ଭଗବାନ ଶନିଦେବଙ୍କର ଅତି ପ୍ରିୟ ଏହି ଗଛ ଟି ଯେଉଁ ଘରେ ଥାଏ ସେଠାରେ ଗରିବୀ ପ୍ରବେଶ କରିପାରେ ନାହିଁ…

ବନ୍ଧୁଗଣ ଭଗବାନ ଶନିଦେବ ହେଉଛନ୍ତି କ୍ରୂରର ଦେବତା । ତାଙ୍କୁ ନ୍ୟାୟର ଦେବତା ମଧ୍ୟ ବିବେଚନା କରା ଯାଇଥାଏ । ଶନିଦେବ ଙ୍କ କୃପା ହେଲେ ବ୍ୟକ୍ତି ଜୀବନରେ ଅସୀମ ସୁଖ ଭୋଗ କରିଥାଏ । ହେଲେ ତାଙ୍କର କୁ-ଦ୍ରୁଷ୍ଟି ପଡିଲେ ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ଦେଇ ଗତି କରିଥାଏ । ତେବେ ଭଗବାନ ଶନି ଙ୍କୁ ପ୍ରସନ୍ନ କରିବା ପାଇଁ ଶାସ୍ତ୍ର ରେ ଅନେକ ଉପାୟ ବିଷୟରେ କୁହା ଯାଇଛି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାହା ଅତି ସହଜ ଓ ସରଳ ଅଟେ । ଆସନ୍ତୁ ଜାଣିବା ଭଗବାନ ଶନି ଙ୍କୁ ପ୍ରସନ୍ନ କରିବା ପାଇଁ କେଉଁ ଉପାୟ କରିବା ଉଚିତ । ଆମ ଚାରି ପାଖରେ ଅନେକ ଗଛ ଲତା ରହିଛି । ଯାହାର କିଛି ନା କିଛି ବିଶେଷ ଗୁଣ ରହିଛି । ଏହି ଗଛ ଗୁଡିକ ମଧ୍ୟରୁ ସମି ଗଛ ହେଉଛି ଅନ୍ଯତମ । ଯାହାର ଅନେକ ଫାଇଦା ବିଷୟରେ ଶାସ୍ତ୍ର ରେ ଉଲେଖ ରହିଛି ।

ତେବେ ଭଗବାନ ଶନିଦେବ ଙ୍କର ଅତି ପ୍ରିୟ ହୋଇଥାଏ ସମି ଗଛ । ମାନ୍ୟତା ଅନୁଯାୟୀ ଭଗବାନ ରାମଚନ୍ଦ୍ର ଲଙ୍କା ବିଜୟ କରିବା ପରେ ସମୀ ଗଛ ର ପୂଜା କରିଥିଲେ । ସମି ଗଛ କୁ ଶାସ୍ତ୍ର ରେ ବହୁତ ପୂଜନୀୟ ମାନା ଯାଇଥାଏ । ଏମିତି କି ନବରାତ୍ରି ରେ ମା ଦୂର୍ଗା ଙ୍କ ପୂଜା ମଧ୍ୟ ସମୀ ଗଛ ରେ ପୂଜା କରିବା କଥା ଶାସ୍ତ୍ର ରେ କୁହା ଯାଇଛି । ମହାଭାରତ ସମୟରେ ପାଣ୍ଡବ ମାନେ ନିଜର ଶସ୍ତ୍ର କୁ ସମି ଗଛ ମୂଳରେ ଲୁଚାଇ ଥିଲେ ।

ଏହି ସବୁ କାରଣ ରୁ ସମି ଗଛର ପୂଜା ଆରମ୍ଭ ହୋଇଥିଲା । ସେଥିପାଇଁ ଏହି ଗଛ କୁ ଶାସ୍ତ୍ର ଅନୁଯାୟୀ ପୂଜନୀୟ ମାନା ଯାଇଥାଏ । ନ୍ୟାୟର ଦେବତା ଭଗବାନ ଶନିଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଶାସ୍ତ୍ରରେ ଅନେକ ସାରା ଉପାୟମନ ବିଷୟରେ କୁହା ଯାଇଛି । ସେଥି ମଧ୍ୟରୁ ଗୋଟେ ହେଲା ସମି ଗଛର ପୂଜା କରିବା । ଶନି ଙ୍କ କ୍ରୋଧରୁ ବଞ୍ଚିବା ପାଇଁ ଘରେ ସମି ଗଛ ଲଗାଇବା ସହ ଏହାର ପୂଜା କରିବା ଉଚିତ ।

ସେଥିପାଇଁ ଯଦି ଆପଣ ଶନିଦେବ ଙ୍କ କୃପା ପାଇବାକୁ ଚାହୁଁ ଛନ୍ତି ତେବେ ସମି ଗଛ ନିଶ୍ଚୟ ଲଗାନ୍ତୁ । ଓ ନିୟମିତ ଭାବେ ପୂଜା କରନ୍ତୁ । ଏହି ଗଛକୁ ଘରର ଉତ୍ତର-ପୂର୍ବ ଦିଗରେ ଲଗାଇବା ଶୁଭ ମାନା ଯାଇଥାଏ । ଏହି ଗଛରେ ବହୁତ ଦେବା ଦେବୀଙ୍କର ବାସ ହୋଇଥାଏ । ଆୟୁର୍ବେଦିକ ଅନୁଯାୟୀ ସମି ଗଛ କୁ ଗୁଣକାରି ଔଷଧ ଭାବେ ମାନା ଯାଇଥାଏ । ସମି ଗଛ ର ଚମତ୍କାରିତା ମଣିଷ ଜୀବନରେ ସୁଖ ସମୃଦ୍ଧି, ଧନ ସମ୍ପତି ଆଣିବାର ମାର୍ଗ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *