ଭଗବାନ ଶିବ ଯଦି ତାଙ୍କର କୌଣସି ଭକ୍ତ ଉପରେ ପ୍ରସନ୍ନ ହୋଇଥାନ୍ତି ତାହେଲେ ତାର ଭାଗ୍ୟ ସମ୍ପୂର୍ଣ ଭାବେ ବଦଳି ଯାଇଥାଏ ।ଜୋତିଷ ଶାସ୍ତ୍ରରେ ୧୨ଟି ରାଶି ବିଷୟରେ ଲେଖା ଯାଇଛି ଯାହା ଗ୍ରହମାନଙ୍କ ଚଳନ ଉପରେ ନିର୍ଧାରିତ ହୋଇଥାଏ । ଏଥିପାଇଁ ଗ୍ରହ ମାନଙ୍କର ଚଳନରେ ପରିବର୍ତ୍ତନ ଆସିଲେ ଆମ ଜୀବନରେ ବି ପରିବର୍ତ୍ତନ ଆସିଥାଏ । ଆମ ଜୀବନରେ ଭଲ ବା ଖରାପ ଯାହା ବି ହେଉଥାଏ ତା ପଛରେ ଗ୍ରହଙ୍କର ବହୁତ ବଡ ହାତ ଥାଏ । ରାଶି ଦ୍ଵାରା ବ୍ୟକ୍ତିର ଭବିଷ୍ୟତ ସହିତ ତାର ସ୍ଵଭାବ ବି ଜଣା ପଡିଥାଏ ।
ରାଶି ମାନଙ୍କର ସମ୍ବନ୍ଧ ଗ୍ରହମାନଙ୍କ ସହିତ ଥିବା କାରଣରୁ ଜଣାଯାଇ ପାରିବ କି କେତେବେଳେ ମଣିଷ ଜୀବନରେ ଦୁଃଖ ଏବଂ ସୁଖ ଆସିବ । କିନ୍ତୁ ସବୁ ରାଶି ମଧ୍ୟରୁ ଏହି ଦୁଇଟି ରାଶି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଭଗବାନ ସେମାନଙ୍କର ରକ୍ଷା କରିଥାନ୍ତି ।
ଏହି ଦୁଇଟି ରାଶି ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି ମଧ୍ୟ ଅଟନ୍ତି । ତାହେଲେ ଆସନ୍ତୁ ଜାଣିବା କଣ ପାଇଁ ଏହି ରାଶି ଦୁଇଟିକୁ ସବୁଠାରୁ ଭାଗ୍ୟଶାଳୀ ଏବଂ ଶକ୍ତିଶାଳୀ ବୋଲି କୁହାଯାଇ ଥାଏ ଏବଂ ଏହି ରାଶି ଦୁଇଟିଙ୍କର ନାମ କଣ ।
ଧନୁ: ଏହି ତାଲିକାରେ ସର୍ବ ପ୍ରଥମେ ଧନୁ ରାଶିର ନାମ ଥାଏ । ଏହି ରାଶିର ସ୍ଵାମୀ ସୂର୍ଯ୍ୟଦେବ ହୋଇଥିବା କାରଣରୁ ଏହି ରାଶି ଉପରେ କୌଣସି ଅନ୍ୟ ଗ୍ରହର ଖରାପ ପ୍ରଭାବ ପଡି ନଥାଏ । ଏଥିପାଇଁ ଏହି ରାଶିକୁ ଦୁନିଆର ସବୁଠାରୁ ଶକ୍ତିଶାଳି ବୋଲି କୁହାଯାଇ ଥାଏ । ଏହି ରାଶି ଉପରେ ସର୍ବଦା ଭଗବାନ କୃପା କରିବା ସହିତ ସାହାଯ୍ୟ ମଧ୍ୟ କରିଥାନ୍ତି ।
ମେଷ: ଏହି ରାଶି ଉପରେ ସବୁବେଳେ ଭଗବାନ ଶିବଙ୍କ କୃପା ଦୃଷ୍ଟି ରହିଥିବା କାରଣରୁ ଏହି ରାଶି ଜୀବନରେ କେବେ ହେଲେ ବି କୌଣସି ପ୍ରକାରର ସମସ୍ୟା ଆସିନଥାଏ ଏବଂ ଏମାନଙ୍କୁ ବହୁତ ଖୁସି ମିଳିଥାଏ । ଦୁନିଆରେ ମେଷ ରାଶିକୁ ବହୁତ ଶକ୍ତିଶାଳୀ ବୋଲି କୁହାଯାଇ ଥାଏ ।
ଆପଣ ଭାବିବେ ନାହିଁ କି ଏହି ଦୁଇଟି ରାଶିକୁ ଛାଡି ଦେଲେ ଆଉ କୌଣସି ରାଶି ଉପରେ ଭଗବାନ ଙ୍କର କୃପା ନାହିଁବୋଲି । ଶାସ୍ତ୍ର ଅନୁସାରେ ଏହି ଦୁଇଟି ରାଶିରେ ଭଗବାନ ସବୁବେଳ ପାଇଁ ବିରାଜମାନ ହୋଇଥାନ୍ତି । ଏଥିପାଇଁ ସବୁ ରାଶି ଠାରୁ ଏହି ଦୁଇଟି ରାଶିକୁ ବହୁତ ସାହସୀ ବୋଲି କୁହାଯାଇ ଥାଏ ।