ଆପଣଙ୍କର କେଉଁ ଅଙ୍ଗ ଧନୀ ହେବାର ସୂଚନା ଦେଇଥାଏ ? Vastu Tips

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଙ୍କୁ ଧନୀ ହେବାର ଇଚ୍ଛା ରହିଥାଏ । ଶାସ୍ତ୍ର ଅନୁଯାୟୀ ଯେବେ ଧନ ଲାଭ ହୁଏ ସେତେବେଳେ ଶରୀର ମଧ୍ୟ କିଛି ସଂକେତ ପ୍ରଦାନ କରିଥାଏ । ଯାହା କି ଆମେ ମାନେ ଜାଣିପାରି ନ ଥାଉ । ଶରୀରରେ ଏମିତି କିଛି ପରିବର୍ତ୍ତନ ହୋଇଥାଏ ଯାହା ହେବା ଦ୍ଵାରା ଜାଣି ହେବ କି ବ୍ୟକ୍ତି ଧନୀ ହେବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ । ଯାହା ଦ୍ଵାରା ଜାଣି ହେବ କି ବ୍ୟକ୍ତି ଧନୀ ହୋଇ ପାରିବ ।

1- ଦର ପୋଡା ଲୁଗା କି ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । କୌଣସି ବସ୍ତ୍ର ରେ ଯଦି ନିଆଁ ଲାଗି ଯାଇଥାଏ ତେବେ ଭୁଲରେ ବି ଏହାକୁ ପିନ୍ଧିବା ଉଚିତ ନୁହେଁ ।

2- କୌଣସି ଶୁଭ କାମରେ ଯିବା ସମୟରେ ବା ଶୁଭ କାର୍ଯ୍ୟ ହେଉଥିବା ଜାଗାରେ କଳା ବସ୍ତ୍ର ବ୍ୟବହାର କରିବା ଉଚିତ ନୁହେଁ ।

3- ଘର ତିଆରି କରିବା ସମୟରେ ଆଗ୍ନେୟ କୋଣରେ କରିବା ଉଚିତ ନୁହେଁ । କାରଣ ଏହା ଭବିଷ୍ୟତ ରେ ଅସୁବିଧାରେ ପକାଇ ପାରେ ।

4- ଏରୁଣ୍ଡି ବନ୍ଧ ବା ଘରର ଚଉକାଠ ଉପରେ ପାଦ ରଖିବା ଉଚିତ ନୁହେଁ । ଏମିତି କରିଲେ ରୁଣ ବଢିବାର ଆଶଙ୍କା ଥାଏ ।

5- ରାତି ବା ସନ୍ଧ୍ୟା ସମୟରେ ଘରେ ଝାଡୁ ମାରୁଥିଲେ ଏମିତି ଭୁଲ କରନ୍ତୁ ନାହିଁ । ଯଦି ଆବଶ୍ୟକତା ଅନୁଯାୟୀ ଘରେ ଝାଡୁ ମାରୁଛନ୍ତି ତେବେ ଘରର ମଇଳା ବାହାରକୁ ପିଙ୍ଗନ୍ତୁ ନାହିଁ । ସକାଳୁ ଘରର ମଇଳା ବାହାରେ ଫିଙ୍ଗି ପାରିବେ । ଘରର କୌଣସି କୋଣରେ ଅଳିଆ ଜମା କରି ରଖିବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ଘରର ବାସ୍ତୁ ଦୋଷ ଦେଖା ଯାଇଥାଏ ।

6- ବାସୀ ସେଯ କୁ କେବେ ବି ପକାଇ କି ରଖିବା ଉଚିତ ନୁହେଁ । ସୋଇକି ଉଠିବ ମାତ୍ରେ ସେଜ କୁ ତୁରନ୍ତ ଉଠାଇ ସଜାଡି ରଖିବା ଉଚିତ ହୋଇଥାଏ ।

7- ପ୍ରାୟତଃ ଅଜାଣତରେ ଅନେକ ଲୋକ ଏମିତି କିଛି ଭୁଲ କରି ଦେଇଥାନ୍ତି । କବାଟ ରେ କେତେକ ବ୍ୟକ୍ତି ଓଦା ବସ୍ତ୍ର ପକାଇ ଦେଇଥାନ୍ତି । ଯାହା ସଂପୂର୍ଣ୍ଣ ଭୁଲ ଅଟେ । ଏହା ଦ୍ଵାରା ମା ଲକ୍ଷ୍ମୀ ନୁହେଁ ଅଲକ୍ଷ୍ମୀ ଙ୍କ ବାସ ରହିଥାଏ । ଓ ଘରେ ଧନର ଅଭାବ ଦେଖା ଯାଇଥାଏ ।

8- ଘରୁ କେବେ ବି ଧାନ ଓ ଟଙ୍କା ଭୁଲରେ ବି ଦାନ କରନ୍ତୁ ନାହିଁ । ଏପରି କରିଲେ ମା ଲହମି ରୁଷ୍ଟ ହୋଇଥାନ୍ତି ଓ ଗୃହ ଛାଡି ଚାଲି ଯାଇଥାନ୍ତି ।

9- ଘରେ କେବେ ବି ବୁଢିଆଣୀ ଜାଲ ହେବାକୁ ଦିଅନ୍ତୁ ନାହିଁ । ଏହା ଘର ପାଇଁ ଅଶୁଭ ଅଟେ ।

10- ଯଦି ପୂରୁଷର ଡାହାଣ ହାତ ପାପୁଲି ଓ ନାରୀ ମାନଙ୍କର ବାମ ହାତ ପାପୁଲି କୁଣ୍ଡାଇ ହୋଇଥାଏ ତେବେ ଧନ ଲାଭର ସୂଚକ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *