ନାମର ପ୍ରଥମ ଅକ୍ଷର ରୁ ଜାଣି ପାରିବେ ଆପଣଙ୍କର କେଉଁ ରାଶି ଅଟେ ?

ବନ୍ଧୁଗଣ ନାମର ପ୍ରଥମ ଅକ୍ଷର ଆମ ଜୀବନରେ ବହୁତ ଅଧିକ ମହତ୍ତ୍ଵ ରଖିଥାଏ । ମାନ୍ୟତା ଅନୁଯାୟୀ ବ୍ଯକ୍ତିର ଜନ୍ମ ସମୟରେ ଚନ୍ଦ୍ରମା ଯେଉଁ ରାଶିରେ ଥାଏ ସେହି ରାଶି ଅନୁସାରେ ନାମର ପ୍ରଥମ ଅକ୍ଷର ନିର୍ଧାରିତ କରାଯାଏ । ଅର୍ଥାତ ନାମର ପ୍ରଥମ ଅକ୍ଷର ରୁ ରାଶି ବାହାର କରାଯାଏ । ନାମର ପ୍ରଥମ ଅକ୍ଷର ରୁ ବ୍ୟକ୍ତିଙ୍କର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜଣା ପଡିଥାଏ । ବ୍ୟକ୍ତି ଜୀବନରେ ସଫଳତା ହାସଲ କରି ପାରିବ କି ନାହିଁ ତାହା ତାର ରାଶି ଉପରେ ନିର୍ଧାରିତ କରିଥାଏ । ଆଜି ଆମେ ଜାଣିବା ନାମର ପ୍ରଥମ ଅକ୍ଷର ରୁ ରାଶି ବିଷୟରେ କିଛି ଖାସ କଥା ।

1- ଯଦି ଆପଣଙ୍କ ନାମ ଚୁ, ଚେ, ଚୋ, ଲା, ଲି, ଲେ, ଲୋ, ଅ ରୁ ଆରମ୍ଭ ହୋଇଥାଏ ତେବେ ଆପଣ ମେଷ ରାଶିର ବ୍ୟକ୍ତି ଅଟନ୍ତି ।

2- ଯେଉଁ ବ୍ୟକ୍ତିଙ୍କର ନାମ ଇ, ଉ, ଏ, ଓ, ବା, ବୁ, ବେ, ବୋ ରୁ ଆରମ୍ଭ ହୋଇଥାଏ ତେବେ ବୃଷ ରାଶିର ଅଟନ୍ତି ।

3- କା, କି, କୁ, ଘ, ଛ, କେ, କୋ, ହା ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତି ମିଥୁନ ରାଶିର ହୋଇଥାନ୍ତି ।

4- ହି, ହେ, ହୁ, ଡା, ଡି, ଡେ, ଡୋ ରୁ ଯେଉଁ ବ୍ୟକ୍ତିଙ୍କର ପ୍ରଥମ ଅକ୍ଷର ଆରମ୍ଭ ହୋଇଥାଏ ସେମାନେ କର୍କଟ ରାଶିର ହୋଇଥାନ୍ତି ।

5- ମା, ମି, ମୋ, ଟା, ଟି, ଟୁ, ଟେ, ମୁ ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତି ସିଂହ ରାଶିର ହୋଇଥାନ୍ତି ।

6- ଟୋ, ପା, ପି, ପୂ, ପେ, ଡ, ଢ, ଠ, ଷ ଅକ୍ଷରରୁ ଆରମ୍ଭ ହୋଇଥିଲେ ଆପଣ କନ୍ୟା ରାଶିର ବ୍ୟକ୍ତି ହୋଇଥାନ୍ତି ।

7- ରା, ରି, ରୁ, ରୋ, ତା, ତି, ତୁ, ରେ, ତେ ଯେଉଁ ବ୍ୟକ୍ତିଙ୍କର ନାମ ଆରମ୍ଭ ହୋଇଥାଏ ସେମାନେ ତୁଳା ରାଶିର ହୋଇଥାନ୍ତି ।

8- ତୋ, ନା, ନି, ନୁ, ନେ, ୟା, ୟି, ୟୁ, ନୋ ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତି ବିଛା ରାଶିର ହୋଇଥାନ୍ତି ।

9- ୟେ, ୟୋ, ଭା, ଭି, ଭୂ, ଧା, ଫା, ରେ ଅକ୍ଷରରୁ ଯେଉଁ ବ୍ୟକ୍ତିଙ୍କର ପ୍ରଥମ ଅକ୍ଷର ଆରମ୍ଭ ହୋଇଥାଏ ସେମାନେ ଧନୁ ରାଶିର ଅଟନ୍ତି ।

10- ଭୋ, ଜା, ଜି, ଖି, ଖେ, ଗା, ଗି, ଖୁ, ଖୋ ଯେଉଁ ବ୍ୟକ୍ତିଙ୍କର ନାମ ଏହି ସବୁ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ମକର ରାଶିର ଅଟନ୍ତି ।

11- ଗୁ, ଗେ, ଗୋ, ସା, ସି, ସୁ, ସେ, ସୋ, ଦା ରୁ ଆରମ୍ଭ ହୋଇଥିବା ବ୍ୟକ୍ତି କୁମ୍ଭ ରାଶିର ବ୍ୟକ୍ତି ଅଟନ୍ତି ।

12- ଦି, ଦୂ, ଥ, ଝା, ଦେ, ଦୋ, ଚା, ଚି ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ମୀନ ରାଶିର ବ୍ୟକ୍ତି ଅଟନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *