ପେଟରେ ଜମା ସମସ୍ତ ମଇଳା ସଫା ହେବ, ଆଜୀବନ ପେଟ ସୁସ୍ଥ ରହିବ… ବାସ କରନ୍ତୁ ଏହି ଉପାୟ- Health Tips

ବନ୍ଧୁଗଣ ଅନେକ ସମୟରେ କିଛି ଲୋକଙ୍କର ପେଟ ଜନିତ ସମସ୍ଯା ଦେଖାଯାଏ । ଯଦି ପେଟରେ ଥିବା ଅପରିଷ୍କାର ସଫା ନ ହେବ ତେବେ କୋଷ୍ଠ କାଠିନ୍ଯ, ଗ୍ଯାସ, ପାଚନ ତନ୍ତ୍ର, ଏସିଡିଟି ଭଳି ସମସ୍ଯା ଦେଖା ଯାଇଥାଏ । ମଣିଷର ୟୁରିନ ପାସ ହେବା ପାଇଁ ଯେତିକି ସମୟ ଲାଗିଥାଏ ପାଖାପାଖି ସେତିକି ସମୟ ଷ୍ଟୁଲ ପାସ କରିବାକୁ ଆବଶ୍ୟକ ହୋଇଥାଏ । କିନ୍ତୁ ବାସ୍ତବରେ ଯେବେ ଆମେ ଷ୍ଟୁଲ ପାସ କରିଥାନ୍ତି ୧୦ରୁ ୧୫ ମିନିଟ ବା ତା ଠାରୁ ବି ଅଧିକ ସମୟ ଲାଗିଥାଏ ।

ଏହା ସହ ଅଧିକ ପ୍ରେସର ଦେବାକୁ ପଡେ କିନ୍ତୁ ପେଟ ସମପୃନନା ରୂପେ ସଫା ହୁଏନି ।  ଆଜି ଆମେ ଜାଣିବା ପେଟ ସଫା କରିବା ପାଇଁ ଘରୋଇ ନୁସାଖା ବିଷୟରେ । ସକାଳୁ ଉଠିବା ପରେ ନରମାଲ ପାଣି ରେ ଫାଳେ ପେମ୍ବୁ ରସ ମିଶାନ୍ତୁ । ଏହାକୁ ଖାଲି ପେଟରେ ସେବନ କରନ୍ତୁ । ଏହା ଦ୍ଵାରା ଗ୍ଯାସ ସମସ୍ଯା ଦୂର ସହ ଶରୀରରେ ଥିବା ଟକ୍ସିନ ସଫା ହୋଇଥାଏ ।

ଏହାଦ୍ବାରା ଆପଣ ଯାହା ଖାଇବେ ତାହା ସହଜରେ ହଜମ ହୋଇଯାଏ । ଲେମ୍ବୁ ପାଣି ପିଇବାର ଅଧ ଘଣ୍ଟା ଯାଏଁ କିଛି ବି ଖାଆନ୍ତୁ ନାହିଁ । ଏହା ପରେ ଆଲୋଭେରା ଜେଲ ର ପ୍ରୟୋଗ କରିବାକୁ ହେବ । ଏକ ଗ୍ଳାସ ପାଣିରେ ଏକ ଚାମଚ ଆଲୋଭେରା ଜେଲ ମିଶାଇ ସେବନ କରନ୍ତୁ । ଏହାର ସେବନ କରିବାର ଅଧ ଘଣ୍ଟା ଯାଏଁ କିଛି ବି ଖାଇବା ଉଚିତ ନୁହେଁ ।

ଜଳଖିଆରେ କିଛି ଫଳ ଖାଆନ୍ତୁ । ଏହା ସହ ଡାଲିଆ, ଓଟ୍ସ ର ସେବନ କରିପାରିବେ । ଏହା ଦ୍ଵାରା ଶରୀରକୁ ନ୍ୟୁଟ୍ରସନ, ଭିଟାମିନ ମିଳିଥାଏ । ୭ରୁ ୧୦ ଦିନ ଯାଏଁ ଏହି ରୁଟିନ ର ଫଲୋ କରିଲେ ସକାଳୁ ଚାହା ବା କଫି ର ସେବନ କରନ୍ତୁ ନାହିଁ । ଲଞ୍ଚ କରିବାର ଅଧ ଘଣ୍ଟା ପୂର୍ବରୁ ଫଳ ଓ ପରିବା ର ସାଲାଟ କରି ଖାଆନ୍ତୁ । ଲଞ୍ଚ ରେ ଭାତ, ରୁଟି, ପନିପରିବାର ଭଜା, ଡାଲି ନିଅନ୍ତୁ ।

ରୁଟି କୁ ଚେଷ୍ଟା କରନ୍ତୁ ମଲ୍ଟି ଗ୍ରୀନ କରିବା ପାଇଁ । ଏହା ଦ୍ଵାରା ପେଟକୁ ସଫା କରିବାର କାମ କରିଥାଏ । ସନ୍ଧ୍ୟାରେ ଫ୍ରେସ ଫଳ ବା ପରିବା ଖାଆନ୍ତୁ । ଏହାପରେ ରାତିରେ ଖାଦ୍ୟ ହାଲକା ନିଅନ୍ତୁ । ଡିନର ସନ୍ଧ୍ୟା ସମୟରେ କରିଲେ ପେଟରେ ଡିଟକ୍ସ ହେବାକୁ ବହୁତ ସମୟ ମିଳିଥାଏ । ଅନ୍ତ କୁ ସମୟ ମିଳିଯାଏ ନିଜକୁ ସଫା କରିବା ଉଚିତ ।

ରାତିରେ ଶୋଇବା ସମୟରେ ଏକ କପ କ୍ଷୀର ରେ ଏକ ଚାମଚ ଇସ୍ରାବୁଲ ଭୁଶି ମିଶାଇ ଏହାର ସେବନ କରି ପାରିବେ । ମିଠା କରିବା ପାଇଁ ଏଥିରେ ଅଳ୍ପ ମିଶ୍ରି ମିଶାନ୍ତୁ । ଏହାକୁ ୫ ମିନିଟ ଯାଏଁ ସେମିତି ଛାଡି ଦିଅନ୍ତୁ । ଏହା ପରେ ଆପଣ ଏହାର ସେବନ କରିପାରିବେ । ରାତିରେ ଏହାର ସେବନ କରିଲେ ଭୋକ ଲାଗିବନି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *