ସକାଳୁ ଉଠିବା ମାତ୍ରେ ଘରର ମୁଖ୍ୟ ଦ୍ଵାର ସାମ୍ନା ରେ କରନ୍ତୁ ଏହି ସବୁ ଉପାୟ ଦେଖିବେ ଧନର ବୃଦ୍ଧି ହେବ

ବନ୍ଧୁଗଣ ଘରର ମୁଖ୍ୟ ଦ୍ଵାର ଘର ପାଇଁ ବିଶେଷ ଜରୁରୀ ହୋଇଥାଏ । ମୁଖ୍ୟ ଦ୍ଵାର ବାସ୍ତୁ ଶାସ୍ତ୍ର ସହ ଜଡିତ ଅନେକ କଥାମାନ ଦର୍ଶାଇଥାଏ । ଘରର ମୁଖ୍ୟ ଦ୍ଵାର ବା ପ୍ରବେଶ ଦ୍ଵାର ର ବହୁତ ଅଧିକ ମହତ୍ଵ ରହିଥାଏ । ଯଦି ଘରର ପ୍ରବେଶ ଦ୍ଵାରା ବାସ୍ତୁ ଅନୁଯାୟୀ ହୋଇଥାଏ ତେବେ ସେହି ଘରେ ରହୁଥିବା ଲୋକ ମାନଙ୍କୁ ସ୍ୱାସ୍ଥ୍ୟ ସହ ଜଡିତ କିଛି ବି ରୋଗ ହୋଇ ନ ଥାଏ । ଏହା ସହ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ ।

ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ଦ୍ଵାର କୁ ଗ୍ରହ ମୁଖ ମାନା ଯାଇଥାଏ । ଆଜି ଆମେ ଜାଣିବା ଘରର ମୁଖ୍ୟ ଦ୍ଵାର ର କିଛି ବିଶେଷ କଥା ବିଷୟରେ । ଘରର ମୁଖ୍ୟ ଦ୍ଵାର ଠିକ ଥିଲେ ମଣିଷ ଜୀବନରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ । କିନ୍ତୁ ଯଦି ମୁଖ୍ୟ ଦ୍ଵାରା ସଠିକ ଦିଶା ରେ ନ ହୋଇଥାଏ ତେବେ ଘରେ ଅସାନ୍ତି, ମାନସିକ ଚିନ୍ତା, ଧନ ହାନି ଲାଗି ରହିଥାଏ । ତେଣୁ ଘର ତିଆରି କରିବା ପୂର୍ବରୁ ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ଦ୍ଵାରା ହେବ ଉଚିତ ।

ଘରର ମୁଖ୍ୟ ଦ୍ଵାର ର ସଠିକ ଦିଶା ନିର୍ଧାରଣ କରିବା ଉଚିତ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ କେବେ ବି କୌଣସି ପ୍ରକାରର ସମସ୍ଯା ଭୋଗ କରିବାକୁ ପଡି ନ ଥାଏ । ଭାରତୀୟ ପରମ୍ପରା ଅନୁଯାୟୀ ଘରର ମୁଖ୍ୟ ଦ୍ଵାରା ଆଗରେ କଳସ, ଫୁଲ, ଅଶୋକ ପତ୍ର, କଦଳୀ ପତ୍ର ରେ ସଜାଇବାର ପରମ୍ପରା ରହିଅଛି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ଦ୍ଵାର ଘରର ବାସ୍ତୁ ଦୋଷ ଦୂର କରିବାରେ ସହାୟକ ହୋଇଥାଏ ।

ଯଦି ଆପଣ ନିଜ ଘରେ ହେଉଥିବା କିଛି ଛୋଟ ବଡ ସମସ୍ୟାକୁ ନେଇ ଚିନ୍ତାରେ ରହୁଥାନ୍ତି ତେବେ ବାସ୍ତୁ ର କିଛି ଛୋଟ ଛୋଟ ଉପାୟ ଅଛି । ଯାହାକୁ କରି ଆପଣ ଏହି ସବୁ ଚିନ୍ତା ରୁ ମୁକ୍ତି ପାଇ ପାରିବେ । ବାସ୍ତୁ ଶସ୍ତ୍ର ଅନୁଯାୟୀ ସକାଳୁ ଉଠି ଯେବେ ଆପଣ  କବାଟ ଖୋଲୁଛନ୍ତି ସେହି ସମୟରେ ଗଙ୍ଗା ଜଳ ସିଂଚନ କରନ୍ତୁ । ଆଉ କବାଟ ଉପରେ ସ୍ଵସ୍ତିକ ଚିତ୍ର ଆଙ୍କି ଦିଅନ୍ତୁ ।

ସ୍ଵସ୍ତିକ ଚିହ୍ନ ଆପଣ ହଳଦୀ ବ କୁଙ୍କୁମ ରେ ବନାଇ ପାରିବେ । କିନ୍ତୁ ଧ୍ୟାନ ରଖିବେ ଆପଣଙ୍କୁ ଏହି ଉପାୟ ଟି ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ କରିବାକୁ ହେବ । ଏହା ଛଡା ମୁଖ୍ୟ ଦ୍ଵାର ରେ ଅଶୋକ ଓ ଆମ୍ବ ଡାଳ ରେ ସୂତା ବାନ୍ଧିବା ଉଚିତ । ଏମିତି ରେ କୌଣସି ପ୍ରକାରର ନେଗେଟିଭ ଶକ୍ତି ଗୃହକୁ ପ୍ରବେଶ କରି ପାରିବେ ନାହିଁ ।

ତେବେ ଏହି ସବୁ ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେ ନିଶ୍ଚିନ୍ତ ଭାରେ ଗରିବୀ ଦୂର ହେବ । ଏବଂ ଗୃହରେ ଧନର ବର୍ଷା ହେବ ସହ ସୁଖ ସମୃଦ୍ଧି ପ୍ରାପ୍ତ ହେବ । ଘରର ମୁଖ୍ୟ ଦ୍ଵାର ରେ ଏହି ସବୁ ଜିନିଷ ଲଗାଇବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *