ଦୀପାବଳୀ (Deepawali) ପୂଜା ଏହି 3 ମହିଳା ଭୁଲରେ କରନ୍ତୁ ନାହିଁ, ଲାଗିଥାଏ ଘୋର ପାପ 

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଶୁଭ ଦୀପାବଳୀର ହାର୍ଦ୍ଧିକ ଅଭିନନ୍ଦନ । ନାରୀଙ୍କୁ ଘରର ଲକ୍ଷ୍ମୀ ସ୍ୱରୂପ ମନାଯାଏ । ଗୋଟିଏ ନାରୀ ହିଁ ଘରକୁ ସ୍ଵର୍ଗ ପରି କରିଥାଏ । ଘରର ସମସ୍ତ ଦାୟିତ୍ଵ ଗୋଟିଏ ନାରୀ ହିଁ ନେଇଥାଏ । ସମସ୍ତ ପୂଜା ବିଧି ନାରୀଙ୍କ ବୀନା ଅସମ୍ପୂର୍ଣ । ତେବେ ଆଜି ଆମେ ଜାଣିବା ଶୁଭ ଦୀପାବଳୀ ଦିନ କେଉଁ ନାରୀ ମାନଙ୍କୁ ପୂଜା କରିବା ନିମନ୍ତେ ବାରଣ କରାଯାଇଛି ଏବଂ କାହିଁକି । ଔ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ଦୀପାବଳୀ ଦିନ ମାତା ଲକ୍ଷ୍ମୀଙ୍କ ଘରକୁ ଆଗମନ ନିମନ୍ତେ ଘରେ ପୂଜା କରାଯାଇଥାଏ । ଗୋଟିଏ ନାରୀକୁ ଦୀପାବଳୀ ଦିନ ଲାଲ, ହଳଦିଆ, ଗୋଲାପି ରଙ୍ଗର କପଡା ପିନ୍ଧିବା ଦରକାର । ଲକ୍ଷ୍ମୀମାଙ୍କ ପୂଜା ସମୟରେ ବିବାହିତା ନାରୀ ମାନଙ୍କୁ ଧଳା ରଙ୍ଗର କପଡା ପିନ୍ଧି ପୂଜା କରିବା ଅନୁଚିତ ହୋଇଥାଏ । ଧଳା ରଙ୍ଗର ବେଶକୁ ବିଧବାଙ୍କ ସହ ତୁଳନା କରଯାଏ ତେଣୁ ଆପଣ ଏହାକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ ।

କଳା ରଙ୍ଗର କପଡା ପିନ୍ଧି ମଧ୍ୟ ପୂଜା କରନ୍ତୁ ନାହିଁ । ମାତା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ ମହିଳା ମାନଙ୍କୁ ନିଜ ମଥାରେ ଭରପୁର ସିନ୍ଧୁର ଲଗାଇ ବସିବା ଦରକାର । ହାତରେ ଚୁଡି ଗୋଡରେ ପାଉଁଜି ମଧ୍ୟ ପିନ୍ଧିବା ଦରକାର । ଏବଂ ଲାଲ ରଙ୍ଗର ବସ୍ତ୍ର ପିନ୍ଧି ପୂଜାରେ ବସନ୍ତୁ । ଏହା ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ହେତୁ ମା ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।

ଏହା କରିବା ଫଳରେ ମାତା ଲକ୍ଷ୍ମୀ ଆପଣଙ୍କୁ ଧନ ଧାନ୍ୟରେ ପରିପୂର୍ଣ କରିଦିଅନ୍ତି । ପୂଜା କରୁଥିବା ସମୟରେ କେବେ ମଧ୍ୟ ହାଇ ମାରିବା ଅଳସ ଭାଙ୍ଗିବା ଇତ୍ୟାଦି ଉଚିତ ହୋଇନଥାଏ । ଯଦି ଆପଣ ସୁସ୍ତ ନାହାନ୍ତି ତେବେ ଲକ୍ଷ୍ମୀ ପୂଜା ଆପଣ ଅନ୍ୟ କହଦ୍ଵାରା ମଧ୍ୟ କରିପାରିବେ । ଋତୁସ୍ରାବ ସମୟରେ ଲକ୍ଷ୍ମୀ ପୂଜା କରିବା ଘୋର ପାପ ହୋଇଥାଏ ।

ଦୀପାବଳୀ ଦିନ ଆପଣ ଦୀପ ଲଗାଇ ପାରିବେ ନିଜ ଘରେ । କିନ୍ତୁ ମାତା ଲକ୍ଷ୍ମୀଙ୍କ ପ୍ରତିମାକୁ ଭୁଲରେ ମଧ୍ୟ ସ୍ପର୍ଶ କରିବେ ନାହିଁ । ପୂଜାରେ ଚାନ୍ଦି କିମ୍ବା ସୁନାର ମୁଦ୍ରା ରଖି ପୂଜା କରନ୍ତୁ । ଦୀପାବଳୀ ଦିନ ନାରୀ ମାନଙ୍କୁ ଏହି ସମସ୍ତ କଥାର ଧ୍ୟାନ ନିହାନ୍ତି ରଖିବା ଦରକାର । ଯଦି ଆପଣ କୌଣସି ଭୁଲ କରନ୍ତି ତେବେ ଏହାର କୁପ୍ରଭାବ ଆପଣଙ୍କ ସ୍ଵାମୀଙ୍କ ଉପରେ ପଡିଥାଏ ।

ଦୀପାବଳୀ ଦିନ ପାଞ୍ଚ ରଙ୍ଗର ଫଳ ତଥା ମିଠା ପୂଜାରେ ଲଗାଇବା ନିହାନ୍ତି ଜରୁରୀ ହୋଇଥାଏ । ଦୀପାବଳୀ ଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରୁଥିବା ବ୍ୟକ୍ତି ବହୁତ ଶୀଘ୍ର ଧନୀ ହୋଇଯାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *