କଣ ଆପଣଙ୍କ ଘରେ ବି ବଢୁଛନ୍ତି ମୂଷା ସଂଖ୍ୟା ? ଜାଣନ୍ତୁ ଘରକୁ ମୂଷା ଆସିଲେ ମିଳେ କେଉଁ ସଂକେତ- Ajira Anuchinta

ନମସ୍କାର ବନ୍ଧୁଗଣ, ଆମ ଦୁନିଆ ରେ ମନୁଷ୍ୟ ସହ ବହୁ ଜୀବ, ଜନ୍ତୁ ମଧ୍ୟ ବାସ କରିଥାନ୍ତି ଏବଂ ସମସ୍ତଙ୍କର କିଛି ନା କିଛି ମହତ୍ଵ ରହିଥାଏ । ସେହିଭଳି ମୂଷା ମାନଙ୍କୁ ନେଇ ମଧ୍ୟ କିଛି କଥା ରହିଛି, କିଛି ଲୋକ ଘରେ ମୂଷା ରହିବାକୁ ଶୁଭ ମାନନ୍ତି ତ ଆଉ କିଛି ଲୋକ ଅଶୁଭ ବୋଲି ଭାବନ୍ତି , ମୂଷା ମାନଙ୍କର ଘରେ ରହିବା ଆବଶ୍ୟକ କି ନାହିଁ ଜାଣିବା ନିହାତି ଜରୁରୀ । ଜାଣନ୍ତୁ ମୂଷା ମାନଙ୍କ ସ୍ଥିତି ବିଷୟରେ, ଏବେ ଆସନ୍ତୁ ଜାଣିବା ଘରେ ମୂଷା ରହିବା ଦ୍ଵାରା କଣ ହୋଇଥାଏ ।

ଯଦି ଘରେ କଳା ମୂଷାଙ୍କ ସଂଖ୍ୟା ବଢିଯାଏ ତେବେ ଘରକୁ କିଛି ଚିନ୍ତାର ବିଷୟ ଆସିବାକୁ ଯାଉଛି ବୋଲି ଜାଣିବେ । ଏ କଥା ମଧ୍ୟ ରହିଛି କି ମୂଷା ଆମ ଘରର ଶାନ୍ତି ସବୃଦ୍ଧି କୁ ଧୀରେ ଧୀରେ ନଷ୍ଟ କରି ଦିଅନ୍ତି । କଳା ରଙ୍ଗର ମୂଷା ଯଦି ଦିନ ରାତି ଆପଣଙ୍କ ଘରେ ବୁଲୁଛନ୍ତି ତେବେ ଭାବିନେବେ କି ଆପଣଙ୍କ ଘରେ କୌଣସି ଶତ୍ରୁ ବା ରୋଗର ଆକ୍ରମଣ ହେବାକୁ ଯାଉଛି ।

ମୂଷା ମାନଙ୍କୁ ଅଜ୍ଞାନ ଶକ୍ତି ର ପ୍ରତୀକ ବୋଲି ମାନିଥାନ୍ତି ଏବଂ ଏମାନଙ୍କ ରହିବା ଦ୍ଵାରା ଘର ପରିବାର ଲୋକଙ୍କ ବୁଦ୍ଧି ନଷ୍ଟ ହୁଏ ବୋଲି ମନାଯାଏ । ଯଦି ଆପଣ କୌଣସି କାମରେ ଘରୁ ବାହାରକୁ ଯାଉଛନ୍ତି ଏବଂ ସେହି ସମୟରେ ମୂଷା ଆପଣଙ୍କ ବାଟ କାଟିଦିଏ ତେବେ ଏହା ଏକ ଶୁଭ ସଙ୍କେତ ହୋଇନଥାଏ । ମୂଷା ମାନଙ୍କୁ ଅଶୁଭ ର ସଙ୍କେତ ବୋଲି ମନାଯାଏ ।

ସେହି ଭଳି ଚୁଚୁନ୍ଦ୍ରାଙ୍କର ଘରକୁ ଆସିବା ଶୁଭ ମନାଯାଏ । କୁହାଯାଏ ଯେଉଁ ଘରେ ଚୁଚୁନ୍ଦ୍ରା ବୁଲନ୍ତି ସେହି ଘରେ ଧନର ବୃଦ୍ଧି ଘଟିଥାଏ । ମୂଷା ହେଉଛି ପ୍ରଭୁ ଗଣେଶ ଙ୍କ ବାହାନ ତେଣୁ ତାଙ୍କୁ ମାରିବା ଦ୍ଵାରା ଘରେ ନକରାମ୍ତକ ପ୍ରଭାବ ବଢିଯାଏ । ଯେବେ ଘରକୁ ମୂଷା ଆସିବା ଆରମ୍ଭ ହେବେ ତେବେ ଆଗକୁ ନିଶ୍ଚିନ୍ତ କିଛି ଅନିଷ୍ଟ ହେବ ।

ମୂଷା ମାନେ ଘର କଣରେ ଅନ୍ଧାରରେ ରୁହନ୍ତି ଏହା ଦ୍ଵାରା ଘର ପ୍ରତି ଥିବା ଅଶୁଭ ଦ୍ରୁଷ୍ଟି ର ପ୍ରଭାବ ବଢି ନଥାଏ । ଏହି ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ଗଣେଶ ଙ୍କୁ ମୋଦକ ଭୋଗ ଚଢାନ୍ତୁ ଏବଂ ୫୦ ଗ୍ରାମ୍ ଫିଟିକିରିର ୩ ଟି ପୁଟୁଳା ରଖିଦିଅନ୍ତୁ ଓ ୧ ମାସ ପରେ ସେହି ପୁରୁଣା ଫିଟିକିରିକୁ ନଦୀରେ ବିସର୍ଜନ କରି ନୂଆ ଆଣି ସେହି ସ୍ଥାନରେ ରାଖିଦିଅନ୍ତୁ । ଏହି ଉପାୟ ଦ୍ଵାରା ବାସ୍ତୁ ଦୋଷ ମଧ୍ୟ କଟିଯାଏ ।

ସେହିଭଳି ଓଟ ର ବାମ ପାଦର ନଖ ଘରେ ରଖିବା ଦ୍ଵାରା ଘରୁ ମୂଷା ମାନେ ପଳେଇଯାନ୍ତି । ଧ୍ୟାନ ରଖନ୍ତୁ ଘରେ ଗଣେଶ ମୂତ୍ତି ସ୍ଥାପନ ପାଇଁ ଗଣେଙ୍କ ପ୍ରତିମା ରେ ମୋଦକ ଏବଂ ମୂଷା ରହିବା ଆବଶ୍ୟକ । ଯଦି ଆପଣ ଏହି ଛୋଟ ଛୋଟ କଥାକୁ ଧ୍ୟାନ ରେ ରଖୁଛନ୍ତି ତେବେ ଆପଣ ଙ୍କ ଜୀବନ ସୁଖମୟ ହେବ ।

ଆଶା କରୁଛୁ ଆପଣଙ୍କ ପାଇଁ ଏହି ପୋଷ୍ଟ ଟି ଫଳପ୍ରଦ ହେବ ଓ ଆପଣ ମାନେ ସୁଖରେ ଜୀବନ ଅତିବାହିତ କରିବେ । ଆପଣ ମାନଙ୍କୁ ଯଦି ଏହି ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *