ଅକ୍ଟୋବର 28 କୁମାର ପୂର୍ଣ୍ଣିମା, ଚନ୍ଦ୍ରଗ୍ରହଣ ଲାଗିବାର ସୁତକ କାଳ, ପାକ ନିଷେଧ ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ…

ବନ୍ଧୁଗଣ ପୂର୍ଣ୍ଣିମା ତିଥି ରେ ହିଁ ଚନ୍ଦ୍ରଗ୍ରହଣ ପଡିଥାଏ । କିନ୍ତୁ ସବୁ ପୂର୍ଣ୍ଣିମା ରେ ନୁହେଁ । ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଙ୍କର ନକ୍ଷତ୍ର ଠାରୁ ଚନ୍ଦ୍ରମା ପଞ୍ଚଦଶ ନକ୍ଷତ୍ରରେ ସଂଚାର କରନ୍ତି ସେହି ଦିନ ହିଁ ପୂର୍ଣ୍ଣିମା ରାତିର ଶେଷ ଭାଗରେ ଚନ୍ଦ୍ରଗ୍ରହଣ ପଡିଥାଏ । ଆସନ୍ତା 28 ତାରିଖ ଶନିବାର ଦିନ କୁମାର ପୂର୍ଣ୍ଣିମା ଦିନ ପଡୁଛି । ଏହି ଦିନ ଆଂଶିକ ଚନ୍ଦ୍ରଗ୍ରହଣ ରହୁଅଛି । ପୂର୍ଣ୍ଣିମା ଓ ପ୍ରତିପଦା ତିଥିର ସନ୍ଧି ରେ ହିଁ ରାହି ଚନ୍ଦ୍ର ମଣ୍ଡଳ କୁ ଗ୍ରାସ କରେ ।

28 ତାରିଖ ଦିନ ଶନିବାର ଦିନ ରାତି 1:45 ମିନିଟ ଯାଏଁ ପୂର୍ଣ୍ଣିମା ତିଥି ରହୁଛି । ଏହା ପରେ ପ୍ରତିପଦା ତିଥି ଆରମ୍ଭ ହେଉଛି । ଗ୍ରହଣର ସ୍ପର୍ଶ ସମୟ ରହିଛି ରାତି 1:05 ମିନିଟ, ମଧ୍ୟ ସମୟ ରହିଛି ରାତି 1:44 ମିନିଟ ଓ ଗ୍ରହଣର ସର୍ବ ମୋକ୍ଷ ସମୟ ରହିଛି ରାତି 2:22 ମିନିଟ । ଚନ୍ଦ୍ରଗ୍ରହଣ ଲାଗିବାର ସଠିକ ସମୟ ହେଉଛି ରାତି 1:05 ମିନିଟ । ଧର୍ମ ସିନ୍ଧୁ ଗ୍ରନ୍ଥ ଅନୁଯାୟୀ ଗ୍ରହଣ ସମୟରେ 3 ପ୍ରହର ପୂର୍ବରୁ ପାକ ନିଷେଧ କରିବା ବିଧେୟ ଅଟେ ।

ଗ୍ରହର ସ୍ପର୍ଶ ସମୟ ଠାରୁ 9 ଘଣ୍ଟା ପୂର୍ବରୁ ଦେବ ନୀତି ଓ ପାକ ତ୍ୟାଗ କରିବାକୁ ହୁଏ । 28 ତାରିଖ ଅପରାହ୍ନ 4:05 ମିନିଟ ରେ ପାକ ତ୍ୟାଗ କରିବା ଉଚିତ । ଏହି ସମୟକୁ ସୁତକ କାଳ କୁହାଯାଏ । ଏହା ସହ ଦେବ ନୀତି ବନ୍ଦ ରହିବ । ଚନ୍ଦ୍ରମା ସବୁ ସମୟରେ ଆକାଶରେ ଉଦୟମାନ ହୋଇଥାନ୍ତି । ଯେବେ ସୂର୍ଯ୍ୟ ଉଦୟ ହୋଇଥାନ୍ତି ସେତେବେଳେ ସୂର୍ଯ୍ୟ ଙ୍କ କିରଣ କାରଣରୁ ଚନ୍ଦ୍ରମା ଦେଖା ଯାଆନ୍ତି ନାହିଁ ।

ଏଣୁ ଏଥର କୁମାର ପୂର୍ଣ୍ଣିମା ରେ ଦିନ 4:05 ମିନିଟ ପୂର୍ବରୁ ଚାନ୍ଦ ପୂଜା କରାଯିବ । ଏହା ସହ ବୃନ୍ଦାବତୀଙ୍କ ପୂଜା ଓ ଲକ୍ଷ୍ମୀ ପୂଜା କରିବା ଶେଷ ହେବ । ଶିଶୁ, ବୃଦ୍ଧ, ରୋଗୀଙ୍କ ପାଇଁ ନିୟମ ଅମାନିୟ ଅଟେ । ଗ୍ରହଣ ସମୟରେ କୌଣସି ମନ୍ତ୍ର ଜପ କରିଲେ ସିଦ୍ଧି ଲାଭ ହୋଇଥାଏ । ଗ୍ରହଣ ସପ୍ତାହ ରେ ବିବାହ କାର୍ଯ୍ୟ, 3 ଦିନ ପରେ ବ୍ରତୋପନୟନ କରି ହେବ ।

7 ଦିନ ଯାଏଁ କୌଣସି ଶୁଭ ଯାତ୍ରା କରିବା ଅନୁଚିତ । ଏହା ସହ ଅନ୍ୟ ଶୁଭ କାର୍ଯ୍ୟ କରି ହେବ । ଗର୍ଭବତୀ ମହିଳା ମାନେ ଗ୍ରହ ସମୟରେ ବାହାରକୁ ବାହାରିବା ଅନୁଚିତ । କିଛି ଖାଦ୍ୟ ଖାଇବା ଅନୁଚିତ । ନଡିଆ ଓ ତୁଳସୀ ଧରି ପ୍ରଭୁଙ୍କ ନାମ ଜପ କରିବା ଦ୍ଵାରା ଶିଶୁ ଉପରେ ଗ୍ରହଣର ପ୍ରଭାବ ପଡିବ ନାହିଁ । ଗ୍ରହଣ ସମାପ୍ତ ପରେ ନଡିଆ ଓ ତୁଳସୀ ପତ୍ରକୁ ଜଳରେ ଭସାଇବା ଉଚିତ । ମିଥୁନ, କର୍କଟ, ବିଛା, କୁମ୍ଭ ରାଶିଙ୍କ ପାଇଁ ଗ୍ରହଣ ଦର୍ଶକ ଶୁଭ ରହିବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *