ଆଗାମୀ ଜନ୍ମ ରେ କେଉଁ ଯୋନି ଲାଭ କରିବେ ? କେଉଁ ପାପ କର୍ମ ପାଇଁ କେଉଁ ଜନ୍ମ ମିଳିଥାଏ-ଗରୁଡ ପୁରାଣ ।

ବନ୍ଧୁଗଣ ହିନ୍ଦୁ ଧର୍ମ ରେ 18 ଟି ମହା ପୁରାଣ ମଧ୍ୟରୁ ଗୋଟେ ହେଉଛି ଗରୁଡ ପୁରାଣ । ଗରୁଡ ପୁରାଣ ରେ କୁହା ଯାଇଛି କି କିଭଳି ଭାବେ 84 ପ୍ରକାରର ଯୋନି ରେ ମଣିଷ ମାନଙ୍କର ଜନ୍ମ କେଉଁ ଯୋନି ରେ ହୋଇଥାଏ । ଓ କେଉଁ କର୍ମ କରିବା ଦ୍ଵାରା ମଣିଷ କୁ କିନ୍ନର, କୁକୁର, ବିଲେଇ, ଶିଆଳ, ସାପ ଆଦି ଜନ୍ମ ମିଳିଥାଏ । ଆଜି ଆମେ ଜାଣିବା କେଉଁ କର୍ମ ପାଇଁ ମଣିଷ କେଉଁ ଆଗାମୀ ଜନ୍ମ ରେ କେଉଁ ଯୋନି ରେ ଜନ୍ମ ଲାଭ କରିଥାଏ ।

ଅନେକ ବର୍ଷ ପୂର୍ବେ ରୁଷୀ ମାନେ ଯେବେ ମହାରୁଷି ବାଲ୍ମୀକି କୁ ପ୍ରଶ୍ନ କରିଥିଲେ କି ମଣିଷ କୁ କେଉଁ କର୍ମ ପାଇଁ କେଉଁ ଜନ୍ମ ମିଳିଥାଏ ? ଏହାର ଉତ୍ତର ରେ ବାଲ୍ମୀକି ଆଚମ୍ବିତ କରିବା ଭଳି କହିଥିଲେ । ଯେଉଁ ପୁରୁଷ ଅନ୍ୟ ସତରେ ସହ ସମ୍ପର୍କ ରଖିଥାଏ ତାକୁ ଭୟଙ୍କର ନର୍କ ରେ ମୃତ୍ୟୁ ପରେ ଯିବାକୁ ପଡିଥାଏ । ଯେଉଁ ଠାରେ ଭୟାନକ ଦଣ୍ଡ ମିଳିଥାଏ । ଏହା ପରେ ସେହି ମଣିଷ କୁକୁର ରୂପରେ ଜଣ ନେଇଥାଏ ।

ଏହା ପରେ ସେହି ବ୍ୟକ୍ତି ଶିଆଳ, ସାପ, ଶାଗୁଣା, କାଉ ରୂପରେ ଜନ୍ମ ନେଇଥାଏ । ଏହି ସବୁ ଯୋନି ରେ ଜନ୍ମ ନେବା ପାଇଁ ବ୍ୟକ୍ତି ର ଜନ୍ମ ବଗ ରୂପରେ ହୋଇଥାଏ । ଯାହା ସମାପ୍ତ ହେବ ପରେ ମଣିଷ ଯୋନି ପ୍ରାପ୍ତ ହୋଇଥାଏ । ଯେଉଁ ମଣିଷ ଅନ୍ୟ ସ୍ତ୍ରୀ ସହ ଜୋର ଜବରଦସ୍ତ ସମ୍ପର୍କ ସ୍ଥାପନ କରିଥାଏ ବା ଗଣ ଦୁଷ୍କର୍ମ କରିଥାଏ ତେବେ ସେହି ମଣିଷ ନର୍କ ଦଣ୍ଡ ଭୋଗିଥାଏ ।

ଓ ଅନେକ ଯୋନି ରେ ଜନ୍ମ ନେବା ପରେ ଆଗାମୀ ଜନ୍ମ କିନ୍ନର ରୂପରେ ହୋଇଥାଏ । ମଣିଷ ଯୋନି ରେ ରହି ଯଦି କୌଣସି ବ୍ୟକ୍ତି ଅନ୍ୟ କାହାର କଥା ଲୁଚି କରି ଶୁଣିଥାଏ ତେବେ ସେହି ବ୍ୟକ୍ତି ଝିଟିପିଟି ଜନ୍ମ ନେଇଥାଏ ମୃତ୍ୟୁ ପରେ । ଯେଉଁ ବ୍ୟକ୍ତି ନିଜ ବଡ ଭାଇ ର ଅପମାନ କରିଥାଏ, ସମାଜ ରେ ନୀଚ ଦେଖାଇଥାଏ ସେହି ବ୍ୟକ୍ତି ପକ୍ଷୀ ରୂପରେ ଆଗାମୀ ଜନ୍ମରେ ଜନ୍ମ ନେଇଥାଏ ।

ମହାରୁଷି ବ୍ଯାସ ଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି ସୁନା ଓ ଚାନ୍ଦି ଚୋରୀ କରିଥାନ୍ତି ସେହି ବ୍ୟକ୍ତିଙ୍କର ଆଗାମୀ ଜନ୍ମ ମୃତ୍ୟୁ ପରେ ପୋକ ଓ ପାରା ଯୋନି ରେ ହୋଇଥାଏ । କିନ୍ତୁ ଯଦି ଅପରାଧ ଚୋରୀ ଠାରୁ ବି ବଡ ହୋଇଥିବ ତେବେ ଯୋନି ବହୁତ ଭୟଙ୍କର ପ୍ରାପ୍ତ ହୋଇଥାଏ । ମହାରୁଷି ବ୍ଯାସ ଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି ଅନ୍ୟ କାହାକୁ ଶସ୍ତ୍ର ରେ ହତ୍ୟା କରିଥାଏ ସେହି ବ୍ୟକ୍ତି ମୃତ୍ୟୁ ପରେ ଗଧ ଯୋନି ଲାଭ କରିଥାଏ ।

ଗଧ ପରେ ସେହି ବ୍ୟକ୍ତି ହରିଣ ଯୋନି ପ୍ରାପ୍ତ କରିଥାଏ । ଏହା ପରେ ବ୍ୟକ୍ତି ବାଘ, କୁକର, ମଛା ଓ ଶେଷରେ ମନୁଷ୍ୟ ଯୋନିକୁ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସାହା ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *