70 ବର୍ଷ ପର୍ଯ୍ୟନ୍ତ କେଶ କଳା ରହିବ, 100 ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରହିବେ…

ବନ୍ଧୁଗଣ ଆମ ଦେଶରେ ନାନା ଜାତି ର ଫୁଲ ଦେଖିବାକୁ ମିଳିଥାଏ । ପ୍ରତି ଦିନ ଆପଣ ମାନେ ଏକ ଫୁଲ ନିଶ୍ଚୟ ଦେଖୁଥିବେ । କିନ୍ତୁ ଏହାର ଉପକାରିତା ବିଷୟରେ ଆପଣ ମାନେ ହୁଏ ତ ଜାଣି ନ ଥିବେ । ଅଧିକାଂଶ ଲୋକ ଏହାକୁ ଠାକୁର ଙ୍କ ପୂଜା ରେ ବ୍ୟବହାର କରିଥାନ୍ତି । କିନ୍ତୁ ଏହି ଗଛର ଫୁଲ ଓ ଏହାର ପତ୍ରକୁ ଚମତ୍କାରୀ ଫାଇଦା ମିଳିଥାଏ । କାରଣ ଏହି ଗଚରୁ ସ୍ଵାସ୍ଥ୍ୟଗତ ଫାଇଦା ମିଳିଥାଏ । ଆଜି ଆମେ ଜାଣିବା ସେହି ଗଛ ର  ଉପକାରିତା ବିଷୟରେ ।

ଆଜି ଆମେ ଯେଉଁ ଗଛର ଉପକାରିତା ବିଷୟରେ କହୁଛୁ ତାହାକୁ ମନ୍ଦାର ଗଛ କୁହାଯାଏ । ଏହା ଖୁବ ସହଜରେ ମିଳିଯାଏ । ଏହି ଗଛର ପ୍ରୟୋଗ କରି ଆପଣ ନିଜର କେଶ ଝଡିବା ବା ପାଚିବା ଭଳି ସମସ୍ଯା କୁ ଠିକ କରି ପାରିବେ । ଯଦି ଆପଣଙ୍କର ଏନିମିଆ ସମସ୍ଯା ଅଛି ତାହାକୁ ଠିକ କରି ପାରିବେ । ଆଁଠୁ ଗଣ୍ଠି ବିନ୍ଧା ହେଉଥିଲେ ତାହାକୁ ଠିକ କରି ଦେବ , ଅର୍ଶ, ଶିତୁଳିଆ ହେଉଥିଲେ ଏହାର ପ୍ରୟୋଗ କରିପାରିବେ ।

ଡାଇବେଟିସ, କୋଲେଷ୍ଟ୍ରୋଲ, ବ୍ଲଡ଼ ପ୍ରେସର, ସ୍ମରଣ ଶକ୍ତି ବଢାଇବା ପାଇଁ ମନ୍ଦାର ଫୁଲ ର ପ୍ରୟୋଗ ବହୁତ ଚମତ୍କାରୀ ଅଟେ । କିଛି ମନ୍ଦାର ପତ୍ର ନେଇ ଏହାକୁ ଭଲ ଭାବେ ବାଟି ଦିଅନ୍ତୁ । ଯଦି କେଶ ଝାଡୁଛି ତେବେ ମନ୍ଦାର ପତ୍ରର ପେଷ୍ଟ କରି ନଡିଆ ତେଲ ମିଶାନ୍ତୁ । ଏହାକୁ କେଶ ରେ 2 ଘଣ୍ଟା ଯାଏଁ ଲଗାଇ ରଖନ୍ତୁ । ସପ୍ତାହକୁ 2 ରୁ 3 ଥର ଏହାର ପ୍ରୟୋଗ କରିଲେ କେଶ ଝଡିବା ବନ୍ଦ ହୋଇଥାଏ ।

ପେଟରେ ଅଧିକ କଷ୍ଟ ହେଉଥିଲେ ଏହାର ପେଷ୍ଟ ରୁ ରସ ବାହାର କରି ସେବନ କରିଲେ ପେଟ ସମସ୍ଯା ଠିକ ହୋଇଥାଏ । ଜଏଣ୍ଟ ପେନ ସମସ୍ଯା ଅଛି ମନ୍ଦାର ଫୁଲକୁ ବାଟି ଏହାର ପେଷ୍ଟ ସେହି ଜାଗାରେ ଲେପ ଦିଅନ୍ତୁ । ଦେଖିବେ ଆଁଠୁ ଗଣ୍ଠି ବିନ୍ଧା ସମସ୍ଯା ଠିକ ହୋଇଯିବ । ଏହାର ଫୁଲର କାଢା ତିଆରି କରି ସେବନ କରିଲେ ଥଣ୍ଡା, କାଶ, କଫ ରୁ ରିହାତି ମିଳିଥାଏ ।

ଏନିମିଆ ସମସ୍ଯା ଥିଲେ ମନ୍ଦାର ଫୁଲ ପାଉଡର ଲାଭଦାୟକ ହୋଇଥାଏ । ଏହାର ଫୁଲ କୁ ଶୁଖାଇ ଏହାର ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଏକ କପ କ୍ଷୀର ସହ ମନ୍ଦାର ଫୁଲର ପାଉଡର ମିଶାଇ ସେବନ କରନ୍ତୁ । ଯେଉଁ ମାନଙ୍କୁ ଅର୍ଶ ସମସ୍ଯା ଅଛି ମନ୍ଦାର ଫୁଲ ର କଢ କୁ ଘିଅ ରେ ଭାଜି ମିଶ୍ରି ରେ ମିଶାନ୍ତୁ । ଏହାକୁ କେସର ସହ ସେବନ କରିଲେ ଅର୍ଶ ସମସ୍ଯା ଦୂର ହୋଇଥାଏ ।

ଏହାର ପତ୍ରର ଗୁଣ୍ଡ ତିଆରି କରି କ୍ଷୀର ସହ ସେବନ କରିଲେ ଲିଭର ପାୱାର କମିଥିଲେ ତାହା ବଢିଯିବ । କୋଲେଷ୍ଟ୍ରୋଲ, କିଡନି ଷ୍ଟୋନ ସମସ୍ଯା ଥିଲେ ମନ୍ଦାର ଫିଉଳର ଚାହା ପ୍ରସ୍ତୁତ କରି ସେବନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *