ଶ୍ରାବଣ ମାସରେ ଘରକୁ ଆଣନ୍ତୁ ଏହି 5ଟି ଜିନିଷ, ଘରେ ହେବ ଧନର ବର୍ଷା 

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ଵ ରହିଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ଶ୍ରାବଣ ମାସ ଟି ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ ଅଟେ । ଆଉ ଯେଉଁ ଭକ୍ତ ଏହି ମାସରେ ମହାଦେବଙ୍କ ପୂଜା ନିଷ୍ଠାର ସହ କରିଥାଏ ତାଙ୍କୁ ଶିବଙ୍କର ବିଶେଷ କୃପା ମିଳିଥାଏ । ଏହି ବର୍ଷ ଶ୍ରାବଣ ମାସ ଆରମ୍ଭ ହୋଇ ସାରିଛି ଯାହା ବହୁତ ଖାସ ରହିବ । କାରଣ ଏମିତି ଦୁର୍ଲଭ ସଂଯୋଗ ୨୧ ବର୍ଷ ପରେ ବନୁଅଛି । ଯଦି ଶ୍ରାବଣ ମାସରେ ଶିବଙ୍କୁ ଜଡିତ କିଛି ଜିନିଷ ଘରକୁ ଆଣିଲେ ସୁଖ ସମୃଦ୍ଧି ଆସିଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ କଣ ଅଟେ ।

୧ – ତ୍ରିଶୂଳ : ଭଗବାନ ଶିବଙ୍କ ହାତରେ ତ୍ରିଶୂଳ ସବୁବେଳେ ରହିଥାଏ ଯାହା ତିନି ଦେବତାଙ୍କର ପ୍ରତୀକ ଅଟେ । ଶ୍ରାବଣ ମାସର ପ୍ରଥମ ଦିନରେ ରୂପାର ତ୍ରିଶୂଳ ଘରକୁ ଆଣିଲେ ପୁରା ବର୍ଷ କଷ୍ଟରୁ ମୁକ୍ତି ମିଳିଥାଏ ।

୨- ରୁଦ୍ରାକ୍ଷ : ସୁଖ, ସୌଭାଗ୍ୟ ଓ ସମୃଦ୍ଧି ପାଇଁ ତଥା ମନର ଅପବିତ୍ରତା ପାଇଁ ଅସଲି ରୁଦ୍ରାକ୍ଷ କୁ ଶ୍ରାବଣ ମାସରେ ଘରକୁ ଆଣନ୍ତୁ । ଆଉ ଘରର ପବିତ୍ର ସ୍ଥାନରେ ରଖନ୍ତୁ । ଏହାକୁ ରୂପରେ ତିଆରି କରି ଧାରଣ କରିଲେ ଜୀବନରେ ଶୁଭ ସମୃଦ୍ଧି ଆଣିଥାଏ ।

୩- ଡମ୍ବରୁ : ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ବାଦ୍ୟ ହେଉଛି ଡମ୍ବରୁ । ଏହାର ପବିତ୍ର ଧ୍ଵନିରେ ଯେତେ ଖରାପ ଶକ୍ତି ରହିଥାଏ ତାହା ଦୂରକୁ ଯାଇଥାଏ । ଆରୋଗ୍ଯ ପାଇଁ ଏହାର ଧ୍ୱନି ଫଳଦାୟୀ ମାନାଯାଏ । ଶ୍ରାବଣ ମାସର ପ୍ରଥମ ଓ ଦ୍ଵିତୀୟ ଦିନରେ ଏହାକୁ ଘରେ ଆଣି ରଖିବା ପରେ ଶେଷ ଦିନରେ ଛୋଟ ପିଲାଙ୍କୁ ଉପହାର ଦେଇ ଦିଅନ୍ତୁ ।

୪- ନନ୍ଦୀ : ମହାଦେବଙ୍କ ବାହନ ହେଉଛନ୍ତି ନନ୍ଦୀ । ଶ୍ରାବଣ ମାସର ପ୍ରଥମ ଦିନାରେ ରୂପାର ନନ୍ଦୀଙ୍କୁ ଘରକୁ ଆଣି ବର୍ଷ ଯାକ ପୂଜା କରିଲେ ଆର୍ଥିକ ସଂକଟରୁ ମୁକ୍ତି ମିଳିଥାଏ ।

୫- ଜଳପାତ୍ର : ଜଳ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଘରେ ଗଙ୍ଗା ଜଳ ଆଣି ରଖି ଏହାକୁ ପୂଜା କରିପାରିବେ । ଏହା ସହ ରୂପା ବା ପିତଳ ପାତ୍ର ଆଣି ସେଥିରେ ସ୍ଵଚ୍ଛା ଜଳ ଭାରି ସେଥିରୁ ମହାଦେବଙ୍କୁ ଜଳ ଅର୍ପଣ କରିଲେ ଧନର ଆଗମନ ହୋଇଥାଏ ।

୬- ସର୍ପ : ଭଗବାନ ସିବାଙ୍କ ବେକରେ ପ୍ରତେକ ସମୟରେ ସର୍ପରାଜ ରହିଥାନ୍ତି । ଶ୍ରାବଣ ମାସର ପ୍ରଥମ ଦିନରେ ରୂପର ନାଗ ନାଗୁଣୀକୁ ଘରେ ଆଣି ରଖିବା ସହ ପୂଜା କରନ୍ତୁ । ଶ୍ରାବଣ ମାସ ସରିବା ପରେ ମନ୍ଦିରକୁ ଦେଇ ଦିଅନ୍ତୁ । ଏମିତି କରିଲେ ପିତୃ ଦୋଷରୁ ମୁକ୍ତି ମିଳିଥାଏ ।

୭- ରୂପାର ଚନ୍ଦ୍ର : ମହାଦେବଙ୍କ ମଥାରେ ଚନ୍ଦ୍ରମା ବିରାଜମାନ ଅଟନ୍ତି । ଶ୍ରାବଣ ମାସର ପ୍ରଥମ ଦିନରୁ ରୂପାର ଚନ୍ଦ୍ରମା ବା ମୁଦି ଆଣି ରଖି ପୂଜା କରିଲେ ଚନ୍ଦ୍ର ଗ୍ରହ ଶାନ୍ତ ହୋଇଥାଏ ।

୮- ରୂପାର ବେଲପତ୍ର : ଶ୍ରାବଣ ମାସ ଆରମ୍ଭରୁ ରୂପାର ବେଲପତ୍ର ଆଣି ଘରେ ପୂଜା କରିଲେ ପାପର ନାସ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *