25 October ରେ ଭୟଙ୍କର ସୂର୍ଯ୍ୟ ପରାଗ, ପାକ ନିଷେଧ, ସୁତକ କାଳ ଓଫ ଦେବ ନୀତି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ସୂର୍ଯ୍ୟପରାଗ ସମୟରେ ଆପଣଙ୍କୁ ସବୁ କେଉଁ କେଉଁ ଜିନିଷର ଧ୍ୟାନ ରଖିବାକୁ ପଡିବ । ସୂର୍ଯ୍ୟ ପରାଗର ସମୟ ସୀମା, ସୁତକ କାଳ ଓ ଦେବ ନୀତି, ହାଣ୍ଡିଛାଡ ଓ ପାକ ନିଷେଧ, ଗର୍ଭବତୀ ମହିଳା, ଶୁଭ ଅଶୁଭ କାର୍ଯ୍ୟ ସୂଚୀ ଏବଂ ଶୁଭ ଅଶୁଭ ରାଶି ଫଳ ବିଷୟରେ ଆମେ ଆପଣଙ୍କୁ ଆଜି ଜଣାଇବୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହିସବୁ ବିଷୟରେ ବିସ୍ତାରରେ ।

ଗ୍ରହଣ ଲାଗିବାର ନଅ ଘଣ୍ଟା ବା ତିନି ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର ୧୨ଘଣ୍ଟା ବା ଚାରି ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ କରାଯାଇଥାଏ । ଏହି ସମୟ ସୀମାକୁ ସୁତକ ସମୟ ବୋଲି ମଧ୍ୟ କୁହାଯାଇଥାଏ । ଏହି ଗ୍ରହଣ ବା ପରାଗ ଲାଗୁଥିବା ସମୟରେ ଖାଦ୍ଯ ଗ୍ରହଣ କରିବାକୁ ବାରଣ କରାଯାଇ ଅଛି । କାରଣ ଏହି ସମୟରେ କିଚ୍ ଖାଦ୍ଯ ପଦାର୍ଥ ନ ରହିବା ଉଚିତ । ତେଣୁ ସୂର୍ଯ୍ୟ ପରାଗ ହେବାର ୧୨ଘଣ୍ଟା ପୂର୍ବରୁ ହାଣ୍ଡିଛାଡ କରାଯାଇଥାଏ ।

ପାକ ନିଷେଧ ବା ହାଣ୍ଡିଛାଡ ସମୟ ହେଉଛି, ୨୪ ଅକ୍ଟୋବର ସୋମବାର ରାତ୍ରି ୧୯:୨୫ ମିନିଟରୁ ୨୫ ଅକ୍ଟୋବର ମଙ୍ଗଳବାର ଦିନ ୨:୩୧ ମିନିଟ ପର୍ଯ୍ୟନ୍ତ । ସୂର୍ଯ୍ୟ ପରାଗ ଲାଗିବାର ସମୟ: ତାରିଖ: ୨୫ ଅକ୍ଟୋବର ୨୦୨୨ ମଙ୍ଗଳବାର । ଆରମ୍ଭ: ଦିନ ୧୨:୧୧ ମିନିଟ । ସର୍ବାଧିକ ସୂର୍ଯ୍ୟ ପରାଗ: ଦିନ ୧:୨୧ ମିନିଟ । ସର୍ବାଧିକ ସୂର୍ଯ୍ୟ ପରାଗ ଅବଧି: ମାତ୍ର ୩୪ ସେକେଣ୍ଡ । ଶେଷ ବା ମୋକ୍ଷ ପ୍ରାପ୍ତି: ଦିନ ୨:୩୧ ମିନିଟ ।

ଅବଧି କାଳ: ୨ ଘଣ୍ଟା ୧୯ ମିନିଟ ଏବଂ ୨୬ ସେକେଣ୍ଡ । ଏହି ସମୟଟି ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଅଶୁଭ ହୋଇଥିବାରୁ ସେମାନଙ୍କୁ ସୂର୍ଯ୍ୟ ପରାଗ ଦେଖିବା ପାଇଁ ମଧ୍ୟ ବାରଣ କରାଯାଏ । ଏହି ପରାଗ ସମୟରେ ଆପଣ କୌଣସି ଜିନିଷ କଟାକଟି ବା ସିଲେଇ କରନ୍ତୁ ନାହିଁ । ଏବଂ ପରାଗ ଲାଗୁଥିବା ସମୟରେ କଳାରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ।ଜାଣନ୍ତୁ ଏହି ସ୍ମୟରେ କେଉଁ କାର୍ଯ୍ୟ କରିବା ଅନୁଚିତ: ଏହି ସମୟରେ ଖାଦ୍ୟ ତିଆରି କରନ୍ତୁ ନାହିଁ ।

ଏହି ସମୟରେ ଖାଇବା ଖାନ୍ତୁ ନାହିଁ । ଏହି ସମୟରେ ଶୁଖିଲା ଖାଦ୍ୟ ବା ଫଳ ମୂଳ ଖାଇପାରିବେ । ସୂର୍ଯ୍ୟପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ କେବେ ମଧ୍ୟ କରନ୍ତୁ ନାହିଁ । ଏହାଦ୍ଵାରା ପରିବାରରେ ଅନିଷ୍ଟ ହୋଇଥାଏ । ଠାକୁର ପୂଜା କେବେ ବି କରନ୍ତୁ ନାହିଁ ଏହି ସମୟରେ । ଏହି ସମୟରେ କୌଣସି ଗଛକୁ ସ୍ପର୍ଶ କରନ୍ତୁ ନାହିଁ । ଏହି ସମୟକୁ ଅନ୍ନ ଦାନ କରିବାର ଉତ୍ତମ ସମୟ ମନା ଯାଇଥାଏ । ଏହା କରିବା ଦ୍ଵାରା ଶରୀରରେ କୌଣସି ରୋଗ ହୋଇନଥାଏ । ସୂର୍ଯ୍ୟ ପରାଗ ଶେଷ ହେବା ପରେ ସ୍ନାନ କରନ୍ତୁ ଏବଂ ପିନ୍ଧିଥିବା ବସ୍ତ୍ରକୁ ଧୋଇ ଦିଅନ୍ତୁ ।

ଘରର ସବୁଆଡେ ଗଙ୍ଗା ଜଳ ଛିଞ୍ଚି ଘରକୁ ପବିତ୍ର କରିଦେବା ଉଚିତ । ଏହି ସମୟରେ ବିଲକୁଲ  ମଧ୍ୟ ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ । ଏହି ସୂର୍ଯ୍ୟ ପରାଗରେ ଶୁଭ ପ୍ରଭାବ ପଡିବାକୁ ଯାଉଥିବା ରାଶି ଗୁଡିକ ହେଉଛି, ମେଷ, ମିଥୁନ, ସିଂହ, ବିଛା, ଧନୁ, ମକର, କୁମ୍ଭ, ଓ କର୍କଟ ରାଶି । ଏହାସହ ବୃଷ, ତୁଳା, କନ୍ୟା, ଏବଂ ମିନା ରାଶିର ବ୍ୟକ୍ତିଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିବାକୁ ଯାଉଛି । ଏହାଥିଲା ସୂର୍ଯ୍ୟ ପରାଗର ସମ୍ପୂର୍ଣ ବିବରଣୀ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *