GK – ନଧୋଇ ସମସ୍ତେ ଖାଆନ୍ତି ଖାଇସାରି ଅନୁତାପ କରନ୍ତି କହିବାକୁ ମଧ୍ୟ ଲାଜ କରନ୍ତି, ତାହା କଣ ?

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।

1- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ । ଲାଞ୍ଜ ନାହିଁ କିନ୍ତୁ ପଶୁ ନୁହେଁ । ଲାଞ୍ଜ ଧରି ଖେଳନ୍ତି ସମସ୍ତେ । ତଥାପି କାନ୍ଦେନି କୁହ ସେ କିଏ ?

ଉତ୍ତର- ବେଲୁନ ।

2- ସେ କିଏ ମୁଣ୍ଡ ନାହିଁ ତଥାପି କ୍ୟାପ ପିନ୍ଧେ ?

ଉତ୍ତର- ବୋତଲ ।

3- ମୁଁ ଜଣେ ମଣିଷ କୁ ଦୁଇ ଜଣ କରି ଦିଏ, ମୁଁ କିଏ ?

ଉତ୍ତର- ଆଇନା ।

4- କେଉଁ ଜୀବ ର ପାଦ ନାହିଁ କିନ୍ତୁ ଚାଲିପାରେ । କାନ ନାହିଁ କିନ୍ତୁ ଶୁଣିପାରେ ?

ଉତ୍ତର- ସାପ ।

5- ସେ କିଏ ଯିଏ ସବୁବେଳେ ତା ମୁହଁ କୁ ଭୁଇଁ ରେ ଘସୁଥାଏ ?

ଉତ୍ତର- ଝାଡୁ ।

6- କେଉଁ ଦୀପ ଜଳେ ନାହିଁ ?

ଉତ୍ତର- ପାରାଦୀପ ।

7- ତାହା କେଉଁ ଜିନିଷ ଯାହା ପାଣି ହେଲେ ମଧ୍ୟ ଖରା ରେ ସୁଖେ ନାହିଁ ?

ଉତ୍ତର- ଝାଳ ।

8- ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟ କୁ ରାସ୍ତା ଦେଖାଏ ?

ଉତ୍ତର- ଅନ୍ଧ ଲୋକଙ୍କ ବାଡି ।

9- ସେ କେଉଁ ଫୁଲ ଯାହା କେବେ ହେଲେ ଫୁଟି ନ ଥାଏ ?

ଉତ୍ତର- ଏପ୍ରିଲ ଫୁଲ ।

10- ଫୁଲ ନ ହେଲେ ବି ବାସ୍ନା ହୁଏ ଈର୍ଷା ନ ଥିଲେ ବି ଜଳିଥାଏ । ତାହା କଣ ?

ଉତ୍ତର- ଧୂପକାଠି ।

11- ଟିକି ବାଛୁରୀ ବେକରେ ପଘା ଟିକି ଦାନ୍ତ ରେ କାମୁଡେ ଲୁଗା । ଏହାର ଉତ୍ତର କଣ ?

ଉତ୍ତର- ଛୁଞ୍ଚି ସୂତା ।

12- ରାମୁ ର ବାପାଙ୍କର 3 ପୁଅ । ପ୍ରଥମଟିର ନାମ ଜୁନ, ଦ୍ବିତୀୟଟିର ନାମ ଜୁଲାଇ, ତୃତୀୟଟିର ନାମ କଣ ?

ଉତ୍ତର- ରାମୁ ।

13- ତାହା କଣ ଯାହା ଅନ୍ୟକୁ ଦେଇ ହୁଏ କିନ୍ତୁ ଫେରସ୍ତ ନେଇ ହୁଏ ନାହିଁ ?

ଉତ୍ତର- ଜ୍ଞାନ ।

14- ନଧୋଇ ସମସ୍ତେ ଖାଆନ୍ତି ଖାଇସାରି ଅନୁତାପ କରନ୍ତି କହିବାକୁ ମଧ୍ୟ ଲାଜ କରନ୍ତି । ତାହା କଣ ?

ଉତ୍ତର- ଚପଲ ବା ଜୋତା ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *