ଦର୍ଶକ ବନ୍ଧୁ ଗରୁଡ ପୂରଣ ଅନୁଯାୟୀ ମନୁଷ୍ୟର ମୃତ୍ୟୁ ପରେ ତାର ଜନ୍ମ ଆଉ ଥରେ ହୋଇଥାଏ ଯେ ପର୍ଯ୍ଯନ୍ତ ତାକୁ ମୋକ୍ଷ ମିଳି ନ ଥାଏ । ଗୀତାରେ ମଧ୍ୟ ଭଗବାନ କୃଷ୍ଣ କହିଛନ୍ତି ଯେମିତି ମନୁଷ୍ୟ ପୁରୁଣା ବସ୍ତ୍ର ତ୍ୟାଗ କରି ନୂଆ ବସ୍ତ୍ର ପିନ୍ଧିଥାଏ ସେହିପରି ମୃତ୍ୟୁ ପରେ ମଣିଷ ନୂଆ ଶରୀରରେ ପ୍ରବେଶ କରିଥାଏ । ମଣିଷର ମୃତ୍ୟୁ ପରେ ସେ କେଉଁ ଯୋନିରେ ଯିବ ତାହା ବିଷୟରେ ତାର କାର୍ମ ଅନୁଯାୟୀ ନିର୍ଧାରିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମୃତ୍ୟୁ ପରେ ମନୁଷ୍ୟ କେଉଁ ରୂପରେ ଜନ୍ମ ନେଇଥାଏ ।
କୁହାଯାଏ ମନୁଷ୍ୟର ଜନ୍ମ ତାର କର୍ମ ଅନୁଯାୟୀ ହୋଇଥାଏ ଓ ମୃତ୍ୟୁ କର୍ମ ଭୋଗିବା ପରେ ହୋଇଥାଏ । ବର୍ତ୍ତମାନ ଜନ୍ମର ଆଧାରରେ ୮୪ ଲକ୍ଷ ଯୋନିରୁ କେଉଁ ଯୋନିରେ ତାର ଜନ୍ମ ହେବ ତାହା ନିର୍ଧାରିତ ହୋଇଥାଏ । ଗରୁଡ ପୂରଣ ଅନୁଯାୟୀ ପର ସ୍ତ୍ରୀ ବା ସ୍ଵାମୀ ସହ ସମ୍ପର୍କ ରଖୁଥିବା ମଣିଷ ଘୋର ନର୍କକୁ ଯାଇଥାଏ ।
ତାର ଜନ୍ମ ପ୍ରଥମେ ଶିଆଳ, କୁକୁର, ତା ପରେ ଚିଲ, ସାପ, କାଉ ଓ ପରେ ବଗ ଯୋନିରେ ପ୍ରାପ୍ତ ହୁଏ । ଏହି ସବୁ ଯୋନି ପରେ ତାକୁ ମନୁଷ୍ୟ ଜନ୍ମ ମିଳିଥାଏ । ସେହିପରି ବଡ ଭାଇ ବା ଗୁରୁଜନଙ୍କୁ ଅପମାନ କରୁଥିବା ମଣିଷକୁ ଶଙ୍ଖ ଯୋନି ମିଳିଥାଏ ଓ ୧୦ ବର୍ଷ ପରେ ଏହି ଯୋନିରେ ରହିବା ପରେ ମନୁଷ୍ୟ ଜନ୍ମ ମିଳିଥାଏ ।
ମନୁଷ୍ୟକୁ କୀଟ ପତଙ୍ଗର ଯୋନି ସେତେବେଳେ ମିଳିଥାଏ ଯେବେ ସେ ସୁନାର ଚୋରୀ କରିଥାଏ । ମଣିଷ ରୂପ ଚୋରୀ କରିଲେ ମଣିଷକୁ ପାରା ଯୋନି ମିଳିଥାଏ । ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ସ୍ତ୍ରୀକୁ ଅପମାନ ଦେଇଥାଏ ମୃତ୍ୟୁ ପରେ ତାର ଜଙ୍ଗଲି କୁକୁର, ପରେ ଚିଲ, ସାପ, କାଉ ଓ ବଗ ଜନ୍ମ ମିଳିଥାଏ । ଏହି ସବୁ ଯୋନିରେ ଜନ୍ମ ନେବା ପରେ ଯାଇ ମନୁଷ୍ୟ ଜନ୍ମ ମିଳିଥାଏ ।
ଯେଉଁ ବ୍ୟକ୍ତି ନିଜ ଜନ୍ମ କାଳ ମଧ୍ୟରେ ଦେବାଦେବୀ ଓ ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ ନ କରି ମୃତ୍ୟୁ ପ୍ରାପ୍ତ କରେ ତାକୁ ପ୍ରଥମେ ୧୦୦ ବର୍ଷ କାଉ ଯୋନିରେ ରହିବାକୁ ପଡେ । ଏହା ପରେ ସେ କୁକୁଡା, ସାପ ଯୋନି ମିଳିଥାଏ । ଏହି ସବୁ ଯୋନିରେ ଜନ୍ମ ନେବା ପରେ ସେ ମନୁଷ୍ୟ ଜନ୍ମ ପ୍ରାପ୍ତ କରିଥାଏ । ଗରୁଡ ପୁରାଣ ଅନୁଯାୟୀ ମନୁଷ୍ୟର ଇଚ୍ଛା ଅନୁଯାୟୀ ତାର ପରବର୍ତ୍ତୀ ଜନ୍ମ ନିର୍ଧାରିତ ହୋଇଥାଏ ।
ଏହି ଜନ୍ମରେ ଯଦି ଆପଣଙ୍କର ଇଚ୍ଛା ଖାଦ୍ଯ ଉପରେ ରହିଛି ହୋଇପାରେ ଆଗାମୀ ଜନ୍ମରେ ପାଳିତ ଘୁଷୁରି ରୂପରେ ହୋଇପାରେ । ଗରୁଡ ପୁରାଣ ଅନୁଯାୟୀ ଯେଉଁ ମଣିଷ ପୂର୍ବ ପୁରୁଷଙ୍କ ଧାନ ସମ୍ପତିକୁ ନଷ୍ଟ କରିଥାନ୍ତି କିମ୍ବା ଅନ୍ୟର ଜମିକୁ ହଡପ କରିଥାନ୍ତି ସେମାନେ ପ୍ରେତ ଯୋନିକୁ ଯାଇଥାନ୍ତି । ଯେଉଁ ମାନେ ଆତ୍ମହତ୍ୟା କରିଥାନ୍ତି ସେମାନେ ପ୍ରେତ ଯୋନି ପ୍ରାପ୍ତ କରିଥାନ୍ତି । ଅକାଳ ମୃତ୍ୟୁ ହୋଇଥିବା ବ୍ୟକ୍ତିକୁ ପ୍ରେତ ଯୋନି ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।