୍ରା କାଳ ର ପ୍ରାରମ୍ଭ ହେବ ।

ଯାହା ରାତି ୯:୦୧ ମିନିଟ ରେ ଶେଷ ହେବ । ଭଦ୍ରା କାଳ ସମାପ୍ତ ହେବା ପରେ ରାକ୍ଷୀ ବନ୍ଧା ଯାଇପାରିବ । ଅଗଷ୍ଟ ୩୧ ସକାଳ ୭:୦୫ ମିନିଟ ଯାଏଁ ଶ୍ରାବଣ ପୂର୍ଣ୍ଣିମା ତିଥି ରହିବ । ତେଣୁ ଅଗଷ୍ଟ ୩୧ ରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇ ପାରିବ । ଭଦ୍ରା କାଳ କାରଣରୁ ରକ୍ଷା ବନ୍ଧନ ଏହି ଥର ୨ ଦିନ ପଡୁଛି । ଅଗଷ୍ଟ ୩୦ରେ ରାକ୍ଷୀ ବାନ୍ଧିବାର ଶୁଭ ମୂହୁର୍ତ୍ତ ହେଉଛି ରାତି ୯:୦୧ ପରେ । ଅଗଷ୍ଟ ୩୧ରେ ରାକ୍ଷୀ ବାନ୍ଧିବାର ଶୁଭ ମୂହୁର୍ତ୍ତ ହେଉଛି ସକାଳ ୭:୦୦ ଯାଏଁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *