ବନ୍ଧୁଗଣ ଆମର ହିନ୍ଦୁ ଧର୍ମ ଅନୁଯାୟୀ ନୂଆବର୍ଷ ହୋଇସାରିଛି । କିନ୍ତୁ ଆମେ ଇଂରାଜୀ ଦୁନିଆରେ ଚାଲୁଛୁ । ତେଣୁ ଇଂରାଜୀ ନୂଆବର୍ଷ ପାଳନ କରିବା ଜରୁରୀ ଅଟେ । ନୂଆବର୍ଷ ରବିବାର ଦିନ ଶୁକ୍ଲ ପକ୍ଷ ଦଶମୀ ତିଥି ରେ ପଡୁଛି । ଦଶମୀ ତିଥିର ସ୍ଵାମୀ ଯମରାଜଙ୍କୁ କୁହାଯାଏ । ଯମରାଜଙ୍କୁ ପୂଜା କରିବା ଦୀର୍ଘାୟୁ ଓ ଆରୋଗ୍ଯ ପ୍ରାପ୍ତ ହୋଇଥାଏ ।
କାରଣ ଜାନୁଆରୀ ୧ ତାରିଖ ପିତୃପୁରୁଷଙ୍କ ନିମନ୍ତେ ଗୋଟିଏ ଦୀପ ଦାନ ନିଶ୍ଚୟ କରିବା ଉଚିତ । ଆଜି ଆମେ ଆପଣଙ୍କୁ କହିବୁ ନୂଆବର୍ଷ ଦିନ ଏମିତି କେଉଁ ଜିନିଷ ଖାଇବା ଦ୍ଵାରା ସାରା ଜୀବନ ପଇସା ଆସିଥାଏ । ନୂଆବର୍ଷ ଦିନ ଯଦି କିଛି ଜିନିଷ କିଣିବା ତେବେ ତାହା ସୁଖ ପ୍ରଦାନ କରିଥାଏ । ଏହି ଦିନ ଜ୍ଯୋତିଷ ଅନୁଯାୟୀ ଗୁରୁ ଗ୍ରହଙ୍କର ଶୁଭ ପ୍ରଭାବ ରହିଥାଏ ଯାହା ଲମ୍ବା ସମୟ ଯାଏଁ ରହିଥାଏ ।
୨୦୨୩ ର ପ୍ରଥମ ଦିନରେ ଅଭିଜିତ ମୂହୁର୍ତ୍ତ ରେ ଆପଣ ଚାହିଁଲେ ନୂଆ ଜିନିଷ କିଣି ପାରିବେ । ଏହି ଦିନ ଗାଡି ବା ମହଙ୍ଗା ଜିନିଷ ମଧ୍ୟ କିଣି ପାରିବେ । ଏହା ବହୁତ ଶୁଭରେ ଯାଇଥାଏ । ଏହା ସହ ସୂର୍ଯ୍ୟ ଦେବ ଙ୍କୁ ଏହି ଦିନ ଜଳ ଅର୍ପଣ କରନ୍ତୁ । ଏହା ଦ୍ଵାରା ନୂଆ ଜୀବନର ଆରମ୍ଭ ହୋଇଥାଏ । ଏହା ସହ ୨୭ ଥର ଗାୟତ୍ରୀ ଜପ କରିବା ଦ୍ଵାରା ପୁରା ବର୍ଷ ସଠିକ ନିସ୍ପତି ନେଇ ପାରିବେ ।
ତେବେ ନୂଆବର୍ଷ ଦିନ କଳା ଅଙ୍ଗୁରୁ ବା ସବୁଜ ରଙ୍ଗର ଅଙ୍ଗୁରୁ ଖାଇବା ଦ୍ଵାରା ବହୁତ ଲାଭ ପ୍ରାପ୍ତ ହୋଇଥାଏ । ବିଶେଷ କରି କଳା ଅଙ୍ଗୁରୁ ବହୁତ ଲାଭଦାୟକ ହୋଇଥାଏ । ଆପଣ ନିଜେ ଖାଇବା ସହ ପରିବାର ଲୋକଙ୍କ ସହ ଖାଇ ଆନନ୍ଦ ମନାଇବେ । କାରଣ ମାନି ନିଆଯାଏ କି ନୂଆବର୍ଷ ଦିନ ଦିନ କଳା ଅଙ୍ଗୁରୁ ନିଜେ ଖାଇବା ବା ଅନ୍ୟ କୁ ଖୁଆଇବା ଦ୍ଵାରା ଧନ ସୁଖ ଶାନ୍ତି ସବୁ କିଛି ମିଳିଥାଏ ।
୨୦୨୩ ଜାନୁଆରୀ ୧ ତାରିଖ ଦିନ ଅଶ୍ଵିନୀ ନକ୍ଷତ୍ର ଓ ଶାମ୍ବ ଦଶମୀ ପଡୁ ଥିବାରୁ କଳା ଅଙ୍ଗୁରୁ ନିଜେ ଖାଆନ୍ତୁ ଓ ପରିବାର ଲୋକଙ୍କୁ ଖାଇବାକୁ ଦିଅନ୍ତୁ । ନୂଆବର୍ଷ ଦିନ କ୍ଯାଲେଣ୍ଡର ଘରର ସଠିକ ଦିଗରେ ଲଗାଇଲେ ଏହାର ଶୁଭ ଫଳ ମିଳିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର କ୍ଯାଲେଣ୍ଡର ଠିକ ଦିଗରେ ଲଗାଇବା ଉଚିତ । ଭୁଲରେ ବି ଦକ୍ଷିଣ ଦିଗରେ କ୍ଯାଲେଣ୍ଡର ଲଗାଇବା ଉଚିତ ନୁହେଁ ।
ବାସ୍ତୁ ଅନୁଯାୟୀ ଦକ୍ଷିଣ ଦିଗରେ ଘଡି ବ କ୍ୟାଲେଣ୍ଡର ଲଗାଇଲେ ଘରର ମୁଖ୍ୟ ଙ୍କ ଉପରେ ସ୍ୱାସ୍ଥ୍ୟ ର ନେଗେଟିଭ ପ୍ରଭାବ ପଡିଥାଏ ଓ ବ୍ୟାପାରରେ କମ ଲାଭ ହୋଇଥାଏ । ଭୁଲରେ ବି ଘରର କବାଟ ର ଆଗ ବା ପଛରେ କ୍ଯାଲେଣ୍ଡର ଲଗାନ୍ତୁ ନାହି । ଏହା ଦ୍ଵାରା ଆୟୁଷ କମ ହୋଇଥାଏ । ବାସ୍ତୁ ଅନୁଯାୟୀ କ୍ଯାଲେଣ୍ଡର ଉତ୍ତର, ପୂର୍ବ ବା ପଶ୍ଚିମ ଦିଗରେ ଟାଙ୍ଗିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।